ଭୁବନେଶ୍ୱର: ଟମାଟୋ ପରେ ଆଳୁ ଟେନସନ। ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଛି ଦର। ପଶ୍ଚିମବଙ୍ଗରୁ ଆଳୁ ଆମଦାନି ହେଉ ନଥିବାରୁ ଦର ବଢୁଥିବା କହିଛନ୍ତି ବ୍ୟବସାୟୀ। ସୀମାନ୍ତ ଲକ୍ଷ୍ମଣନାଥ ଟୋଲ ଗେଟ୍ ନିକଟରେ ଅଟକି ରହିଛି ଶହ ଶହ ଆଳୁ ଟ୍ରକ। ପଶ୍ଚିମବଙ୍ଗ ପଟୁ ଆଳୁ ଟ୍ରକକୁ ଛାଡ଼ିବା ପାଇଁ ନିର୍ଦ୍ଦେଶ ମିଳିନାହିଁ। ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଟ୍ରକକୁ ଜଗି ରହିଛନ୍ତି ପୁଲିସ। କୌଣସି ଟ୍ରକକୁ […]

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଟ୍ରେନର ଗୋଟିଏ କୋଚ୍ ସମ୍ପୂର୍ଣ୍ଣ ଭାବେ ଟ୍ରାକ ଉପରେ ପଡ଼ିରହିଛି। ଟ୍ରେନ୍ ଲାଇନଚ୍ୟୁତ ହେବାର କାରଣ ଅସ୍ପଷ୍ଟ ରହିଛି। ସୌଭାଗ୍ୟବଶତଃ ନିକଟରେ ଥିବା ପାସେଞ୍ଜର ଟ୍ରେନ୍ ଟ୍ରାକ୍ କିମ୍ବା ଯାତ୍ରୀଙ୍କର କୌଣସି କ୍ଷତି ହୋଇନାହିଁ। ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାମ ଜାରି ରହିଛି। ଦିନ ୯ଟାରୁ ଟ୍ରେନଟି ଲାଇନଚ୍ୟୁତ ହୋଇଥିବା ବେଳେ ଏବେ ବି କାମ ଜାରି ରହିଛି।ୱଲ୍ଟିୟରରୁ […]

ଉତ୍ତରପ୍ରଦେଶ ଓ ମଥୁରାରୁ ୨ଟି ପ୍ଲଟ ଠାବ କଲା ଭିଜିଲାନ୍ସ ଭୁବନେଶ୍ୱର: ଖୋଲୁଛି କୁବେର ବାବୁଙ୍କ କଳା ପେଡ଼ି। ସରୁନି ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କ ଗଳା ଧନ ଓ ସମ୍ପତ୍ତି ଗଣତି। ରାଜ୍ୟ ପରେ ଏବେ ବାହାର ରାଜ୍ୟରୁ ମିଳିଲାଣି ସମ୍ପତ୍ତି। ଉତ୍ତରପ୍ରଦେଶ ଓ ମଥୁରାରୁ ଆଉ ଦୁଇଟି ପ୍ଲଟ୍‌ ଠାବ ହୋଇଛି। ସମ୍ପତ୍ତି ହିସାବରେ ଲାଗିଛନ୍ତି ଭିଜିଲାନ୍ସ ଅଧିକାରୀ। ଅଧିକ ଖୋଳତାଡ଼ ପାଇଁ ଆଜି ଖୋଲାଯିବ ଲକର। […]

ଭୁବନେଶ୍ୱର: ବିଧାନସଭା ଶୂନ୍ୟକାଳରେ ଉଠିଲା ଭୂତ ରାସନ କାର୍ଡ ହିତାଧିକାରୀ ପ୍ରସଙ୍ଗ। ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ରାଜ୍ୟରେ ୨୫ ଲକ୍ଷ ଭୂତ କାର୍ଡ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ଯୋଗାଣ ମନ୍ତ୍ରୀ କହିଥିଲେ ରାସନ କାର୍ଡ ପାଇଁ ୬ ଲକ୍ଷ ୭୦ ହଜାର ନୂଆ ଆବେଦନ କରିଥିଲେ, ତାଙ୍କୁ ସାମିଲ କରିବେ କି ? […]

ଭୁବନେଶ୍ୱର: ରାଜ୍ୟରେ ପନିପରିବା ଦର ଆକାଶଛୁଆଁ ହେବାରେ ଲାଗିଛି। ଆଳୁ ଏବଂ ପିଆଜ ମୂଲ୍ୟ ସାଧାରଣ ଲୋକଙ୍କୁ ସମସ୍ୟାରେ ପକାଇଛି। ଅଧିକାଂଶ ପନିପରିବାର ମୂଲ୍ୟ କିଲୋଗ୍ରାମ୍ ପିଛା ୮୦ ଟଙ୍କା ଅତିକ୍ରମ କରିଛି। ଆଳୁ ଏବଂ ପିଆଜ ଦର ପ୍ରତ୍ୟେକ ଦିନ ବୃଦ୍ଧି ପାଉଛି। ଖୁଚୁରା ବଜାରରେ ଆଳୁ ଦର କିଲୋଗ୍ରାମ ପିଛା ୪୦ ଟଙ୍କା ଏବଂ ପିଆଜ କିଲୋଗ୍ରାମ୍ ପିଛା ୪୫ ଟଙ୍କାରେ ବିକ୍ରି ହେଉଛି। ଖୁଚୁରା ବଜାରରେ […]

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିଧାନସଭାକୁ କିଛି ବି‌ଜେପି ବିଧାୟକ ତକିଆ ଚାଦର ଧରି ପହଞ୍ଚିଥିବା ଦେଖିବାକୁ ମିଳିଛି। ସେହିପରି କିଛି ବିଧାୟକ ଶୋଇ ଉଠିବା ପରେ ତକିଆ ଚାଦର ଧରି ବାହାରକୁ ଯାଉଥିବା ବି ନଜରକୁ ଆସିଛି। ବିଧାୟକଙ୍କ ଏଭଳି ଅବସ୍ଥାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ତେବେ ଏହି ଘଟଣା ଘଟିବାର କାରଣ ମହୀଶୂର ଅର୍ବାନ ଡେଭଲମେଣ୍ଟ ଅଥୋରିଟିରେ ଦୂର୍ନୀତି ହୋଇଥିବା […]

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନର ଦରବାର ହଲ୍’ ଏବଂ ‘ଅଶୋକ ହଲ୍’ର ନାମ ପରିବର୍ତ୍ତନ କରାଯାଇଛି। ଅଶୋକା ହଲର ନାମ ଅଶୋକା ମଣ୍ଡପ ହୋଇଥିବା ବେ‌ଳେ ଦରବାର ହଲର ନାମ ଗଣତନ୍ତ୍ର ମଣ୍ଡପ ରଖାଯାଇଛି। ଆଜି ଦ୍ରୌପଦୀ ମୁର୍ମୁଙ୍କର ରାଷ୍ଟ୍ରପତି ହେବାକୁ ଦୁଇ ବର୍ଷ ପୂରଣ ହୋଇଛି। ଏହି ଅବସରରେ ରାଷ୍ଟ୍ରପତି ଭବନର ହଲଗୁଡ଼ିକର ନାମ ପରିବର୍ତ୍ତନ କରାଯାଇଥିବା ସାମ୍ନାକୁ ଆସିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ରାଷ୍ଟ୍ରପତି ଭବନରେ […]

ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଥିବା ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ମୃତ୍ୟୁ ମାମଲାରେ ତାଙ୍କ ସ୍ୱାମୀ ଶ୍ରୀଧର ଜେନାଙ୍କୁ ପୁଲିସ୍‌ ବାନ୍ଧିଛି। ଶ୍ରୀଧରଙ୍କ ବିରୋଧରେ ମୃତ ମଧୁମିତାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଭୁବନେଶ୍ୱରର ଧଉଳି ଥାନା ପୁଲିସ ତାଙ୍କୁ ଗିରଫ କରିଛି। ମଧୁମିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ଶ୍ରୀଧରଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ତାଙ୍କ ଭାଇଙ୍କୁ ପଚରାଉଚରା କରୁଛି। ପ୍ରଥମେ […]

ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଦାୟିତ୍ୱ ଭୁବନେଶ୍ୱର: ବରିଷ୍ଠ ପ୍ରଶାସକ ଓଏଏସ୍ ଦେବ ପ୍ରସାଦ ଦାଶଙ୍କ ଉପରୁ ଗୁରୁବାର ରାଜ୍ୟ ସରକାର ନିଲମ୍ବନ ହଟାଇଛନ୍ତି। ଏହା ସହିତ ସରକାର ତାଙ୍କୁ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଯୁଗ୍ମସଚିବ ଭାବେ ଦାଇତ୍ୱ ପ୍ରଦାନ କରିଛନ୍ତି। ୨୦୧୮ ମେ’ ୨୮ରେ ଦେବ ପ୍ରସାଦଙ୍କୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡ଼ି ସରକାର ନିଲମ୍ବିତ କରିଥିଲେ। ଦୀର୍ଘ ୫ […]

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମନ୍ତବ୍ୟ ନେଇ ପୁଣି ଥରେ ବିବାଦ ସୃଷ୍ଟି ହୋଇଛି। ସେ ପୁଣି ଥରେ ବିଧାନସଭା ଅଧିବେଶନରେ ମହିଳାଙ୍କ ବିରୋଧରେ ବିବାଦୀୟ ଶବ୍ଦ କହିଛନ୍ତି। ସେ ବିଧାନସଭାରେ ଲାଲୁ ପ୍ରସାଦ ଯାଦବଙ୍କ ପାର୍ଟି ଆରଜେଡି ବିଧାୟକ ରେଖା ଦେବୀଙ୍କ ଉପରେ ବର୍ଷିଛନ୍ତି। ଯେତେବେଳେ ବିଧାୟକ ରେଖା‌ ଦେବୀ ଏକ ପ୍ରଶ୍ନ ପଚାରିଥିଲେ ସେତେବେଳେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ଗାଳି ଦେବା ଆରମ୍ଭ କରିଥିଲେ। ସେ ରେଖା […]

Social media & sharing icons powered by UltimatelySocial