ରାଜସ୍ଥାନରେ ମିଳିଲା ଜମ୍ମୁଠାରୁ ବଡ଼ ଲିଥିୟମ ଭଣ୍ଡାର

ଜମ୍ମୁଠାରୁ ବଡ଼ ଲିଥିୟମ ଭଣ୍ଡାର

ନୂଆଦିଲ୍ଲୀ : ଲିଥିୟମ୍ ଭଣ୍ଡାର କ୍ଷେତ୍ରରେ ଭାରତକୁ ଆଉ ଏକ ବଡ଼ ସଫଳତା ମିଳିଛି। ରାଜସ୍ଥାନର ଦେଗାନା (ନାଗୌର)ରେ ଏକ ନୂତନ ଲିଥିୟମ୍ ଭଣ୍ଡାର ଆବିଷ୍କୃତ ହୋଇଛି, ଯାହାର ଆକାର ବର୍ତ୍ତମାନର ଜମ୍ମୁ-କଶ୍ମୀରରେ ଆବିଷ୍କୃତ ଭଣ୍ଡାରଠାରୁ ବି ଅଧିକ ବୋଲି ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଜିଏସଆଇ) ଦାବି କରିଛି।
ଜିଏସଆଇ ଏବଂ ଖଣି ଅଧିକାରୀମାନେ ଦାବି କରିଛନ୍ତି ଯେ ଏହି ଭଣ୍ଡାରରେ ଥିବା ଲିଥିୟମର ପରିମାଣ ଭାରତର ମୋଟ ଚାହିଦାର ୮୦ ପ୍ରତିଶତ ପୂରଣ କରିପାରିବ। ଏହି ଭଣ୍ଡାରର ଆବିଷ୍କାର ଲିଥିୟମ୍ ପାଇଁ ଚୀନ୍ ଉପରେ ଭାରତର ନିର୍ଭରଶୀଳତା ହ୍ରାସ କରିବାରେ ସହାୟକ ହୋଇପାରିବ।
ଲିଥିୟମ୍ ହେଉଛି ଏକ ଅଣ-ଲୌହ ଧାତୁ, ଯାହା ମୋବାଇଲ୍-ଲାପଟପ୍, ଇଲେକ୍ଟ୍ରିକ୍ ଯାନ ଏବଂ ଅନ୍ୟ ଚାର୍ଜେବଲ୍ ବ୍ୟାଟେରୀ ତିଆରି କରିବାରେ ବ୍ୟବହୃତ ହୁଏ। ଲିଥିୟମ୍ ପାଇଁ ଭାରତ ସମ୍ପୂର୍ଣ୍ଣ ଭାବେ ମହଙ୍ଗା ବିଦେଶୀ ଯୋଗାଣ ଉପରେ ନିର୍ଭରଶୀଳ। ଭାରତ ନିଜ ଆବଶ୍ୟକତାର ଏକ ବଡ଼ ଭାଗ ବିଦେଶରୁ ଆମଦାନୀ କରେ ଓ ଆମଦାନୀର ୫୩ ପ୍ରତିଶତ ଚୀନରୁ ଆମଦାନୀ ହୁଏ। ୨୦୨୦-୨୧ରେ ଭାରତ ୬ ହଜାର କୋଟି ଟଙ୍କାର ଲିଥିୟମ ଆମଦାନୀ କରିଥିଲା। ଏହା ମଧ୍ୟରେ ଚୀନରୁ ହୋଇଥିବା ୩୫୦୦ କୋଟି ଟଙ୍କାର ଆମଦାନୀ ଅନ୍ତର୍ଭୁକ୍ତ। ଏଣୁ ଏହି ଲିଥିୟମ ଭାରତ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା ସହଜେ ଅନୁମେୟ।

Share Now:

Kalinga News Beuro

Next Post

ଓଡ଼ିଶାକୁ ନାହିଁ ବାତ୍ୟା ଭୟ : ତଥାପି ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍‌ଆରସି

Mon May 8 , 2023
ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ସ୍ୱତନ୍ତ୍ର ରିଲିଫ କମିସନର (ଏସ୍‌ଆରସି) ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସେ ମତ୍ସଜୀବୀ ଓ ଚାଷୀମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ମତ୍ସଜୀବୀମାନେ ଆସନ୍ତା ୯ ତାରିଖ ଠାରୁ ଛୋଟ ଜାହାଜ, ଡଙ୍ଗା ଓ ଟ୍ରେଲର ନେଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରକୁ ନଯିବା ପାଇଁ ବାରଣ କରିଛନ୍ତି। ଏସ୍‌ଆରସି ପକ୍ଷରୁ ଜାରି ହୋଇଥିବା ଚିଠିରେ ଚାଷୀମାନଙ୍କୁ ପରାମର୍ଶ […]
ଓଡ଼ିଶା ପ୍ରତି କୌଣସି ବିପଦର ଆଶଙ୍କା ନାହିଁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial