ବେଙ୍ଗାଲୁରୁ: ଆଜି ‘ଇସ୍ରୋ’ ଭାରତୀୟ ସୌରଯାନ ‘ଆଦିତ୍ୟ-ଏଲ୍୧’ର ଦ୍ଵିତୀୟ ଉପକରଣ ‘ଆଦିତ୍ୟ ସୋଲାର୍ ୱିଣ୍ଡ୍ ପାର୍ଟିକ୍ଲ୍ ଏକ୍ସପେରିମେଣ୍ଟ୍’କୁ (ଏଏସ୍ପିଇଏକ୍ସ୍) ସକ୍ରିୟ କରିବା ପରେ ତାହା କାର୍ଯ୍ୟକ୍ଷମ ହୋଇଥିବା କଥା ସୂଚନା ଦେଇଛି। ଏବେ ‘ଆଦିତ୍ୟ-ଏଲ୍୧’ ରହସ୍ୟମୟ ସୌର ପବନ ଉପରେ ଧ୍ୟାନନିବେଶ କରିଛି ବା ସୂର୍ଯ୍ୟକୁ ଦେଖିପାରିଛି। ‘ଏଏସ୍ପିଇଏକ୍ସ୍’ ପ୍ଲେଲୋଡ୍ରେ ‘ସୋଲାର୍ ୱିଣ୍ଡ୍ ଆଇଅନ୍ ସ୍ପେକ୍ଟୋମିଟର୍ (ସ୍ବିସ୍) ଓ ‘ସୁପ୍ରାଥର୍ମାଲ୍ ଆଣ୍ଡ୍ ଏନର୍ଜେଟିକ୍ ପାର୍ଟିକ୍ଲ ସ୍ପେକ୍ଟୋମିଟର୍’ (ଷ୍ଟେପ୍ସ୍) ସମେତ ଅତ୍ୟାଧୁନିକ […]
ଦେଶ
ନୂଆଦିଲ୍ଲୀ : ଆଉ ୯୭ଟି ତେଜସ୍ ହାଲ୍କା ଲଢ଼ୁଆ ଯୁଦ୍ଧ ବିମାନ ସହିତ ୧୫୬ ପ୍ରଚଣ୍ଡ ଲଢ଼ୁଆ ହେଲିକପ୍ଟର କ୍ରୟକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ମଞ୍ଜୁରି ଦେଇଛି। ଭାରତୀୟ ବାୟସେନା ପାଇଁ ଆସିବାକୁ ଥିବା ଏହି ଲଢ଼ୁଆ ବିମାନ କ୍ରୟକୁ ପ୍ରତିରକ୍ଷା ମନ୍ତ୍ରାଳୟ ଅନୁମୋଦନ ଦେଇଛି। ୧୫୬ ପ୍ରଚଣ୍ଡ ଲଢ଼ୁଆ ହେଲିକପ୍ଟର ମଧ୍ୟରୁ ୯୦ଟି ସ୍ଥଳସେନା ପାଇଁ ଏବଂ ୬୬ଟି ଭାରତୀୟ ବାୟୁସେନା ପାଇଁ ଆସିଛି। ଉଭୟ ତେଜସ୍ ଏବଂ […]
ନୂଆଦିଲ୍ଲୀ: ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଗତକାଲି ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ବିଗତ ୧୨ ଘଣ୍ଟାରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତିକରି ଗଭୀର ଅବପାତରେ ଘନୀଭୂତ ହୋଇ ଆଜି ସକାଳ ୫.୩୦ ସୁଦ୍ଧା ଦକ୍ଷିଣପୂର୍ବ ଓ ତତ୍ସଂଲଗ୍ନ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଥିବା କଥା ଭାରତୀୟ ପାଣିପାଗ ବିଭାଗ କହିଛି। ସ୍ଥଳର ଭାଗରୁ ହିସାବ କଲେ ସମ୍ପ୍ରତି ଏହି ଗଭୀର ଅବପାତ ପୁଡ୍ଡୁଚେରୀର ପୂର୍ବ-ଦକ୍ଷିଣପୂର୍ବକୁ ୭୯୦ କିଲୋମିଟର୍, ଚେନ୍ନାଇର […]
ଉତ୍ତରକାଶୀ : ଉତ୍ତରକାଶୀ ସୁଡ଼ଙ୍ଗରେ ନଭେମ୍ବର ୧୨ରୁ ଫସି ରହିଥିବା ୪୧ ଶ୍ରମିକଙ୍କ ଉଦ୍ଧାର ପାଇଁ ଚାଲିଥିବା ବିଶାଳ ଅଭିଯାନର ସଫଳ ପରିସମାପ୍ତି ସହ ଏହି ଶ୍ରମିକମାନଙ୍କୁ ନୂଆ ଜୀବନ ମିଳିଛି। ବ୍ରହ୍ମଖାଲ-ଯମୁନୋତ୍ରୀ ରାଜପଥର ନିର୍ମାଣାଧୀନ ସୁଡ଼ଙ୍ଗରେ ଅତଡ଼ା ଧସିବାରୁ ଅତ୍ୟନ୍ତ ଜଟିଳ ସ୍ଥିତି ଉପୁଜିଥିଲା। ଶ୍ରମିକମାନେ ଫସି ରହିବାର ଦିନକ ପରେ ଏକ ୪ ଇଞ୍ଚ ମୋଟେଇର ପାଇପ୍ ଜରିଆରେ ସେମାନଙ୍କ ନିକଟକୁ ଶୁଖିଲା ଫଳ ଏବଂ ପାଣି […]
ନୂଆଦିଲ୍ଲୀ: ମନି ଲଣ୍ଡ୍ରିଙ୍ଗ ମାମଲାରେ ଗିରଫ ହୋଇଥିବା ତାମିଲନାଡୁର ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ଆଜି ଝଟକା ଲାଗିଛି। ବାସ୍ତବରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି। ଚିକିତ୍ସା ଆଧାରରେ ଜାମିନ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଆମେ ଅନୁଭବ କରୁଛୁ ଯେ ଆପଣଙ୍କର ଅସୁସ୍ଥତା ସେତେ ଗମ୍ଭୀର ନୁହେଁ। ସୁପ୍ରିମକୋର୍ଟ କହିଛନ୍ତି ଯେ ନିୟମିତ ଜାମିନ ପାଇଁ ନିମ୍ନ ଅଦାଲତରେ […]
କୋଲକାତା: ପଶ୍ଚିମବଙ୍ଗର ଅଲିପୁରଦ୍ୱାର ଜିଲ୍ଲାର ରାଜାଭଟ ଖାୱାଠାରେ ଏକ ମାଲବାହୀ ଟ୍ରେନ୍ ଧକ୍କାରେ ୩ଟି ହାତୀଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ବନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସକାଳେ ରାଜାଭଟ ଖୱାଠାରେ ୩ଟି ହାତୀ ରେଳ କରିଡର ଅତିକ୍ରମ କରୁଥିବା ବେଳେ ସିଲିଗୁଡ଼ି ଅଭିମୁଖେ ଯାଉଥିବା ଟ୍ରେନ୍ ସହ ଧକ୍କା ହୋଇଥିଲା। ଖବର ପାଇ ରେଳବାଇ ଓ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣା ପରେ […]
ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଭାରତୀୟ ସେନା ଓ ବାୟୁସେନାର ଶକ୍ତି ବଢ଼ିବାକୁ ଯାଉଛି। ଆସନ୍ତା ନଭେମ୍ବର ୩୦ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ(ଡିଏସି)ର ଏକ ବୈଠକ ବସିବ। ଏହି ବୈଠକରେ ସେନା ପାଇଁ ୧୫୬ଟି ଲଢୁଆ ହେଲିକପ୍ଟର କିଣିବାକୁ ମଞ୍ଜୁରୀ ମିଳିପାରେ। ଏହି ଚୁକ୍ତି ୪୫ ହଜାର କୋଟି ଟଙ୍କାର ହେବ। ୧୫୬ଟି ମଧ୍ୟରୁ ସେନାକୁ ୯୦ଟି ହେଲିକପ୍ଟର ଓ ବାୟୁସେନାକୁ ୬୬ଟି […]
ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଠାରୁ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛନ୍ତି। ରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ପାରମ୍ପରିକ ନୃତ୍ୟ ଓ ବାଜାର ସହିତ ସ୍ବାଗତ କରାଯାଇଛି। ସେହିପରି ବିମାନମନ୍ଦରରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ରଘୁବର ଦାସ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପୁଲିସ […]
ମୁମ୍ବାଇ: ପ୍ରେମ ପାଇଁ ଲୋକ ଏପରି କିଛି କରିପକାନ୍ତି ଯେ ଯାହାର କୌଣସି ସୀମା ନଥାଏ। କିଛି ପ୍ରେମୀ ତ ପ୍ରେମରେ ବିଫଳ ହୋଇ ଜୀବନ ବି ହାରିଦିଅନ୍ତି। ହେଲେ ସବୁ ପ୍ରେମୀ ସେପରି କରନ୍ତି ନାହିଁ। କେହି କେହି ପ୍ରେମରେ ବିଫଳ ହେବା ପରେ ଜୀବନକୁ ଚ୍ୟାଲେଞ୍ଜ୍ କରନ୍ତି ଓ କିଛି ହାସଲ କରି ଦେଖାନ୍ତି। ଆପଣ ଯଦି ବଲିଉଡ୍ ଅଭିନେତା ରାଜ୍କୁମାର ରାଓଙ୍କ ଅଭିନୀତ ଫିଲ୍ମ ‘ଶାଦି […]
ଉତ୍ତରକାଶୀ: ଉତ୍ତରକାଶୀରେ ନିର୍ମାଣାଧୀନ ସିଲକ୍ୟାରା ସୁଡ଼ଙ୍ଗ ଦୁର୍ଘଟଣାରେ ଫସି ରହିଥିବା ୪୧ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଦିନକୁ ଦିନ ଅଧିକ କଠିନ ହେବାରେ ଲାଗିଛି। ଆମେରିକା ନିର୍ମିତ ଅଗର ମେସିନ ସଂପୂର୍ଣ୍ଣ ଖରାପ ହୋଇଯିବା ପରେ ସ୍ଥିତି ସଂପୂର୍ଣ୍ଣ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଏପରିକି ଆଉ କେତେ ଦିନ ଅପରେସନ ଚାଲିବ ତାହା କେହି କହିପାରୁନାହାନ୍ତି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି ଯେ ହାଇଦ୍ରାବାଦରୁ ପ୍ଲାଜମା […]