ଶହେ କୋଟି ଖର୍ଚ୍ଚ କରି କଅଣ ପାଇଲା ଭାରତ : ସାଧାରଣ ଜନତାଙ୍କୁ ଜବାବ ଦେବେକି ମୋଦି..?

ଭୁବନେଶ୍ୱର: ଦେଶରେ ବର୍ତ୍ତମାନର ପରିପାର୍ଶ୍ଵିକ ପରିସ୍ଥିତି ଯାହା ତାହାକୁ ଅଣଦେଖା କରି କେନ୍ଦ୍ର ସରକାର ବା ମୋଦି ସରକାର ନିଜର ପ୍ରଚାର ଉଦ୍ଦେଶ୍ୟରେ ଯାହା ସବୁ କରୁଛନ୍ତି ତାହା ବଡ ଦୁର୍ଭାଗ୍ୟ ଜନକ। ଦେଶରେ ବଢୁଥିବା ବେକାରୀ ସମସ୍ୟା,କୃଷି ଓ କୃଷକ ମାନଙ୍କ କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ,ଶିକ୍ଷା ,ସ୍ୱାସ୍ଥ୍ୟ ,ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି ମଧ୍ୟ ବର୍ଗିୟ ଲୋକମାନଙ୍କ ଅଣ୍ଟା ଭାଙ୍ଗୁଥିବା ବେଳେ ,ଭାରତକୁ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଡାକି ୧୦୦ କୋଟି ଖର୍ଚ୍ଚ କରିବାରେ କଅଣ ଆବଶ୍ୟକତା ରହିଛି। ଯେତେବେଳେ ଦେଶର ଅର୍ଥ ବ୍ୟବସ୍ଥା ତଳ ସ୍ତରକୁ ଗତିକରୁଛି ସେହି ସମୟରେ ଏତେ ଖର୍ଚ କରି ମୋଦି ସରକାର କଅଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି । ଯେଉଁ ଆମେରିକାର ରାଷ୍ଟ୍ରପତି ବ୍ୟବସାୟିକ କ୍ଷେତ୍ରରେ ଭାରତକୁ ଅଣଦେଖା କରିବା,ଜୋରିମାନା ଲଗାଇବା ,ବିକାଶଶୀଳ ରାଷ୍ଟ୍ର ପଦରୁ ଭାରତକୁ ହଟାଇବା,କାଶ୍ମୀର ମାମଲାରେ ଅଯଥା ମୁଣ୍ଡ ପୁରାଇବା ପରି କାମ କରୁଥିବା ରାଷ୍ଟ୍ରର ମୁଖିଆ ପାଇଁ ଏତେ ଭାବପ୍ରବଣତା ଓ ଖର୍ଚର ହିସାବ ମୋଦି ସରକାର ଦେଵେତ ..? ସାଧାରଣ ଜନତାଙ୍କ କର ବା ଟ୍ୟାକ୍ସରୁ ହେଉଥିବା ଏହି ଖର୍ଚର ଜବାବ ଚାହୁଁଚି ଜନତା…? କଅଣ ପାଇଲା ଭାରତ..!

Share Now:

Kalinga News Beuro

Leave a Reply

Next Post

ବିଏମ୍‌ସିର ବଜେଟ୍‌ ଛୁଇଁବ ୭୦୦କୋଟି: ଆୟ ୧୦୦କୋଟି, ଖର୍ଚ୍ଚ କରିବେ ଅଧିକ ୬୦୦କୋଟି

Wed Feb 26 , 2020
ଆୟ ଠୁଁ ବଢିଗଲା ବ୍ୟୟ ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ (ବିଏମ୍‌ସି)ର ୨୦୨୦-୨୧ ବଜେଟ୍‌ ରେକର୍ଡ କରିବାକୁ ଯାଉଛି। ବିଏମ୍‌ସି ଏହି ଆର୍ଥିକ ବର୍ଷରେ ୭୦୦କୋଟିର ବଜେଟ୍‌ କରିବାକୁ ଯୋଜନା କରୁଛି। ଆଶ୍ଚର୍ଯ୍ୟର ବିଷୟ ବିଏମ୍‌ସି ଏଥର ୧୦୦କୋଟି ରାଜସ୍ୱ ଆଦାୟ କରିପାରିବ କି ନାହିଁ ସେନେଇ ଦ୍ଵନ୍ଦରେ ଥିବାବେଳେ ଖର୍ଚ୍ଚ କିନ୍ତୁ ୭୦୦କୋଟି କରିବେ ବୋଲି ଯୋଜନା କରିସାରିଲେଣି। ବିଏମ୍‌ସି ପକ୍ଷରୁ ଆଜି ଆସନ୍ତା ଆର୍ଥିକ ବର୍ଷର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial