ରୁଷରୁ ଅଶୋଧିତ ତେଲ କିଣି ଭାରତ ୟୁକ୍ରେନର ରକ୍ତ କିଣୁଛି : ୟୁକ୍ରେନର ବୈଦେଶିକ ମନ୍ତ୍ରୀ

ୟୁକ୍ରେନର ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ରୁଷରୁ ତେଲ କିଣୁଥିବାରୁ ଭାରତ ଉପରେ କ୍ରୋଧ ପ୍ରକାଶ କରିଛି ୟୁକ୍ରେନ। ୟୁକ୍ରେନ କହିଛି ଯେ ରୁଷରୁ ଅଶୋଧିତ ତେଲ କିଣି ଭାରତ ୟୁକ୍ରେନର ରକ୍ତ କିଣୁଛି। ଚଳିତ ବର୍ଷ ଫେବ୍ରୁଆରି ୨୪ରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ଏହା ପରେ ଆମେରିକା ଏବଂ ୟୁରୋପୀୟ ଦେଶ ରୁଷ ଉପରେ କଡା ପ୍ରତିବନ୍ଧକ ଲଗାଇଥିଲେ। କିନ୍ତୁ ପାଶ୍ଚାତ୍ୟ ଦେଶଗୁଡ଼ିକର ସମାଲୋଚନା ସତ୍ତ୍ୱେ ମଧ୍ୟ ଭାରତ ରୁଷରୁ ତେଲ କିଣିବା ଜାରି ରଖିଥିଲା । ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ଭାରତ ତୈଳ ଆମଦାନୀ ବୃଦ୍ଧି କରିବା ସହ ବାଣିଜ୍ୟ ଜାରି ରଖିଛି।
ଏହି ପ୍ରସଙ୍ଗରେ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା ବୁଧବାର କହିଛନ୍ତି ଯେ ୟୁକ୍ରେନ ଭାରତରୁ ଅଧିକ ବ୍ୟବହାରିକ ସମର୍ଥନ ଆଶା କରୁଛି। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କୁଲେବା ଯୁକ୍ତି କରିଛନ୍ତି ଯେ, ୟୁକ୍ରେନ ଭାରତର ଏକ ନିର୍ଭରଯୋଗ୍ୟ ଅଂଶୀଦାର ରହି ଆସିଛି, କିନ୍ତୁ ରୁଷରୁ ଅଶୋଧିତ ତୈଳ କ୍ରୟ କରି ଭାରତ ପ୍ରକୃତରେ ୟୁକ୍ରେନ ରକ୍ତ କିଣୁଛି। ଭାରତ ବିଷୟରେ ୟୁକ୍ରେନର ଏହି କଠୋର ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି ଯେ, ତୈଳ ଓ ଗ୍ୟାସ ମୂଲ୍ୟ ବୃଦ୍ଧି ମଧ୍ୟରେ ସରକାରଙ୍କର ଲୋକଙ୍କ ପାଇଁ ଏକ ନୈତିକ ଦାୟିତ୍ବ ରହିଛି। ୟୁକ୍ରେନ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, “ଯେତେବେଳେ ଭାରତ ରୁଷରୁ ଅଶୋଧିତ ତୈଳ ରିହାତି ଦରରେ କ୍ରୟ କରୁଛି, ସେତେବେଳେ ସେ ଏହା ବୁଝିବା ଉଚିତ ଯେ, ଏହି ରିହାତିର ଭରଣା ରୁଷ ଅନ୍ୟ କୌଣସି ସ୍ଥାନରୁ ନୁହେଁ ବରଂ ୟୁକ୍ରେନବାସୀଙ୍କ ରକ୍ତ ସହିତ କରିବ। ଭାରତକୁ ଯୋଗାଇ ଦିଆଯାଉଥିବା ରୁଷର ଅଶୋଧିତ ତୈଳର ପ୍ରତ୍ୟେକ ବ୍ୟାରେଲରେ ୟୁକ୍ରେନର ରକ୍ତ ମିଶିଛି। ମୁଁ ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ସ୍ଥାନାନ୍ତର କରିବାକୁ ସମର୍ଥନ କରିଥିଲି। ଏହା ବଦଳରେ ଭାରତଠାରୁ ୟୁକ୍ରେନ ଅଧିକ ବ୍ୟବହାରିକ ସମର୍ଥନ ଆଶା କରୁଥିଲା।

Share Now:

Kalinga News Beuro

Next Post

ଭୁବନେଶ୍ବର ଉପକଣ୍ଠରେ ବନ୍ୟା ଜଳ : ବୁଡ଼ିଗଲା ବୀରବନ୍ଧ

Wed Aug 17 , 2022
ପୁରୁଣା ଭୁବନେଶ୍ବର: ଦୟା ନଦୀରେ ବନ୍ୟା ଆସିବା କାରଣରୁ ଗଙ୍ଗୁଆ ଜଳ ନଦୀକୁ ପ୍ରବାହିତ ହୋଇପାରୁନାହିଁ। ବରଂ ଦୟା ନଦୀର ଜଳ ଓଲଟା ଗଙ୍ଗୁଆ ଦେଇ ଦୟା ଅବବାହିକା ଅଞ୍ଚଳକୁ ବୁଡ଼ାଇ ଦେଇଛି। ଫଳରେ ସୁନ୍ଦରପଦା ଗହୀର ସମେତ ବୋତଣ୍ଡା, ବୀରବନ୍ଧ, ଓରକଳ, କୁହା, ପଧାନସାହି, କ୍ଷେତ୍ରପାଳ ଓ ପାଞ୍ଚଗାଁ ଆଦି ଗହୀର ବୁଡ଼ିଯାଇଛି। ବଡ଼ କଥା ହେଉଛି ଏହି ଅଞ୍ଚଳରେ ଥିବା ବହୁ ଆପାର୍ଟମେଣ୍ଟ ଜଳ ଘେରରେ ରହିଛି। […]
ବୁଡ଼ିଗଲା ବୀରବନ୍ଧ

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial