ଜି-୨୦ ପାଇଁ ଭାରତ ଆସିବେନି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍

ଜି-୨୦ ପାଇଁ ଭାରତ ଆସିବେନି ସି ଜିନପିଙ୍ଗ୍

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭାରତରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗ ଦେବେ ନାହିଁ। ଏ ସଂପର୍କରେ ଏକ ଅନ୍ତର୍ଜାତୀୟ ନ୍ୟୁଜ୍ ଏଜେନ୍ସି ଏକ ରିପୋର୍ଟ ପ୍ରକାଶ କରିଛି। ଚୀନରେ ଅବସ୍ଥାପିତ ଜଣେ ଭାରତୀୟ କୂଟନୀତିଜ୍ଞ ଓ ଅନ୍ୟ ଜଣେ ଜି-୨୦ ଅଧିକାରୀଙ୍କ ସୂଚନାକୁ ଭିତ୍ତି କରି ଏହି ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ କୁହାଯାଇଛି ଯେ ସି ଜିନିପିଙ୍ଗ୍ ନିଜେ ଆସିବା ବଦଳରେ ଚୀନର ପ୍ରତିନିଧିଭାବେ ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗଙ୍କୁ ବୈଠକରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀ ପଠାଇପାରେ। ଗତ ବୁଧବାର ସୁଦ୍ଧା ଜି-୨୦ ଶିଖର ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତିଙ୍କ ଅଂଶଗ୍ରହଣ ବିଷୟରେ କୌଣସି ନିଶ୍ଚିତତା ମିଳିନାହିଁ।
ନିକଟରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଏକ ଅଣ-ଔପଚାରିକ ଆଲୋଚନା ହୋଇଥିଲା। ଏହା ପରେ ଆଶା କରାଯାଉଥିଲା ଯେ ଜିନପିଙ୍ଗ ଭାରତ ଆସିପାରନ୍ତି। କିନ୍ତୁ ଏବେ ତାହାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ପୂର୍ବରୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବି ଭାରତ ଆସିବେନି ବୋଲି କହିସାରିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଭାରତରେ ହେବାକୁ ଥିବା ଜି-୨୦ ବୈଠକରେ ଯୋଗଦେବେ ବୋଲି ସୂଚନା ମିଳିଛି। ଯଦି ଜିନପିଙ୍ଗ ଭାରତ ଆସନ୍ତି ତାଙ୍କର ବାଇଡେନଙ୍କ ସହ ସାକ୍ଷାତ ହେବ ବୋଲି ଆଶା କରାଯାଉଥିଲା। ତାଇଓ୍ଵାନକୁ ନେଇ ଆମେରିକା ଓ ଚୀନ୍ ମଧ୍ୟରେ ବିବାଦ ଲାଗି ରହିଛି। ଏଣୁ ଏହି ସମ୍ଭାବ୍ୟ ବୈଠକକୁ ଗୁରୁତ୍ୱ ଦିଆଯାଉଥିଲା। କିନ୍ତୁ ଏବେ ଏହି ସମ୍ଭାବ୍ୟ ବୈଠକ ବି ଅନିଶ୍ଚିତ ହୋଇଯାଇଛି।

Share Now:

Kalinga News Beuro

Next Post

ଆବର୍ଜନାର ରାଜଧାନୀ : ଡଷ୍ଟବିନ୍‌ ମୁକ୍ତ କରିବାକୁ ଯାଇ ଯନ୍ତ୍ରଣାକୁ ଠେଲି ଦେଲେ

Thu Aug 31 , 2023
ଭୁବନେଶ୍ୱର: ପୂର୍ବରୁ ୩ଟି ସଂସ୍ଥା ସହରକୁ ସଫା କରୁଥିଲେ। ହେଲେ ତାହା ସରକାରୀ ବଡ଼ବାବୁମାନଙ୍କର ପସନ୍ଦ ହେଲାନି। ୬୭ ୱାର୍ଡକୁ ୧୦ ଭାଗ କରି ୧୦ଟି ପ୍ୟାକେଜ୍‌ ବିଶିଷ୍ଟ ଟେଣ୍ଡର ଡାକିଲେ। ଏଥିପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ବିଏମ୍‌ସିରେ ଜଣେ ମୁଖ୍ୟଯନ୍ତ୍ରୀଙ୍କୁ ନିଯୁକ୍ତି ଦେଲା। ୧୦ ପ୍ୟାକେଜ୍‌ରେ ୧୦ ସଂସ୍ଥା ପରିମଳ ଦାଇତ୍ୱ ନେଲେ। କିନ୍ତୁ ଏଥିରେ ରହିଥିବା ଗୁରୁଚଣ୍ଡାଳ ଦୋଷ ପାଇଁ ସହରବାସୀ ଘାଣ୍ଟି ହେଲେ। […]
ଆବର୍ଜନାର ରାଜଧାନୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial