ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଠାରୁ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛନ୍ତି। ରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ପାରମ୍ପରିକ ନୃତ୍ୟ ଓ ବାଜାର ସହିତ ସ୍ବାଗତ କରାଯାଇଛି। ସେହିପରି ବିମାନମନ୍ଦରରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ରଘୁବର ଦାସ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପୁଲିସ ଡିଜି ସୁନୀଲ ବଂଶଲ ଓ ମେୟର ସୁଲୋଚନା ଦାସ ସ୍ବାଗତ କରିଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୧୬ ପ୍ଲାଟୁନ ପୁଲିସ ଫୋର୍ସ ସହ ୧୦୦ ଅଫିସର ମୁତୟନ ଅଛନ୍ତି।
ସୂଚନାଯୋଗ୍ୟ, ମହାମିହମ ଆଜି ରାଜଭବନରେ ବିଶ୍ରାମ ନେବେ। କାଲି (ସୋମବାର) ସକାଳ ୮.୩୦ରୁ ରାଜଭବନରୁ ବାହାରି ୮.୪୦ ରେ ସ୍ଵତନ୍ତ୍ର ବିମାନରେ ପାରାଦ୍ଵୀପ ଯିବେ। ଆସନ୍ତାକାଲି (ସୋମବାର) ସେ ପାରାଦ୍ଵୀପରେ ପୂର୍ବାହ୍‌ଣ ୧୦ଟାରେ ଆୟୋଜନ ହେବାକୁ ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗଦେବେ। ସେହିପରି ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଏକ, ବିଶ୍ବେଶ୍ବର ଟୁଡୁ, ଶାନ୍ତନୁ ଠାକୁର, ରାଜ୍ୟ ସରକାରଙ୍କ ବାଣିଜ୍ୟ ମନ୍ତ୍ରୀ ଟୁକୁନି ସାହୁ, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ଓ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଯୋଗଦେବେ। ସୂଚନାଯୋଗ୍ୟ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ୨୦ରୁ ୨୨ ତାରିଖ ମଧ୍ୟରେ ତିନି ଦିନିଆ ଓଡ଼ିଶା ଗସ୍ତ କରିଥିଲେ। ସେହି ସମୟରେ ସେ ମୟୁରଭଞ୍ଜ ଜିଲ୍ଲାର ବାରିପଦା, ରାଇରଙ୍ଗପୁର, ପାହାଡ଼ପୁର ଓ ସମ୍ବଲପୁର ଜିଲ୍ଲାର ବୁର୍ଲାରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Share Now:

Kalinga News Beuro

Next Post

ହୋଟେଲ ମାଲିକଙ୍କୁ ଆକ୍ରମଣ ଘଟଣା : ଅଭିଯୁକ୍ତକୁ ବାନ୍ଧିଲା ପୁଲିସ

Sun Nov 26 , 2023
ଭୁବନେଶ୍ବର: ଭରତପୁର ଥାନା ଅଧୀନରେ ହୋଟେଲ ମାଲିକଙ୍କୁ ଆକ୍ରମଣ ଘଟଣାର ଅଭିଯୁକ୍ତ ମାଲିଙ୍ଗାକୁ ଗିରଫ କରିଛି ପୁଲିସ। ମାସେ ପରେ ବନ୍ଧା ହୋଇଛି ମାଲିଙ୍ଗା। ଗତ ମାସ ୨୬ ତାରିଖରେ ଭରତପୁର ଥାନା ଅଧୀନରେ ହୋଟେଲ ଭିତରେ ପଶି ମାଲିଙ୍ଗା ଓ ତାର ସହଯୋଗୀମାନେ ମାରଣାସ୍ତ୍ର ଧରି ଆତଙ୍କ ଖେଳାଇଥିଲେ। ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ସହ, ଅର୍ଦ୍ଧନିର୍ମିତ ଲିଫ୍ଟର ଉପର ମହଲାରୁ ତଳକୁ ଠେଲି ଦେଇଥିଲେ। ସେମାନେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial