Warning: Uninitialized string offset 0 in /home/mod4jwtl7qyd/public_html/wp-includes/theme.php on line 1

Warning: Uninitialized string offset 0 in /home/mod4jwtl7qyd/public_html/wp-includes/theme.php on line 1

Warning: Uninitialized string offset 0 in /home/mod4jwtl7qyd/public_html/wp-includes/class-wp-http.php on line 1

Warning: Uninitialized string offset 0 in /home/mod4jwtl7qyd/public_html/wp-includes/class-wp-http.php on line 1

Warning: Uninitialized string offset 0 in /home/mod4jwtl7qyd/public_html/wp-includes/class-wp-http-curl.php on line 1

Warning: Uninitialized string offset 0 in /home/mod4jwtl7qyd/public_html/wp-includes/class-wp-http-curl.php on line 1

Warning: Uninitialized string offset 0 in /home/mod4jwtl7qyd/public_html/wp-includes/rest-api/endpoints/class-wp-rest-autosaves-controller.php on line 1

Warning: Uninitialized string offset 0 in /home/mod4jwtl7qyd/public_html/wp-includes/rest-api/endpoints/class-wp-rest-autosaves-controller.php on line 1
ଗହ୍ମାପୂର୍ଣ୍ଣିମାରେ ଦେଖାଯିବ ନୀଳଜହ୍ନ – Kalinga News

ଗହ୍ମାପୂର୍ଣ୍ଣିମାରେ ଦେଖାଯିବ ନୀଳଜହ୍ନ

ଗହ୍ମାପୂର୍ଣ୍ଣିମାରେ ଦେଖାଯିବ ନୀଳଜହ୍ନ

ନୂଆଦିଲ୍ଲୀ: ଗହ୍ମାପୂର୍ଣ୍ଣିମା ବା ରକ୍ଷାବନ୍ଧନର ଦିନ ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ଅଟେ। କିନ୍ତୁ ଏଥର ମହାକାଶ ପ୍ରତି ଆଗ୍ରହୀ ବ୍ୟକ୍ତିଙ୍କ ପାଇଁ ଏହି ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି। କାରଣ ଅଗଷ୍ଟ ୧୯ରେ ଆକାଶରେ ବ୍ଲୁ ମୁନ ବା ନୀଳଜହ୍ନ ଦେଖାଯିବ। ତେବେ ବ୍ଲୁ ମୁନ କଣ ଓ ଏହା ପଛର ବୈଜ୍ଞାନିକ କାରଣ କଣ ? ପୃଥିବୀ ଚାରିପଟେ ଘୂରିବୁଲୁଥିବା ବେଳେ ଚନ୍ଦ୍ର ବେଳେ ବେଳେ ପୃଥିବୀ ନିକଟକୁ ଆସିଥାଏ। ପୁଣି ବେଳେ ବେଳେ ଏହା ପୃଥିବୀଠାରୁ ଦୂରେଇ ଯାଇଥାଏ। ଯେତେବେଳେ ଏହା ପୃଥିବୀର ସବୁଠାରୁ ନିକଟବର୍ତ୍ତି ହୋଇଥାଏ ସେତେବେଳେ ଚନ୍ଦ୍ର ୩୦ ପ୍ରତିଶତ ବଡ଼ ଓ ଉଜ୍ଜଳ ଦେଖାଯାଏ। ତାହାକୁ ସୁପରମୁନ କୁହାଯାଏ।
ଅନ୍ୟପକ୍ଷରେ ନୀଳଜହ୍ନ ବା ବ୍ଲୁମୁନ୍ ଏକ ମହାଜାଗତିକ ଘଟଣା। ଯେତେବେଳେ ଗୋଟିଏ କ୍ୟାଲେଣ୍ଡର ମାସରେ ଦୁଇଟି ପୂର୍ଣ୍ଣିମା ପଡ଼ିଲେ ୨ୟ ଟିକୁ କିମ୍ବା ଗୋଟିଏ ଋତୁରେ ଚାରିଟି ପୂର୍ଣ୍ଣିମା ପଡ଼ିଲେ ଏବଂ ତୃତୀୟ ପୂର୍ଣ୍ଣିମାକୁ ନୀଳ ଚନ୍ଦ୍ର କୁହାଯାଏ। ତେବେ ନୀଳ ଜହ୍ନର ଅର୍ଥ ଜହ୍ନ ନେଳିଆ ଦେଖାଯିବା ନୁହେଁ। ଆହୁରି ମଧ୍ୟ ଏହାର ସେପରି କୌଣସି ଧାର୍ମିକ ମହତ୍ତ୍ୱ ନାହିଁ। ନାସା ଅନୁଯାୟୀ, ଶେଷ ବ୍ଲୁ ମୁନ୍ ୨୦୨୩ ଅଗଷ୍ଟ ୩୦ରେ ଦେଖିବାକୁ ମିଳିଥିଲା। ପ୍ରାୟ ପ୍ରତି ଦୁଇରୁ ତିନି ବର୍ଷରେ ଏକ ନୀଳ ଚନ୍ଦ୍ର ଦେଖାଯାଏ। ପରବର୍ତ୍ତୀ ଋତୁକାଳୀନ ବ୍ଲୁ ମୁନ୍ ମେ ୩୧, ୨୦୨୬ରେ ହେବ।

Share Now:

Kalinga News Beuro

Next Post

ଗୋଟିଏ ଟ୍ରେରେ ପିନ୍ଧା ଜୋତା ଓ ବ୍ୟକ୍ତିଗତ ସାମଗ୍ରୀ ରଖିବା ଘଟଣାକୁ ନେଇ ଯାତ୍ରୀ ଅସନ୍ତୋଷ

Mon Aug 19 , 2024
ନୂଆଦିଲ୍ଲୀ: ଆମେ କୌଣସି ଦୂର ସ୍ଥାନକୁ ଯାତ୍ରା କରିବା ସମୟରେ ବସ, ଟ୍ରେନ କିମ୍ବା ବିମାନର ସାହାଯ୍ୟ ନେଇଥାଉ। ସର୍ବଦା ବସଷ୍ଟାଣ୍ଡ ଓ ରେଳଷ୍ଟେସନ ଅପେକ୍ଷା ବିମାନବନ୍ଦର ଅଧିକ ସଫାସୁତୁରା ରହିଥିବାର ଆମେ ଦେଖିବାକୁ ପାଇଛୁ। କିନ୍ତୁ ସମୟସମୟରେ ବିମାନ ବନ୍ଦରରେ ଥିବା ଅବ୍ୟବସ୍ଥା ଦେଖି ଯାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଥାଆନ୍ତି। ‌ବେଙ୍ଗାଲୁରୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବ୍ୟବସ୍ଥା ଦେଖି ନିକଟରେ ଜଣେ ଯାତ୍ରୀ ସୋସିଆଲ ମିଡିଆ ଜରିଆରେ ନିଜର ଅସନ୍ତୋଷ […]
ଗୋଟିଏ ଟ୍ରେରେ ପିନ୍ଧା ଜୋତା ଓ ବ୍ୟକ୍ତିଗତ ସାମଗ୍ରୀ

ଆହୁରି ପଢ଼ନ୍ତୁ

Most Read

Social media & sharing icons powered by UltimatelySocial