‘ଆଇସିସି’ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ : ଟସ୍‌ ଜିଣି ଭାରତ ବିପକ୍ଷରେ ବ୍ୟାଟିଙ୍ଗ୍‌ କରୁଛି ବାଂଲାଦେଶ

ବ୍ୟାଟିଙ୍ଗ୍‌ କରୁଛି ବାଂଲାଦେଶ

ପୁଣେ: ଆଜି ପୁଣେର ‘ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମ୍‌’ରେ ଆୟୋଜିତ ‘ଆଇସିସି’ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ରେ ‘ଟସ୍‌’ ଜିଣିବା ପରେ ବାଂଲାଦେଶ ଟିମ୍‌ର କାର୍ଯ୍ୟନିର୍ବାହୀ ଅଧିନାୟକ ନାଜମୁଲ ହୋସେନ୍‌ ଶାନ୍ତୋ ଭାରତ ବିପକ୍ଷରେ ପ୍ରଥମେ ବ୍ୟାଟିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସଦ୍ୟତମ ସୂଚନା ଅନୁସାରେ, ୩ଟି ବଲ୍‌ ଖେଳି କୌଣସି ୱିକେଟ୍‌ ନ ହରାଇ ବାଂଲାଦେଶ ୧ ରନ୍‌ ସଂଗ୍ରହ କରିଛି। ବାଂଲାଦେଶ ତରଫରୁ ଓପେନିଙ୍ଗ୍‌ ଯୋଡ଼ି ଭାବେ ଖେଳୁଛନ୍ତି, ତାଞ୍ଜିଦ୍‌ ହସନ ଓ ଲିଟନ୍‌ ଦାସ। ଭାରତ ତରଫରୁ ପ୍ରଥମ ଓଭର୍‌ ବୋଲିଙ୍ଗ୍‌ ଆରମ୍ଭ କରିଛନ୍ତି ଜସପ୍ରୀତ୍‌ ବୁମ୍‌ରା
‘ଟସ୍‌’ ଜିଣିବା ପରେ ବାଂଲାଦେଶ ଟିମ୍‌ର କାର୍ଯ୍ୟନିର୍ବାହୀ ଅଧିନାୟକ ନାଜମୁଲ ହୋସେନ୍‌ ଶାନ୍ତୋ କହିଛନ୍ତି, ମୋ ପାଇଁ ଓ ମୋ ପରିବାର ପାଇଁ ଗୌରବର ବିଷୟ। ଆଜି ଆମେ ବ୍ୟାଟିଙ୍ଗ୍‌ କରିବାକୁ ସ୍ଥିର କରିଛୁ। କିଛି ଭଲ ରନ୍‌ କରିବୁ। ଏହା ଟିମ୍‌ ପାଇଁ ଭଲ ହେବ।
ଭାରତର ଅଧିନାୟକ ରୋହିତ ଶର୍ମା କହିଛନ୍ତି, ଆମେ ପ୍ରଥମେ ବୋଲିଙ୍ଗ୍‌ କରିଥାଆନ୍ତୁ। ତାହାହିଁ ହେଲା। ଟିମ୍‌ର ସମସ୍ତ ସଦସ୍ୟଙ୍କର ପ୍ରଦର୍ଶନ ଭଲ ରହିଛି। ଏମିତି ଭଲ ରହିବ ବୋଲି ଆଶା। ଆଜି ବାଂଲାଦେଶ ଏକାଦଶରେ ଖେଳୁଛନ୍ତି, ଲିଟନ୍‌ ଦାସ, ତାଞ୍ଜିଦ ହସନ, ନାଜମୁଲ୍‌ ହୋସେନ୍‌ ଶାନ୍ତୋ (ଅଧିନାୟକ), ମେହିଦି ହସନ୍‌ ମିର୍ଜା, ତୌହିଦ ହୃଦୟ, ମୁଶଫିକର୍‌ ରହିମ୍‌ (ୱିକେଟ୍‌ରକ୍ଷକ), ମହମୁଦୁଲ୍ଲା, ନାସୁମ୍‌ ଅହମଦ୍, ହସନ୍‌ ମହମଦ୍, ମୁସ୍ତାଫିଜୁର୍‌ ରହମନ୍‌ ଓ ଶରିଫୁଲ୍‌ ଇସ୍‌ଲାମ୍। ସେହିପରି ଭାରତୀୟ ଏକାଦଶରେ ଖେଳୁଛନ୍ତି, ରୋହିତ ଶର୍ମା (ଅଧିନାୟକ), ଶୁବମନ୍‌ ଗିଲ୍‌, ବିରାଟ କୋହଲି, ଶ୍ରେୟସ୍‌ ଆୟର୍‌, କେ. ଏଲ୍‌. ରାହୁଲ୍‌ (ୱିକେଟ୍‌ରକ୍ଷକ), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଶାର୍ଦ୍ଦୁଳ ଠାକୁର, କୁଳଦୀପ ଯାଦବ, ଜସପ୍ରୀତ୍‌ ବୁମ୍‌ରା ଓ ମହମଦ୍‌ ସିରାଜ।

Share Now:

Kalinga News Beuro

Next Post

ଗୋଡ଼ ମୋଡ଼ି ହେବାରୁ ଡାକ୍ତରଖାନାରେ ଭର୍ତ୍ତି ହେଲେ ହାର୍ଦ୍ଦିକ ପାଣ୍ଡ୍ୟା

Thu Oct 19 , 2023
ମୁମ୍ବାଇ: ଆଜି ପୁଣେର ‘ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମ୍‌’ରେ ଆୟୋଜିତ ‘ଆଇସିସି’ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ଭାରତ-ବାଂଲାଦେଶ। ‘ଟସ୍‌’ ଜିଣିବା ପରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଭାରତୀୟ ଟିମକୁ ବଡ଼ ଝଟକା ଲାଗିଛି। ଟିମର ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାଚ୍ ଆରମ୍ଭ ହେବାର କିଛି ସମୟ ପରେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।ଟିମ୍ ଇଣ୍ଡିଆର ଅଲରାଉଣ୍ଡର […]
ଡାକ୍ତରଖାନାରେ ଭର୍ତ୍ତି ହେଲେ ହାର୍ଦ୍ଦିକ ପାଣ୍ଡ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial