ଗୁଜରାଟରେ ଆପ୍ ଖାତା ଖୋଲିପାରିବ ନାହିଁ : ଅମିତ ଶାହ

ଆପ୍ ଖାତା ଖୋଲିପାରିବ ନାହିଁ

ଅହମଦାବାଦ: ଆଉ ମାତ୍ର କିଛି ଦିନ ପରେ ହେବ ଗୁଜରାଟ ବିଧାନସଭା ନିର୍ବାଚନ। ଏନେଇ ବିଜେପି, କଂଗ୍ରେସ ଏବଂ ଆପ୍ ପରସ୍ପରକୁ ଟା‌ର୍ଗେଟ କରିବା ସହ କ୍ଷମତା ହାତେଇବାକୁ ‌ଚେଷ୍ଟା କରୁଛନ୍ତି। ପ୍ରଚାର ସମୟରେ ଗୁଜରାଟରେ ଆପ୍ କ୍ଷମତାକୁ ଆସିବା ବିଷୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦାବି କରିଥିବା ବେଳେ ଆଜି ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ​​କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଦଳ ଆପ୍ ଗୁଜରାଟରେ ଖାତା ଖୋଲିପାରିବ ନାହିଁ ବୋଲି ଦାବି କରିଛନ୍ତି ଅମିତ ଶାହ। ଏକ ସାକ୍ଷାତକାରରେ ଶାହା କହିଥିଲେ ଯେ, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା, ରାଜ୍ୟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଗୁଜରାଟର ସର୍ବାଙ୍ଗୀନ ବିକାଶ କରିଥିବାରୁ ୨୭ବର୍ଷ ହେଲାଣି ଗୁଜରାଟବାସୀ ବିଜେପିକୁ କ୍ଷମତାକୁ ଆଣୁଛନ୍ତି। ସେଥିପାଇଁ ବିଧାନସଭା ନିର୍ବାଚନରେ ଗୁଜରାଟରେ ବିଜେପି ବିପୁଳ ଭୋଟ ପାଇ ବିଜୟୀ ହେବ। ଆମ ଦଳ ତଥା ଆମର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଲୋକଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି”। ଗୁଜରାଟ ବିଧାନସଭା ନିର୍ବାଚନରେ ​​ଆପର ପ୍ରବେଶ ନେଇ ପ୍ରଶ୍ନ କରାଯିବାରୁ ଶାହା କହିଥିଲେ, “ପ୍ରତ୍ୟେକ ଦଳର ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାର ଅଧିକାର ଅଛି, କିନ୍ତୁ ଲୋକେ ଦଳକୁ ଗ୍ରହଣ କରୁଛନ୍ତି କି ନାହିଁ ତାହା ଗୁରୁତ୍ବପୂର୍ଣ୍ଣ। ଗୁଜରାଟବାସୀଙ୍କ ମନରେ ଆପ୍ କୌଣସି ସ୍ଥାନରେ ବି ନାହିଁ। ଫଳାଫଳ ଆସିବା ପରେ ଏହା ପ୍ରମାଣ ହୋଇଯିବ”। କଂଗ୍ରେସ ପକ୍ଷରୁ କରାଯାଉଥିବା ଚ୍ୟାଲେଞ୍ଜ ଉପରେ ଶାହା କହିଥିଲେ ଯେ, “ଗୁଜରାଟରେ କଂଗ୍ରେସ ଏବେ ବି ମୁଖ୍ୟ ବିରୋଧୀ ଦଳ ହୋଇ ରହିଛି। କିନ୍ତୁ ଏହି ଦଳ ଜାତୀୟ ସ୍ତରରେ ସଙ୍କଟ ଦେଇ ଗତି କରୁଛି। ତେଣୁ ଗୁଜରାଟରେ ଏହି ଦଳର ପ୍ରଭାବ ବିଜେପି ଉପରେ ପଡ଼ିବ ନାହିଁ”।

Share Now:

Kalinga News Beuro

Next Post

ଦୁଷ୍କର୍ମ କରିବା ଲାଗି ରୁଷୀୟ ସୈନିକଙ୍କୁ ଉତ୍ସାହ ଦେଉଛନ୍ତି ସେମାନଙ୍କ ପତ୍ନୀ: ୟୁକ୍ରେନ୍‌ ଫାଷ୍ଟ୍‌ଲେଡି

Wed Nov 30 , 2022
ନୂଆଦିଲ୍ଲୀ: ୟୁକ୍ରେନ୍‌ରେ ଚଳାଇଥିବା ଆକ୍ରମଣ ଅଭିଯାନରେ ରୁଷୀୟ ସୈନିକମାନେ ଦୁଷ୍କର୍ମ ଓ ଯୌନ ନିର୍ଯାତନାକୁ ‘ଅସ୍ତ୍ର’ରୂପେ ବ୍ୟହବାର କରୁଥିବା କଥା ୟୁକ୍ରେନ୍‌ର ‘ଫାଷ୍ଟ୍‌ଲେଡି’ ତଥା ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିଙ୍କ ପତ୍ନୀ ଓଲେନା ଜେଲେନ୍‌ସ୍କା କହିଛନ୍ତି ବୋଲି ବ୍ରିଟିସ୍‌ ଟେଲିଭିଜନ୍‌ ନିଉଜ୍‌ ଚାନେଲ୍‌ ‘ସ୍କାଏ ନିଉଜ୍’ ରିପୋର୍ଟ କରିଛି।ଯୁଦ୍ଧ ସମୟରେ ‘ଯୌନହିଂସା’ ମୁକାବିଲା ଉପରେ ଲଣ୍ଡନରେ ଆୟୋଜିତ ଆନ୍ତର୍ଜାତିକ ସମ୍ମିଳନୀରେ ଉଦ୍‌ବୋଧନ ଦେବା ବେଳେ ଜେଲେନ୍‌ସ୍କା ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ୪୪ […]
ୟୁକ୍ରେନୀୟ ମହିଳାଙ୍କ ସହିତ ଦୁଷ୍କର୍ମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial