ଭାରତ ବନାମ ଇଣ୍ଡିଆ ବିବାଦ : ଏପରି କଥା କହିଲା ଜାତିସଂଘ

ଭାରତ ବନାମ ଇଣ୍ଡିଆ ବିବାଦ

ନୂଆଦିଲ୍ଲୀ: ଇଣ୍ଡିଆ ବନାମ ଭାରତ ବିବାଦ ମଧ୍ୟରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଏଟାରେସ ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଦେଶମାନଙ୍କଠାରୁ ଔପଚାରିକ ଆବେଦନ ଆସିଲେ ତାହା ଉପରେ ଜାତିସଂଘ ବିଚାର କରିଥାଏ। ତୁର୍କୀର ଉଦାହରଣ ଦେଇ ସେ କହିଛନ୍ତି ଯେ ତୁର୍କୀର ନାମକୁ ତୁର୍କୀଏ କରିବାକୁ ସେଠାକାର ସରକାର ଔପଚାରିକଭାବେ ଜାତିସଂଘ ନିକଟରେ ଆବେଦନ କରିଥିଲେ। ଭାରତ ଯେପରି ନିଜ ନାଁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଏ, ତେବେ ଔପଚାରିକ ଅନୁରୋଧ ଆସିବା ପରେ ହିଁ ତାହା ଉପରେ ବିଚାର କରାଯିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ଆଗକୁ ସରକାରୀ ଯୋଜନା ଓ ସରକାରୀ କାର୍ଯ୍ୟକ୍ରମ, ଜାତୀୟ ଓ ଅନ୍ତର୍ଜାତୀୟ ନିମନ୍ତ୍ରଣ ଏବଂ ଆନୁଷଙ୍ଗିକ କାଗଜପତ୍ରଠାରୁ ଆରମ୍ଭ ସରକାରୀ ଦସ୍ତାବିଜରେ ‘ଭାରତ’ ନାମ ପ୍ରକାଶ ପାଇବା ଆରମ୍ଭ ହୋଇପାରେ। ଭାରତ ନାଁଟି ବି ସମ୍ବିଧାନରେ ଥିବାରୁ ଏଥିଲାଗି କୌଣସି ସମସ୍ୟା ହେବ ନାହିଁ। ତେବେ ତାହା ପିଛିଲା ଭାବେ ଲାଗୁ ହେବ ନାହିଁ। ଗତମାସରେ ଦେଶର ଗୃହମନ୍ତ୍ରୀ ଅମିତ ଶାହା ନୂଆ ଦଣ୍ଡବିଧି ସଂହିତା ପାଇଁ ନାମ ପ୍ରସ୍ତାବ ଦେବା ପରଠାରୁ ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲେ। ଏବେ ଜି-୨୦ ନିମନ୍ତ୍ରଣ ପତ୍ରରେ ସରକାରପ୍ରେସିଡେଣ୍ଟ ଅଫ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ ଭାରତ ଲେଖିବା ପରେ ତାହାକୁ ନେଇ ବିବାଦ ଲାଗି ରହିଛି।

Share Now:

Kalinga News Beuro

Next Post

ନୂଆଁଖାଇ ପାଇଁ ବାହାରିଲା ଲଗ୍ନ : ସେପ୍ଟେମ୍ବର ୨୦ରେ ଏହି ସମୟରେ ମା’ଙ୍କ ନିକଟରେ ହେବ ନବାନ୍ନଲାଗି

Thu Sep 7 , 2023
ସମ୍ବଲପୁର: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ ପାଇଁ ଗୁରୁବାର ଦିନ ଲଗ୍ନ ନିର୍ଦ୍ଧାରିତ ହୋଇଛି। ସମ୍ବଲପୁର ସହରର ବ୍ରହ୍ମପୁର ମନ୍ଦିର ଟ୍ରଷ୍ଟ ଦ୍ୱାରା ଏହି ମନ୍ଦିର ପରିସରରେ ପଣ୍ଡିତ ମହାସଭାରେ ଏହି ଲଗ୍ନ ନିର୍ଦ୍ଧାରିତ ହୋଇଛି। ପଣ୍ଡିତ ମହାସଭାରେ ନିର୍ଦ୍ଧାରିତ ଅନୁସାରେ ଆସନ୍ତା ୨୦ ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବିଛା ଲଗ୍ନରେ ସକାଳରୁ ୧୦ଟା ୨୭ ଲଗ୍ନରେ ସକାଳ ୧୦ଟା୪୨ ଟ ମଧ୍ୟରେ ଶୁଭ ଲଗ୍ନ […]
ନୂଆଁଖାଇ ପାଇଁ ବାହାରିଲା ଲଗ୍ନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial