ଭୁବନେଶ୍ୱର: ବେଦ, ତନ୍ତ୍ର, ଧର୍ମଶାସ୍ତ୍ର, ଜ୍ୟୋତିଷ, ଅଭିଧାନ, ଗଣିତ, ନାଟକ, ଦର୍ଶନଶାସ୍ତ୍ର, ଆୟୁର୍ବେଦ, ସଙ୍ଗୀତ – ଏଭଳି ଅମୂଲ୍ୟ ଜ୍ଞାନ ସମ୍ପଦକୁ ତାଳପତ୍ରରେ ସାଇତି ରଖିଛି ଉତ୍କଳ ବିଶ୍ୱବିଦ୍ୟାଳୟର ପରିଜା ପାଠାଗାର। ହେଲେ ସଂରକ୍ଷଣ ଓ ସୁରକ୍ଷା ଅଭାବରୁ ଏହି ଦୁର୍ଲଭ ପୋଥିଗୁଡ଼ିକର ଭାଗ୍ୟ ବର୍ତ୍ତମାନ ଅନ୍ଧାରରେ ରହିଛି। ଛଅ ଦଶନ୍ଧିର ଏହି ପୁରୁଣା ପାଠାଗାରରେ ପାଖାପାଖି ୩୮ଶହ ତାଳପତ୍ର ପୋଥି ରହିଛି। ଏଥିମଧ୍ୟରୁ ଅନେକ ପୋଥି ୩୦୦ ବର୍ଷରୁ […]

ନୂଆଦିଲ୍ଲୀ :୨୦୨୩ ବର୍ଷ ପାଇଁ ଆଜି ସାହିତ୍ୟ ଅକାଦେମି ପକ୍ଷରୁ ବାଲ୍ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି। ଚଳିତବର୍ଷ ୨୨ଟି ଭାଷାରେ ପ୍ରକାଶିତ ଶିଶୁସାହିତ୍ୟ ସମ୍ବଳିତ ପୁସ୍ତକ ପାଇଁ ପୁରସ୍କାର ଘୋଷଣା କରାଯାଇଛି। ଓଡ଼ିଆ ଭାଷାରେ ପ୍ରକାଶିତ ଯୁଗଳ କିଶୋର ଷଡ଼ଙ୍ଗୀଙ୍କ ଲିଖିତ ‘ଜେଜେଙ୍କ ଗପ ଗଣ୍ଠିଲି'(କ୍ଷୁଦ୍ର ଗଳ୍ପ)କୁ ବାଲ୍ ସାହିତ୍ୟ ପୁରସ୍କାର ମିଳିବ ବୋଲି ଅକାଦେମି ପକ୍ଷରୁ ଘୋଷଣା କରାଯାଇଛି। ଲେଖକ ଯୁଗଳ କିଶୋର ଷଡ଼ଙ୍ଗୀଙ୍କୁ ପୁରସ୍କାର ବାବଦକୁ […]

ପ୍ରାଚୀନ ଶାସ୍ତ୍ରକୁ ସରଳ ଓଡ଼ିଆରେ ଉପସ୍ଥାପିତ କରୁଥିବା ଲେଖକମାନେ ନମସ୍ୟ: ସୌମ୍ୟରଂଜନ ପଟ୍ଟନାୟକ ଭୁବନେଶ୍ୱର: ସଂସ୍କୃତ ସାଧାରଣ ଲୋକଙ୍କ ଭାଷା ହୋଇନଥିବାରୁ ଆମେ ଶହଶହ ବର୍ଷ ଧରି ଆମ ଭାରତୀୟ ମୂଲ୍ୟବାନ ଶାସ୍ତ୍ରଗୁଡ଼ିକର ପ୍ରକୃତ ତତ୍ତ୍ୱଠାରୁ ଦୂରେଇ ଯାଇଛୁ। କାରଣ ପ୍ରାଚୀନ ଶାସ୍ତ୍ରଗୁଡ଼ିକ ସଂସ୍କୃତ ଭାଷାରେ ହିଁ ରଚିତ। ଯଦି ସଂସ୍କୃତ ଆଜି ସାଧାରଣ ଲୋକର ଭାଷା ହୋଇ ରହିଥା’ନ୍ତା, ଭାରତବର୍ଷ ସମ୍ମୁଖୀନ ହେଉଥିବା ଅନେକ ସମସ୍ୟା ହୁଏତ ନ […]

ଭୁବନେଶ୍ୱର: କବୟିତ୍ରୀ ଚପଳା ତ୍ରିପାଠୀଙ୍କ ରଚିତ ଓ ଶାନ୍ତିସେନା ପବ୍ଲିକେସନ ଦ୍ୱାରା ପ୍ରକାଶିତ ପୁସ୍ତକ ‘ଅନୁଭବୀ ଠାକୁର’ ସ୍ଥାନୀୟ ବୁଦ୍ଧମନ୍ଦିର ଅଡିଟୋରିଅମରେ ଗତକାଲି ସନ୍ଧ୍ୟାରେ ଉନ୍ମୋଚିତ ହୋଇଯାଇଛି। ପୂର୍ବତନ ବିଧାୟକ ତଥା ସାହିତ୍ୟିକ ଶ୍ରୀଯୁକ୍ତ ବିଭୁତି ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ତଥା ସ୍ୱତନ୍ତ୍ର ଶାସନ ସଚିବ ଧନଞ୍ଜୟ ସ୍ୱାଇଁ ଯୋଗ ଦେଇଥିଲେ। ଶାନ୍ତିସେନା ପବ୍ଲିକେସନର ପ୍ରକାଶକ ରଜତ […]

ଭୁବନେଶ୍ୱର : ତ୍ରୟମାସିକ ପତ୍ରିକା ‘ସ୍ମୃତି ସାନ୍ତ୍ୱନା’ର ଏକାଦଶତମ ବାର୍ଷିକ ଉତ୍ସବ ଭୁବନେଶ୍ୱରସ୍ଥିତ ସଭାଗୃହରେ ସମ୍ପାଦିକା ସବିତାରାଣୀ ବେହେରାଙ୍କ ଆବାହକତ୍ୱରେ ତା ୨୭/୦୯/୨୦୨୨ରିଖ ସଂନ୍ଧ୍ୟା ୫.୫୦ ସମୟରେ ଅନୁଷ୍ଠିତ ହୋଇଯାଇଛି। ଅତିଥିମାନେ ଦ୍ୱୀପ ପ୍ରଜ୍ୱଳନ କରିବା ସହ ଡ. ପ୍ରତିମାରାଣୀ ମିଶ୍ର ଷଡଙ୍ଗୀ ଦେବୀପାଠ କରିଥିଲେ। ମୋନିକା ମହାପାତ୍ର ଓ ଚମକ ଚାନ୍ଦନୀ ଦାସ ପ୍ରମୁଖ ସଙ୍ଗୀତ ଗାନ କରିଥିଲେ। ଡ. ଗିତାଶ୍ରୀ ପ୍ରିୟମ୍ବଦାଙ୍କ ସଞ୍ଚାଳନରେ ସଭାକାର୍ଯ୍ୟ ଆରମ୍ଭ କରିଥିଲେ। […]

ଭୁବନେଶ୍ବର: ବିଶିଷ୍ଟ ସମାଲୋଚକ ଓ ପ୍ରାବନ୍ଧିକ ଦେବେନ୍ଦ୍ର କୁମାର ଦାଶଙ୍କ ଦ୍ବାଦଶାହ ଅବସରରେ ଏକ ସ୍ମୃତିସଭା ଗତକାଲି ସନ୍ଧ୍ୟାରେ ସ୍ବର୍ଗତ ଦାଶଙ୍କ ପରିବାର ଓ ଅନୁରାଗୀଙ୍କ ପକ୍ଷରୁ ଓଏଏସ୍‌ ଅଫିସର ସଂଘ ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି। ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିସଭାକୁ ଶୈଳଜ ରବି, ଅଭିରାମ ବିଶ୍ବାଳ ଓ ଦେବେନ୍ଦ୍ର ଦାଶଙ୍କ ସାନ ପୁଅ ସଙ୍କେତ ଦାଶ ପ୍ରମୁଖ ପରିଚାଳନା କରିଥିଲେ। ସରକାରୀ ଦଳ ମୁଖ୍ୟ […]

ବାଲେଶ୍ବର: ପ୍ରସିଦ୍ଧ ଭାରତୀୟ ତାମିଲ ଲେଖକ ପେରୁମାଲ ମୁରୁଗାନଙ୍କୁ ୨୦୨୨ ବର୍ଷ ପାଇଁ ‘ଫକୀରମୋହନ ଜାତୀୟ ସାହିତ୍ୟ ସମ୍ମାନ’ ପ୍ରଦାନ କରାଯିବ। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, କୁଳସଚିବ କୁକୁମୀନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକଙ୍କୁ ନେଇ ଗଠିତ ଖଣ୍ଡପୀଠ ଜରିଆରେ ଏ ସମ୍ବନ୍ଧୀୟ ନିଷ୍ପତ୍ତି ନିଆଯାଇଛି। ସମ୍ମାନ ଗ୍ରହଣ କରିବା ନେଇ ଶ୍ରୀ ମୁରୁଗାନ୍ ସମ୍ମତି ପ୍ରଦାନ କରିଥିବା ଜଣାଯାଇଛି। ଆସନ୍ତା […]

ନୂଆଦିଲ୍ଲୀ: ଓଡ଼ିଆ ସାହିତ୍ୟର ଜଣାଶୁଣା ସାହିତ୍ୟିକା ଯଶୋଧାରା ମିଶ୍ରଙ୍କୁ ୨୦୨୦ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଦିଆଯିବ। ଯଶୋଧାରଙ୍କ ପୁସ୍ତକ ‘ସମୁଦ୍ରକୂଳ ଘର’ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ। ଯଶୋଧାରାଙ୍କୁ ପୁରସ୍କାର ସ୍ୱରୂପ ତାମ୍ର ଫଳକ ସହ ଏକ ଲକ୍ଷ ଟଙ୍କା ଦିଆଯିବ। ସୂଚନା ମୁତାବକ ଯଶୋଧାରାଙ୍କ ପୁସ୍ତକ ‘ସମୁଦ୍ରକୂଳ ଘର’ ଜୁରୀ ମେମ୍ବରଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା ଓ ସର୍ବାଧିକ ସମର୍ଥନ ପାଇଥିଲା। […]

ସାହିତ୍ୟର ସ୍ବର ଗୋଟିଏ: ରମାକାନ୍ତ ରଥ ଭୁବନେଶ୍ବର: ବିଭିନ୍ନ ଭାଷାରେ ସାହିତ୍ୟ ଲେଖା ହୁଏ ସତ, କିନ୍ତୁ ତା’ର ସ୍ବର ଗୋଟିଏ। ଭକ୍ତିଭାବ ଆସିଲେ, ସବୁ ଭାଷାରେ ସାହିତ୍ୟ ଲେଖା ହୋଇପାରିବ। ରାଜ୍ୟ ସଂଗ୍ରହାଳୟ ପରିସରରେ କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଖୋଲା ଯାଇଥିବା ପୁସ୍ତକ ବିକ୍ରୟ କେନ୍ଦ୍ରକୁ ଉଦ୍‌ଘାଟନ କରି ଏପରି କହିଛନ୍ତି ପ୍ରଖ୍ୟାତ କବି ତଥା ଅକାଦେମିର ପୂର୍ବତନ ସଭାପତି ରମାକାନ୍ତ ରଥ। ସାହିତ୍ୟ ଅକାଦେମିର ଉପଦେଷ୍ଟାମଣ୍ଡଳୀ […]

ଭୁବନେଶ୍ୱର: ଓଡ଼ିଶାର ଜଣାଶୁଣା ସାମ୍ବାଦିକ,ଲେଖକ,ସମ୍ପାଦକ ତଥା ବିଶିଷ୍ଟ ପରିବେଶ କର୍ମୀ ଅଭୟ ସିଂହଙ୍କର ଦେହାନ୍ତ ହୋଇଯାଇଛି। କିଛି ଦିନ ଧରି ଅସୁସ୍ଥ ଥିବା ଶ୍ରୀ ସିଂହଙ୍କର ପୁରୁଣା ଭୁବନେଶ୍ବରର ମହତାବରୋଡସ୍ଥିତ ଆନନ୍ଦାଶ୍ରମ ଜରାନିବାସରେ ପରଲୋକ ହୋଇଛି। ଓଡ଼ିଆ ଫିଚର ସାହିତ୍ୟକୁ ଏକ ନୂଆ ଦିଗ ଦେବାରେ ଶ୍ରୀଯୁକ୍ତ ସିଂହଙ୍କର ଥିଲା ଅନନ୍ୟ ଅବଦାନ। ତାଙ୍କ ସମ୍ପାଦନାରେ ଚେନ୍ନାଇର ‘ଚନ୍ଦାମାମା ପ୍ରକାଶନୀ’ ପକ୍ଷରୁ ପ୍ରକାଶିତ ହେଉଥିବା ମାସିକ ସାଂସ୍କୃତିକ ପତ୍ରିକା ‘ସଚ୍ଚିତ୍ର […]

Social media & sharing icons powered by UltimatelySocial