ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ-1

କାଲି ବ୍ରହ୍ମପୁର,ନବରଙ୍ଗପୁରରେରେ ଦେବେ ଉଦ୍‌ବୋଧନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତିରେ ଦୁଇ ଦିନିଆ ଓଡ଼ିଶା ଗ୍ରସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସ୍ଥାନୀୟ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ବାୟୁ ସେନାର ଏକ ସ୍ବତନ୍ତ୍ର ବିମାନରେ ପହଞ୍ଚିଲା ପରେ ବରିଷ୍ଠ ବିଜେପି ନେତାମାନେ ତାଙ୍କୁ ସ୍ବାଗତ ଜଣାଇଛନ୍ତି। ବିମାନବନ୍ଦର ବାହାରେ କଳାକାରମାନେ ପାରଂପରିକ ବାଦ୍ୟ, ନୃତ୍ୟ ଓ ଗୀତରେ ମୋଦୀଙ୍କୁ ସ୍ୱାଗତ କରାଯାଇଛି। ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀ ମୋଦୀ ସିଧାସଳଖ ରାଜଭବନ ଅଭିମୁଖେ ସ୍ୱତନ୍ତ୍ର କାରକେଡରେ ବାହାରିଛନ୍ତି। ଭୁବନେଶ୍ୱରସ୍ଥିତ ରାଜଭବନରେ ରାତି ବିତାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ସୋମବାର) ସକାଳେ ବ୍ରହ୍ମପୁର ଅଭିମୁଖେ ବାହାରିବେ। ସେଠାରେ ନିର୍ବାଚନୀ ସଭାରେ ଯୋଗ ଦେବେ। ପରେ ସେ ପୁଣି ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ସାମିଲ ହୋଇ ଉଦ୍‌ବୋଧନ ଦେବେ।

Share Now:

Kalinga News Beuro

Next Post

ନ୍ୟୁୟର୍କ ନାଇକ୍ଲବ ନିକଟରେ ଗୁଳିକାଣ୍ଡ, ୮ ଆହତ

Sun May 5 , 2024
ନ୍ୟୁୟର୍କ : ଶନିବାର ନ୍ୟୁୟର୍କର ଲଙ୍ଗ୍ ବିଚରେ ଥିବା ଏକ ନାଇଟକ୍ଲବ ନିକଟରେ ଗୁଳିକାଣ୍ଡ ହୋଇଥିବା ଖବର ମିଳିଛି । ଏହି ଗୁଳିକାଣ୍ଡରେ ୮ ଜଣ ଆହତ ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ କିଛି ଅଜଣା ଲୋକ ହଠାତ୍ ଗୁଳି ଚଳାଇବା ଆରମ୍ଭ କରିଥିଲେ। ହଠାତ୍ ଗୁଳିଚାଳନା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ଫଳରେ ଲୋକେ ନିଜ ଜୀବନ ପାଇଁ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ଗୁଳିମାଡ଼ରେ ଆହତଙ୍କୁ ଡାକ୍ତରଖାନା ନିଆଯାଇଛି। […]
ନ୍ୟୁୟର୍କ ନାଇକ୍ଲବ ନିକଟରେ ଗୁଳିକାଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial