ପୋଡ଼ିଲା ପଞ୍ଚବଟି ବନ: ନିଆଁକୁ ଆୟତ୍ତ କଲେ ଦମକଳ ବାହିନୀ

ପୋଡ଼ିଲା ପଞ୍ଚବଟି ବନ-1

ନବରଙ୍ଗପୁର: ପଞ୍ଚବଟି ବନରେ ଆଜି ନିଆଁ ଲାଗିଛି। ନବରଙ୍ଗପୁର ଜିଲ୍ଲା ସଦରମହକୁମା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟରେ ଥିବା ପଞ୍ଚବଟି ବନ ଅପରାହ୍ନ ପ୍ରାୟ ୩ଟାରେ ହୁତୁହୁତୁ ହୋଇ ହୋଇ ଜଳିବାରେ ଲାଗିଥିଲା। ବନ ବିଭାଗ ନିଆଁ ଲିଭାଇବା ପାଇଁ ସ୍ଥାନୀୟ ଦମକଳ ବାହିନୀକୁ ସୂଚନା ଦେଇଥିଲା। ଦମକଳ କେନ୍ଦ୍ରର ୨ଟି ଗାଡ଼ି ଓ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାୟ ୨ ଘଣ୍ଟା ପରିଶ୍ରମ କରି ନିଆଁକୁ ଆୟତ୍ତ କରାଯାଇଥିଲା। ଜଙ୍ଗଲ ମଧ୍ୟରେ ପ୍ରାୟ ୫ ଫୁଟ ଉଚ୍ଚତାରେ ଶୁଖିଲା ଘାସ ଥିବାରୁ ନିଆଁ ପ୍ରଖର ବେଗରେ ବ୍ୟାପିଥିଲା। ତେବେ ଏହି ନିଆଁ ପଞ୍ଚବଟି ଜଙ୍ଗଲ ମଧ୍ୟରେ ଥିବା ପାର୍କ ପାଖକୁ ଆସିବା ବେଳକୁ ଦମକଳ ବାହିନୀ ଆୟତ୍ତ କରିଥିଲେ। ଏହି ନିଆଁରେ ନୂଆ ଲଗାଯାଇଥିବା କିଛି ଗଛ ବି ପୋଡିଯାଇଥିବା ଜଣାପଡିଛି। ଏବେ ଜଙ୍ଗଲର ଯେଉଁ ଅଂଶରେ ନିଆଁ ଲାଗିଥିଲା, ସେହି ଅଂଶରେ ପାଉଁଶ ପଡ଼ି ରହିଛି । ପ୍ରାୟ ୩୦ ଏକର ପରିବ୍ୟାପ୍ତ ପଞ୍ଚବଟି ବନଟି ୫ ବର୍ଷ ପୂର୍ବରୁ ନୂତନ ରୂପରେଖ ପାଇଥିଲା। ଏହି ଜଙ୍ଗଲ ମଧ୍ୟରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପାର୍କର ବ୍ୟବସ୍ଥା କରାଯାଇଥିଲା। ଶହେରୁ ଉର୍ଦ୍ଧ୍ବ ପ୍ରକାର ଔଷଧୀୟ ବୃକ୍ଷ ଲଗାଯାଇଛି। ଛୋଟ ଶିଶୁମାନଙ୍କ ପାଇଁ ବିଭିନ୍ନ କ୍ରୀଡାର ବ୍ୟବସ୍ଥା କରାଯାଇଛି। ନବରଙ୍ଗପୁର ସହର ଓ ଆଖପାଖ ଅଞ୍ଚଳର ପର୍ଯ୍ୟଟକମାନେ ଅପରାହ୍ନ ୪ଟା ପରେ ଏହି ବନକୁ ଆସି ସମୟ କଟାଇଥାନ୍ତି। ନିଆଁ ଲାଗିଥିବା ବେଳେ ଅଳ୍ପ ପର୍ଯ୍ୟଟକ ଉପସ୍ଥିତ ଥିଲେ। ନିଆଁ ଲିଭାଇବା ପରେ ପୁଣି ପୂର୍ବପରି ପର୍ଯ୍ୟଟକମାନେ ଆସିଥିବା ଦେଖିବାକୁ ମିଳିଥିଲା। ଆଜିର ନିଆଁକୁ ନେଇ ବନବିଭାଗ ସହ ଯୋଗାଯୋଗ କରିବାରୁ ଜଙ୍ଗଲର ଆରପଟେ ଥିବା ଏକ ଜମିରେ ଲାଗିଥିବା ନିଆଁ ପବନ ଦ୍ବାରା ଆସି ଏହି ଜଙ୍ଗଲକୁ ବ୍ୟାପିଥିବାର କହିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ଜିଲ୍ଲା ସଦରମହକୁମାରେ ଥିବା ଏହି ଜଙ୍ଗଲରେ ନିଆଁକୁ ଆୟତ୍ତ କରିବା ପାଇଁ ଏତେ ସମୟ ଲାଗୁଛି, ଦୂରରେ ଥିବା ଜଙ୍ଗଲ ଓ ପାହାଡ଼ ଗୁଡିକରେ ନିଆଁ ‌ଲାଗିଲେ କେତେ ସମୟ ଲାଗୁଥିବ।

Share Now:

Kalinga News Beuro

Next Post

ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତିଙ୍କ ହତ୍ୟା ମାମଲା: ୧୩ ବର୍ଷ ପରେ ପଞ୍ଚମ ଅଭିଯୁକ୍ତ ଗିରଫ

Sun Mar 14 , 2021
ଭୁବନେଶ୍ବର: କମିସନରେଟ୍ ପୁଲିସକୁ ବଡ଼ ସଫଳତା। ୨୦୦୮ ମସିହା ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା ଘଟଣାରେ ପୁଲିସ ୧୩ ବର୍ଷ ପରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। କମିସନରେଟ୍ ପୁଲିସର ସ୍ପେସାଲ ସ୍କ୍ୱାଡ ଦୀର୍ଘ ୧୩ ବର୍ଷ ତଳର ଏହି ଘଟଣାରେ ବିକ୍ରମ ଆଦିତ୍ୟ ଜେନା ନାମକ ଅପରାଧୀକୁ ଗିରଫ କରିଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। […]
ବିକ୍ରମ ଆଦିତ୍ୟ ଜେନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial