ବିଏସ୍‌ଏନ୍‌ଏଲର ବଡ ପଦକ୍ଷେପ : ଘରୋଇ କମ୍ପାନିକୁ ଦେବ ଟକ୍କର

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ତାର ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର ଆଣିଛି। ବର୍ତ୍ତମାନ ବିଏସ୍‌ଏନ୍‌ଏଲ୍‌ ଏକମାତ୍ର ଏପରି ଟେଲିକମ୍ କମ୍ପାନି ଯାହାକି ତାର ରିଚାର୍ଜ ଯୋଜନା ମୂଲ୍ୟ ବୃଦ୍ଧି କରିନାହିଁ। ଗତ ମାସରେ ଜିଓ, ​​ଏୟାରଟେଲ, ଭିଆଇ ସେମାନଙ୍କର ରିଚାର୍ଜ ଯୋଜନାଗୁଡ଼ିକର ମୂଲ୍ୟ ବୃଦ୍ଧି କରିଛନ୍ତି। ଏହି ମୂଲ୍ୟ ବୃଦ୍ଧି ପରେ ଉକ୍ତ ଟେଲିକମ୍ କମ୍ପାନିର ଗ୍ରାହକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜିଓ, ​​ଏୟାରଟେଲ, ଭିଆଇ ରିଚାର୍ଜ ଯୋଜନାଗୁଡ଼ିକର ମୂଲ୍ୟ ବୃଦ୍ଧି ପାଇବା ପରେ ଅନେକ ସଂଖ୍ୟକ ଗ୍ରାହକ ବିଏସ୍‌ଏନ୍‌ଏଲକୁ ବାଛିଛନ୍ତି। ବିଏସ୍‌ଏନ୍‌ଏଲ୍‌ ପୂର୍ବ ପରି କମ୍ ମୂଲ୍ୟରେ ରିଚାର୍ଜ ଯୋଜନା ଯୋଗାଉଥିବାବେଳେ କମ୍ପାନି ଗ୍ରାହକଙ୍କ ପାଇଁ ଆଉ ଏକ ଖୁସି ଖବର ନେଇ ଆସିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ବିଏସ୍‌ଏନ୍‌ଏଲ୍‌ ଖୁବ୍ ଶୀଘ୍ର ନିଜର ୫ଜି ସେବା ଆରମ୍ଭ କରିବାକୁ ଯାଉଛି। ତେବେ ଏହି ସେବା ପ୍ରଥମ ପର୍ଯ୍ୟାୟରେ ଦେଶର ଅଳ୍ପ କିଛି ସହରରେ ଆରମ୍ଭ ହେବ। ବିଏସ୍ଏନ୍‌ଏଲ୍‌ର ୫ଜି ସେବା ଆରମ୍ଭ ‌ହେଲେ ଏହାର ପ୍ରଭାବ ନିଶ୍ଚିତ ଭାବେ ଅନ୍ୟ ଘରୋଇ ଟେଲିକମ କମ୍ପାନି ଗୁଡ଼ିକ ଉପରେ ପଡ଼ିବ ବୋଲି କୁହାଯାଉଛି। କାରଣ ୫ଜି ସେବା ଆରମ୍ଭ ହୋଇଗଲେ ବିଏସ୍ଏନ୍‌ଏଲ୍‌ ବ୍ୟବହାରକାରୀମାନେ କମ୍ ମୂଲ୍ୟରେ କଲିଂ ସେବା ସହିତ ଶସ୍ତା ମୂଲ୍ୟରେ ହାଇ ସ୍ପିଡ୍ ଡାଟା ପାଇ ପାରିବେ। ବିଏସ୍ଏନ୍‌ଏଲ୍‌ ଦିଲ୍ଲୀ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଗୁରୁଗ୍ରାମ ଭଳି ବଡ ସହରମାନଙ୍କରେ ନିଜର ୫ଜି ସେବାର ପ୍ରଥମ ପରୀକ୍ଷଣ ଆରମ୍ଭ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରି ସାରିଥିବା ବି‌ଶେଷ ସୂତ୍ରରୁ ଖବର ମିଳିଛି।

Share Now:

Kalinga News Beuro

Next Post

କଟକକୁ ୨ ଘଣ୍ଟିଆ ଅରେଞ୍ଜ ୱାର୍ଣ୍ଣିଂ: ଲୋକଙ୍କୁ ସତର୍କ କଲା ପାଣିପାଗ ବିଭାଗ

Thu Aug 1 , 2024
କଟକ: ରାଜ୍ୟରେ ବର୍ଷା ଜାରି ରହିଛି। ଏହାରି ମଧ୍ୟରେ ପାଣିପାଗ ବିଭାଗ ପ୍ରବଳ ବର୍ଷା ଯୋଗୁଁ କଟକକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଗୁରୁବାର ସକାଳେ ୨ ଘଣ୍ଟା ପାଇଁ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ସତର୍କ ସୂଚନାରେ କୁହାଯାଇଛି ଯେ, କଟକ ସହରର ତଳି ଅଞ୍ଚଳରେ ପାଣି ଜମିପାରେ। ଏଥିପାଇଁ ସୁରକ୍ଷିତ ସ୍ଥାନରେ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।ଝାଡ଼ଖଣ୍ଡ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସହ […]

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial