ମେ ୩୦ରେ କେରଳ ଛୁଇଁବ ମୌସୁମୀ : ସ୍କାଏମେଟର ଆକଳନ

ମେ ୩୦ରେ କେରଳ ଛୁଇଁବ ମୌସୁମୀ

ହାଇଦ୍ରାବାଦ : ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଠିକ ସମୟରେ କେରଳ ଛୁଇଁବ ଓ ସ୍ବାଭାବିକ ବର୍ଷା ହେବ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ପୂର୍ବାନୁମାନ କରିଛି। ସ୍କାଏମେଟର ନୂଆ ରିପୋର୍ଟ ଅନୁସାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମେ ୩୦ ତାରିଖରେ କେରଳ ଛୁଇଁବାର ସମ୍ଭାବନା ରହିଛି। ତେବେ ଏହି ତାରିଖ ୨-୩ ଦିନ ଆଗପଛ ହୋଇପାରେ। କେରଳରେ ଯ଼ଦି ମେ ୩୦ରେ ମୌସୁମୀ ଛୁଏଁ ତେବେ ଓଡ଼ିଶା ଆସୁ ଆସୁ ଜୁନ ୮ ରୁ ୧୦ ତାରିଖ ହୋଇଯ଼ିବ। ଅର୍ଥାତ ରଜ ଉତ୍ସବ ବେଳକୁ ସମଗ୍ର ରାଜ୍ୟରେ ମୌସୁମୀ ପହଞ୍ଚିସାରିଥିବ। ପୁଣି ଏବର୍ଷ ମୌସୁମୀ ବର୍ଷାର ପରିମାଣ ସ୍ବାଭାବିକ ରହିବ । ଏହା ୧୦୩ ପ୍ରତିଶତ ରହିବା ଆଶା କରାଯ଼ାଉଛି ଓ ଏଥିରେ ୫ ପ୍ରତିଶତ କମବେଶୀ ହୋଇପାରେ। ଏହା ସ୍ବାଭାବିକ ବର୍ଷା ଆଡ଼କୁ ଇଙ୍ଗିତ କରୁଛି ବୋଲି ସ୍କାଏମେଟ୍ କହିଛି। ସ୍କାଏମେଟ ପକ୍ଷରୁ ଆହୁରି ମଧ୍ୟ କୁହାଯ଼ାଇଛି ଯ଼େ ଭାରତକୁ ମୌସୁମୀର ଆଗମନ ଉଭୟ ଆରବ ସାଗର ଓ ବଙ୍ଗୋପସାଗରର ସାମୁଦ୍ରିକ ପାଣିପାଗ ଉପରେ ନିର୍ଭର କରେ। ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟାର ପ୍ରଭାବ ଆସନ୍ତା ୨୨ ତାରିଖ ବେଳକୁ ଶେଷ ହୋଇଯ଼ାଇଥିବ। ତାହା ମୌସୁମୀ ବାୟୁର ଆଗମନକୁ ବିଶେଷ ପ୍ରଭାବିତ କରିବ ନାହିଁ।

Share Now:

Kalinga News Beuro

Next Post

ରାଜ୍ୟରେ ଆଜି ୧୯ କରୋନା ସଂକ୍ରମିତଙ୍କ ମୃତ୍ୟୁ

Thu May 13 , 2021
ଭୁବନେଶ୍ବର: ରାଜ୍ୟରେ ଆଜି ୧୯ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୩ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏମାନଙ୍କ ଭିତରେ ଜଣେ ୫୩ ବର୍ଷୀୟା ମହିଳା, ଜଣେ ୫୩ ବର୍ଷିୟ ପୁରୁଷ ଓ ୩୭ ବର୍ଷିୟ ପୁରୁଷ ଅଛନ୍ତି। ଅପରପକ୍ଷରେ ବାଲେଶ୍ବର ଜିଲ୍ଲାର ଜଣେ ୩୬ ବର୍ଷିୟ ପୁରୁଷ, ବରଗଡ଼ […]
ରାଜ୍ୟରେ ଆଜି ୧୯ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial