ଅନ୍ଧାରରେ ଏଭଳି ଦିଶୁଛି ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର : ଫଟୋ ପଠାଇଲା ଚନ୍ଦ୍ରଯାନ-୨ର ଅର୍ବିଟର

ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର

ନୂଆଦିଲ୍ଲୀ: ସେପ୍ଟେମ୍ବର ୫, ୨୦୨୩ରେ ଚନ୍ଦ୍ରର ସେହି ଅଂଶରେ ରାତି ହୋଇଯାଇଥିଲା ଯେଉଁଠାରେ ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଅବତରଣ କରିଥିଲା। ଏବେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର୍ ଅନ୍ଧାରରେ କିପରି ଦେଖାଯାଉଛି, ତାହାର ଏକ ଝଲକ ଦେଖିବାକୁ ମିଳିଛି। ଲ୍ୟାଣ୍ଡର୍ ଅନ୍ଧାରରେ କିପରି ଦିଶୁଛି, ଏହା ଜାଣିବା ପାଇଁ ଚନ୍ଦ୍ରଯାନ-୨ର ଅର୍ବିଟରକୁ ଏହା ଉପର ଦେଇ ପାସ୍ କରାଯାଇଥିଲା। ଅର୍ବିଟରରେ ସ୍ଥାପିତ ସ୍ୱତନ୍ତ୍ର କ୍ୟାମେରା ରାତିର ଅନ୍ଧକାରରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର କିପରି ଦିଶୁଛି, ତାହାର ଏକ ଫଟୋ ଉଠାଇଥିଲା। ଏବେ ଇସ୍ରୋ ଅର୍ବିଟର ପଠାଇଥିବା ଏହି ଫଟୋକୁ ଟ୍ୱିଟ କରି ଭାରତବାସୀଙ୍କ ସହ ସେୟାର କରିଛି।
ସେପ୍ଟେମ୍ବର ୬, ୨୦୨୩ରେ ନିଆଯାଇଥିବା ଫଟୋରେ ଚନ୍ଦ୍ରପୃଷ୍ଠ ନୀଳ, ସବୁଜ ଏବଂ ଗାଢ଼ କଳା ଦେଖାଯାଉଛି। ଏହାର ମଝିରେ ରହିଛି ଲ୍ୟାଣ୍ଡର। ଫଟୋରେ ହଳଦିଆ ରଙ୍ଗର ଏକ ଜିନିଷ ଆପଣଙ୍କୁ ଦୃଶ୍ୟମାନ ହେଉଥିବ। ତାହା ହେଉଛି ବିକ୍ରମ ଲ୍ୟାଣ୍ଡର। ଚନ୍ଦ୍ରଯାନ-୨ର ଅର୍ବିଟର ଅଗଷ୍ଟ ୨୫, ୨୦୨୩ରେ ଚନ୍ଦ୍ରଯାନ-୩ର ଏହି ଫଟୋ ଉଠାଇଥିଲା, ଯେଉଁଥିରେ ବାମ ପାର୍ଶ୍ୱର ଫଟୋରେ ଖାଲି ସ୍ଥାନ ଥିବା ବେଳେ ଡାହାଣ ଫଟୋରେ ଲ୍ୟାଣ୍ଡର୍ ଚନ୍ଦ୍ର ପୃଷ୍ଠରେ ଦୃଶ୍ୟମାନ ହେଉଥିଲା।

Share Now:

Kalinga News Beuro

Next Post

୫୦ ଲକ୍ଷର ଫଗିଙ୍ଗ୍‌ ମେସିନ୍‌ ବରବାଦ : ଲୋକାର୍ପଣ ପରେ ବନ୍ଦ, ଆଉ ୧୫ ଆସିବ

Sat Sep 9 , 2023
ଭୁବନେଶ୍ୱର: ସରକାର କା ମାଲ୍‌, ଦରିଆ ମୈ ଡାଲ୍‌- ସରକାରୀ ଅର୍ଥକୁ ବରବାଦ କରିବା ପ୍ରସଙ୍ଗରେ ଏଭଳି ଉକ୍ତି ଅନେକ ଦିନରୁ ରହିଆସିଛି। ଠିକ୍ ସେହିପରି ଲୋକଙ୍କ ଝାଳବୁହା ଧନ କର ଆକାରରେ ନେଇ ବିଏମ୍‌ସି ଲକ୍ଷଲକ୍ଷ ଟଙ୍କା ପାଣିରେ ପକାଇ ଦେଉଛି। ତାହାର ଏକ ଉଦାହରଣ ହେଉଛି ସ୍ୱାୟତ୍ତ ଶାସନ ଦିବସରେ ଭୁବନେଶ୍ୱର ବାସିନ୍ଦାଙ୍କ ପାଇଁ ବିଏମ୍‌ସି ଉତ୍ସର୍ଗ କରିଥିବା ୫ଟି ବ୍ୟାଟେରି ଚାଳିତ ଫଗିଙ୍ଗ୍‌ ଗାଡ଼ି (ଅଟୋ)। […]
୫୦ ଲକ୍ଷର ଫଗିଙ୍ଗ୍‌ ମେସିନ୍‌ ବରବାଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial