ମା’ମାନେ ଚାହିଁଲେ ବିଜେଡି ୧୦୦ ବର୍ଷ ଯାଏ ରହିବ : ନବୀନ ପଟ୍ଟନାୟକ

ବିଜେଡି ୧୦୦ ବର୍ଷ ଯାଏ ରହି

ଭୁବନେଶ୍ବର: ବିଜେଡିର ୨୬ତମ ପ୍ରତିଷ୍ଠା ଦିବସରେ ଦଳୀୟ କର୍ମକର୍ତ୍ତାମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ପାଇଁ ଭଲ କାମ କରିବାକୁ ପରାମର୍ଶ ଦେଇଛନ୍ତି। ପୁରୀଠାରେ ଆୟୋଜିତ ଉତ୍ସବରେ ନୂଆବର୍ଷର ଶୁଭକାମନା ଜଣାଇବା ସହିତ ଉଦବୋଧନ ଦେଇ ବିଜେଡି ସୁପ୍ରିମୋ କହିଛନ୍ତି, ଆପଣମାନେ ଆଦିବାସୀ, ଦଳିତ, ଚାଷୀ ଓ ମହିଳାମାନଙ୍କ ପାଇଁ ଭଲ କାମ କରନ୍ତୁ। ଓଡ଼ିଶାରେ ମାଆମାନଙ୍କୁ ମିଶନଶକ୍ତି ସ୍ବତନ୍ତ୍ର ପରିଚୟ ଦେଇଛି। ମା’ମାନେ ଚାହିଁଲେ ବିଜେଡି ୧୦୦ ବର୍ଷ ଯାଏ ରହିବ। ମା’ମାନେ ଆସନ୍ତୁ ଓ ଓଡ଼ିଶାର ଦାୟିତ୍ବ ନିଅନ୍ତୁ।
ସେ ଆହୁରି କହିଛନ୍ତି, ଆମ ସ୍ବପ୍ନର ଓଡ଼ିଶା ଗଠନରେ ସମସ୍ତେ ସହଯୋଗ କରନ୍ତୁ। ଓଡ଼ିଶା ଅତୀତରେ କେଉଁଠି ଥିଲା ଏବେ ରାଜ୍ୟ ବିକାଶରେ କେଉଁଠି ପହଞ୍ଚିଛି, ତାହା ସାରା ବିଶ୍ବ ଜାଣିଛି। ବିଜେଡି ଏବେ ଆଉ ଦଳ ନୁହଁ ଏକ ସାମାଜିକ ଆନ୍ଦୋଳନ। ଓଡ଼ିଶାର ଉନ୍ନତି ସହ ସ୍ବଚ୍ଛ ଓ ନିର୍ମଳ ଶାସନ ବିଜେଡିର ଏକମାତ୍ର ଏଜେଣ୍ଡା। ମହିଳା ସଶକ୍ତିକରଣକୁ ଆମ ଦଳ ଓ ସରକାର ସର୍ବାଧିକ ଗୁରୁତ୍ବ ଦେଇ ଆସୁଛି। ଓଡ଼ିଶାବାସୀ ଦୀର୍ଘ ବର୍ଷ ହେବ ଆମକୁ ସେବା କରିବାକୁ ସୁଯାେଗ ଦେଇଛନ୍ତି। ଏ ସୁଯାେଗ ଦେଇଥିବାରୁ ଆମେ ରାଜ୍ୟବାସୀଙ୍କ ନିକଟରେ ଋଣୀ। ରାଜ୍ୟବାସୀଙ୍କ ଆସ୍ଥା ଓ ଭରସା ଆମ ପାଇଁ ବଡ଼ ପୁଞ୍ଜି। ଯେଉଁମାନେ ଓଡ଼ିଶାର ବିକାଶ ଚାହାଁନ୍ତି, ସେମାନେ ବିଜେଡିରେ ମିଶନ୍ତୁ। ତେଣିକି ସେମାନେ ଯେଉଁ ବୃତ୍ତିରେ ଥାଆନ୍ତୁ। ଜାତୀୟଦଳର ଏଜେଣ୍ଡାରେ ଜାତୀୟ ରାଜନୀତି ରହିବ, ହେଲେ ଓଡ଼ିଶା ନୁହେଁ ବୋଲି ବି ନବୀନ ପଟ୍ଟନାୟକ କହିଛନ୍ତି।

Share Now:

Kalinga News Beuro

Next Post

ଜୋତା ସୋ’ରୁମକୁ ବୋମାମାଡ଼ ଘଟଣା: ୪ ଜଣଙ୍କୁ ଗିରଫ କଲା କମିସନରେଟ ପୁଲିସ

Mon Dec 26 , 2022
ଭୁବନେଶ୍ବର: ସହିଦନଗର ଡଲଫିନ ଜୋତା ସୋରୁମ ଉପରକୁ ବୋମାମାଡ଼ ଘଟଣାରେ କମିସନରେଟ ପୁଲିସ ୪ ଜଣଙ୍କୁ ଗିରଫ କରିଥିବାର ଖବର ମିଳିଛି। ସୂଚନାଯୋଗ୍ୟ, ଡିସିପି କାର୍ଯ୍ୟାଳୟଠାରୁ ମାତ୍ର କେଇ ମିଟର ଦୂରରେ ଥିବା ଏକ ଜୋତା ସୋ’ରୁମ୍‌ ଉପରକୁ ଗତକାଲି କିଛି ଦୁର୍ବୃତ୍ତ ବୋମାମାଡ଼ କରିଥିଲେ। ସହିଦନଗର ଭଳି ଭିଭିଆଇପି ଓ ସୁରକ୍ଷିତ ଅଞ୍ଚଳରେ ବୋମାମାଡ଼ ହେବା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଖବର ପାଇ ପୁଲିସ ସୋ’ରୁମ୍‌ ଓ […]
ଜୋତା ସୋ’ରୁମ ଉପରକୁ ବୋମାମାଡ଼

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial