କାନପୁର: ଉତ୍ତରପ୍ରଦେଶ କାନପୁରର ବେଗମପୁରୱାରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଅକିଲ ସାନୁ ଜିତିବା ପରେ ଭେଁଭେଁ ହୋଇ କାନ୍ଦୁଛନ୍ତି। ନଗର ନିଗମ ନିର୍ବାଚନ ଜିତିବା ପରେ ଅକିଲ କହିଛନ୍ତି ଯେ ସେ ଗତ ୧୫ବର୍ଷ ଧରି ଜିତିବାକୁ ଚେଷ୍ଟା ଜାରି ରଖିଥିଲେ, କିନ୍ତୁ ସେ ସଫଳତା ଏବେ ପାଇଛନ୍ତି। ଏହି ଖୁସିର ମୁହୂର୍ତ୍ତରେ ସେ ନିଜକୁ ରୋକି ପାରି ନଥିଲେ। ତାଙ୍କର ଆନନ୍ଦାଶ୍ରୁ ବୋହି ଯାଇଥିଲା।
ସୂଚନାନୁଯାୟୀ, ଅକିଲ ସାନୁ ବେଗମପୁରୱାରୁ ସପା ପ୍ରାର୍ଥୀ ଭାବରେ ନିର୍ବାଚିତ ହୋଇଛନ୍ତି। ସେ ଦୀର୍ଘ ଦିନ ଧରି ଜିତିବାକୁ ଚେଷ୍ଟା କରୁଥିଲେ କିନ୍ତୁ ସେଥିରେ ସଫଳତା ପାଇ ନଥିଲେ। ଭୋଟ୍ ଗଣିବା ପରେ ଯେତେବେଳେ ସେ ଜିତିଥିବା ଖବର ପାଇଥିଲେ ପ୍ରଥମେ ସେ ଏହାକୁ ବିଶ୍ୱାସ କରିପାରିନ ଥିଲେ। ପରେ ଜୋରରେ କାନ୍ଦିବା ଆରମ୍ଭ କରିଥିଲେ। ଅକିଲ ସାନୁ ୱାର୍ଡ ୧୦୨ରୁ ଏହି ନିର୍ବାଚନରେ ଜିତିଛନ୍ତି। କୁହାଯାଉଛି ଯେ, ଅକିଲ ଗତ ୧୫ ବର୍ଷ ଧରି ନିର୍ବାଚନରେ ଜିତିବା ପାଇଁ ସଂଘର୍ଷ କରୁଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ବ୍ୟକ୍ତି ଏହି ଘଟଣାର ଏକ ଭିଡିଓ ତିଆରି କରିଥିଲେ। ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛ। ନିର୍ବାଚନରେ ଜିତିବା ପରେ ସପା ପ୍ରାର୍ଥୀ ଅକିଲ ସାନୁ କହିଛନ୍ତି ଯେ ଅଧିକ ଟଙ୍କା ଥିବା ପ୍ରାର୍ଥୀମାନେ ମୋ ବିରୋଧରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏଥର ମୁଁ ଜିତିଲି, ତେଣୁ ମୁଁ ଏହାକୁ ବିଶ୍ୱାସ କରିପାରିଲି ନାହିଁ ଏବଂ ମୁଁ କାନ୍ଦି ପକାଇଲି। ବହୁ ସଂଘର୍ଷ ପରେ ଏହି ନିର୍ବାଚନ ଜିତିଥିବାରୁ ମୁଁ ବହୁତ ଖୁସି ଅଛି।
ନିର୍ବାଚନ ଜିତିବା ପରେ ମଧ୍ୟ ଭେଁ ଭେଁ ହୋଇ କାନ୍ଦିଲେ ସପା ପ୍ରାର୍ଥୀ

Share Now: