ପାହାଡର କାମଧେନୁ ‘ବଦ୍ରି’ : ପାଞ୍ଚ ହଜାର ଟଙ୍କାରେ ବିକ୍ରି ହୁଏ ଏହି ଗାଈର ଘିଅ

ପାହାଡର କାମଧେନୁ

ଡେରାଡୁନ: ଦୁଗ୍ଧ ବିକ୍ରୟ କରି ଅତିରିକ୍ତ ଆୟ ପାଇବା ପାଇଁ ମୁଖ୍ୟତଃ ଭାରତରେ ଗୋପାଳନ ବଢିବାରେ ଲାଗିଛି। ଦେଶୀ ଗାଈର କ୍ଷୀର ଏବଂ ଘିଅ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଦେଶୀ ଗାଈ ବାବଦରେ କହିବୁ ଯାହାକୁ ପାହାଡର କାମଧେନୁ ମଧ୍ୟ କୁହାଯାଇଥାଏ। ଏହି ଗାଈର କ୍ଷୀରରେ ସାଧାରଣ ଗାଈଙ୍କ କ୍ଷୀର ଅପେକ୍ଷା ଅଧିକ ସ୍ନେହସାର ଥାଏ। ସେଥିପାଇଁ ଏହି ଗାଈର କ୍ଷୀରରୁ ତିଆରି ହୋଇଥିବା ଘିଅ ବଜାରରେ କିଲୋଗ୍ରାମ ପିଛା ପାଞ୍ଚହଜାର ଟଙ୍କାରେ ବିକ୍ରି ହେଉଛି। ଏହି ଗାଈ ପ୍ରଜାତିର ନାମ ହେଉଛି ଆମେ ‘ବଦ୍ରି’। ‘ବଦ୍ରି’ ହେଉଛି ଏକ ଦେଶୀ ପ୍ରଜାତିର ଗାଈ , ଯାହା ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଥାଏ। ଯଦିଓ ବଦ୍ରି ଗାଈ ଅନ୍ୟ ଗାଈଙ୍କ ତୁଳନାରେ ମାତ୍ର ତିନିରୁ ଚାରି ଲିଟର କ୍ଷୀର ଦେଇଥାଏ, କିନ୍ତୁ ଏହାର କ୍ଷୀରରୁ ପ୍ରସ୍ତୁତ ଘିଅକୁ ପାଞ୍ଚ ହଜାର ଟଙ୍କାରେ ବିକ୍ରି କରାଯାଏ।
ବଦ୍ରି ଗାଈର ଘିଅ କାହିଁକି ମହଙ୍ଗା?
ବଦ୍ରି ଗାଈ ପାହାଡ଼ିଆ କିମ୍ବା ଥଣ୍ଡା ଅଞ୍ଚଳ ପାଇଁ ସବୁଠାରୁ ଉପଯୁକ୍ତ ବିବେଚନା କରାଯାଏ। ଅନେକ ଗବେଷଣା ପ୍ରମାଣିତ କରିଛି ଯେ ବଦ୍ରି ଗାଈର କ୍ଷୀରରେ ଆଠ ପ୍ରତିଶତରୁ ଅଧିକ ଫ୍ୟାଟ ରହିଥାଏ। ଏହି ଗାଈର କ୍ଷୀରରେ ଏତେ ମାତ୍ରାରେ ଚର୍ବି ଥାଏ ଯେ ଅନ୍ୟ ଗାଈ ଏବଂ ମଇଁଷି କ୍ଷୀର ଅପେକ୍ଷା ବହୁତ ଅଧିକ। ବଦ୍ରି ଗାଈର ଦୁଗ୍ଧ କେବଳ ଏ-୨ ପ୍ରୋଟିନରେ ଭରପୂର ନୁହେଁ, ବରଂ ଏଥିରେ ଅନେକ ପୋଷକ ତତ୍ତ୍ୱ ମଧ୍ୟ ଥାଏ।| ସେଥିପାଇଁ ଏହାର କ୍ଷୀର ଠାରୁ ଆରମ୍ଭ କରି ଘିଅ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ଦୁଗ୍ଧ ଦ୍ରବ୍ୟ ମହଙ୍ଗା ହୋଇଥାଏ।

Share Now:

Kalinga News Beuro

Next Post

ମା’ମାନେ ଚାହିଁଲେ ବିଜେଡି ୧୦୦ ବର୍ଷ ଯାଏ ରହିବ : ନବୀନ ପଟ୍ଟନାୟକ

Mon Dec 26 , 2022
ଭୁବନେଶ୍ବର: ବିଜେଡିର ୨୬ତମ ପ୍ରତିଷ୍ଠା ଦିବସରେ ଦଳୀୟ କର୍ମକର୍ତ୍ତାମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ପାଇଁ ଭଲ କାମ କରିବାକୁ ପରାମର୍ଶ ଦେଇଛନ୍ତି। ପୁରୀଠାରେ ଆୟୋଜିତ ଉତ୍ସବରେ ନୂଆବର୍ଷର ଶୁଭକାମନା ଜଣାଇବା ସହିତ ଉଦବୋଧନ ଦେଇ ବିଜେଡି ସୁପ୍ରିମୋ କହିଛନ୍ତି, ଆପଣମାନେ ଆଦିବାସୀ, ଦଳିତ, ଚାଷୀ ଓ ମହିଳାମାନଙ୍କ ପାଇଁ ଭଲ କାମ କରନ୍ତୁ। ଓଡ଼ିଶାରେ ମାଆମାନଙ୍କୁ ମିଶନଶକ୍ତି ସ୍ବତନ୍ତ୍ର ପରିଚୟ ଦେଇଛି। ମା’ମାନେ ଚାହିଁଲେ ବିଜେଡି ୧୦୦ ବର୍ଷ […]
ବିଜେଡି ୧୦୦ ବର୍ଷ ଯାଏ ରହି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial