ଆମେରିକାରେ ୩ ଭାରତୀୟ ମହିଳା ମୃତ : ଜଣେ ଗୁରୁତର

ଆମେରିକାରେ ୩ ଭାରତୀୟ ମହିଳା ମୃତ

ନୂଆଦିଲ୍ଲୀ: ଆମେରିକାରେ ଏକ ଭୟଙ୍କର କାର ଦୁର୍ଘଟଣାରେ ଗୁଜରାଟର ତିନିଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ସମସ୍ତ ମହିଳା ଗୁଜରାଟର ଆନନ୍ଦ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି। ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ମହିଳାମାନେ ହେଉଛନ୍ତି ରେଖାବେନ ପଟେଲ, ସାଙ୍ଗିତାବେନ ପଟେଲ ଏବଂ ମନୀଷାବେନ ପଟେଲ। ଏହି ଦୁର୍ଘଟଣାର ଏକମାତ୍ର ବଞ୍ଚିଥିବା ବ୍ୟକ୍ତି ଏବେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି। ସେ ଏବେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି। ଗାଡ଼ିରୁ ଯାତ୍ରୀମାନଙ୍କୁ ଚିହ୍ନଟ କରିବା ପରେ ସେମାନଙ୍କ ପରିବାର ଲୋକଙ୍କୁ ସୂଚୀତ କରାଯାଇଥିଲା। ଯିଏକି ପରେ ଦକ୍ଷିଣ କାରୋଲିନାରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏ ସଂପର୍କରେ ଅବଗତ କରାଇଥିଲେ।
ଗ୍ରୀନଭିଲେ କଣ୍ଟ୍ରି କର୍ଣ୍ଣ‌ର୍ସ କାର୍ଯ୍ୟାଳୟର ରିପୋର୍ଟ ଅନୁଯାୟୀ, ଏହି ମହିଳାମାନେ ଏକ ଏସୟୁଭି ଗାଡ଼ିରେ ଦ୍ରୁତ ଗତିରେ ଯାଉଥିଲେ। ଯିବା ବାଟରେ ଗାଡ଼ିଟି ନିୟନ୍ତ୍ରଣ ହରାଇ ବୁଲିଯିବା ସହ ଏକ ଗଛରେ ପିଟି ହୋଇ ଯାଇଥିଲା। କେବଳ ସେତିକି ନୁହେଁ, ଗାଡ଼ିଟି ପିଟିହେବା ପରେ ୨୦ ଫୁଟ୍‌ ଉପରକୁ ଉଠି ଯାଇଥିଲା। ତେବେ ଏହି ଦୁର୍ଘଟଣାରେ ଅନ୍ୟ କେଉଁ ଯାନ ଜଡ଼ିତ ନଥିବା ସୂଚନା ରହିଛି। କାରଟିକୁ ଏକ ଗଛରେ ଅଟକି ରହିଥିବା ଦେଖିବାକୁ ମିଳିଥିଲା। ଖଣ୍ଡ ଖଣ୍ଡ ହୋଇ ଯାଇଥିବା ଗାଡ଼ି ତାହାର ପ୍ରମାଣ‌ ଯେ ଏସ୍‌ୟୁଭି କାର୍‌ଟି କେତେ ବେଗରେ ଗତି କରୁଥିଲା। ଦୁର୍ଘଟଣା ଘଟିବା ପରେ ଆମେରିକାରୁ ଏକାଧିକ ଜରୁରୀକାଳୀନ ଟିମ୍‌ ଯାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Share Now:

Kalinga News Beuro

Next Post

ଜଳୁଛି ଓଡ଼ିଶା : ଭୁବନେଶ୍ୱରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ

Sat Apr 27 , 2024
ଭୁବନେଶ୍ୱର: ରାଜ୍ୟବ୍ୟାପୀ ପ୍ରବଳ ଖରା ସହିତ ଭୀଷଣ ଗରମ ଅନୁଭୂତ ହେଉଛି। ତାପମାତ୍ରା ଆହୁରି ୪ ଦିନ ଏମିତି ଜାରି ରହିବ। ଲୋକଙ୍କୁ କଲବଲ କରିବ। ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରର ସର୍ବୋଚ୍ଚ ଦିନର ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଝାରସୁଗୁଡ଼ାରେ ୪୩.୬ ଡିଗ୍ରି, ରାଉରକେଲାରେ ୪୨.୫ […]
ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial