ଭୁବନେଶ୍ୱର: କିଛି ଦିନ ଥମି ଯାଇଥିବା ଡେଙ୍ଗୁ ପୁଣି ଉତ୍ପାତ ଆରମ୍ଭ କରିଛି। ଖଣ୍ଡଗିରି ଧର୍ମବିହାରରେ ଗୋଟିଏ ପରିବାରର ୫ ଜଣ ଆକ୍ରାନ୍ତ ହୋଇଛନ୍ତି। ପ୍ରଥମେ ପରିବାରର ମୁଖିଆଙ୍କୁ ହେବା ପରେ ଦୁଇଜଣ ଶିଶୁ, ଜଣେ ବରିଷ୍ଠ ନାଗରିକ ଓ ଜଣେ ମହିଳା ଆକ୍ରାନ୍ତ ହୋଇଛନ୍ତି। ଏନେଇ ଏ ଯାବତ୍‌ ବିଏମ୍‌ସି ନିକଟରେ ଖବର ମଧ୍ୟ ନାହିଁ। ସମ୍ପୃକ୍ତ ପରିବାର ପକ୍ଷରୁ ବିଏମ୍‌ସିକୁ ଅବଗତ କରାଯାଇଥିଲେ ମଧ୍ୟ ଏ ଯାବତ୍‌ […]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୈନପୁରୀରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ବିବାହର ୨୪ ଘଣ୍ଟା ମଧ୍ୟରେ ବରଙ୍କ ମୃତ୍ୟୁ ‌ହୋଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗିପଡ଼ିଛି। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଯାଞ୍ଚ ଆରମ୍ଭ କରିଛି। ମୃତକ ବାପା ଓ ମା’ଙ୍କର ଏକମାତ୍ର ପୁଅ ଥିଲେ।ମୈନପୁରୀ କିଶନି ଥାନା ଅଞ୍ଚଳସ୍ଥ ହବିଲିୟା ଗ୍ରାମରେ ବିବାହ ପରେ ସତ୍ୟରା […]

ରାଉରକେଲା: ସୁନ୍ଦରଗଡ଼ରେ ଏବେ ଡେଙ୍ଗୁ ଆତଙ୍କ। ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି। ଆଜି ସୁଦ୍ଧା ସୁନ୍ଦରଗଡ଼ରେ ମୋଟ ୬୪ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ କେବଳ ରାଉରକେଲା ସହରରେ ୫୭ ରୋଗୀ ଚିହ୍ନଟ ହୋଇଛନ୍ତି। ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ୭ରୁ ଅଧିକ ରୋଗୀ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ବୀରମିତ୍ରପୁରରେ ୨ ଓ ଜିଲ୍ଲାର ଅନ୍ୟ ସ୍ଥାନରୁ […]

୮୨୮ ଜଣ ଛାତ୍ରଛାତ୍ରୀ ଏଚ୍ଆଇଭି ପଜିଟିଭ୍, ୪୭ ଜଣଙ୍କର ଗଲାଣି ଜୀବନ ଅଗରତାଲା: ଭାରତର ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା‌ରେ ଏଚ୍ଆଇଭି ଏଡସ୍ ସମ୍ବନ୍ଧୀୟ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ତ୍ରିପୁରାରେ ହଜାର ହଜାର ଲୋକ ଏଚ୍ଆଇଭି ସଂକ୍ରମିତ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରେ ଛାତ୍ରଛାତ୍ରୀ ସଂଖ୍ୟା ମଧ୍ୟ ବହୁତ ଅଧିକ ରହିଛି। ଖବର ଅନୁଯାୟୀ, ତ୍ରିପୁରାର ୮୨୮ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏଚଆଇଭି ସଂକ୍ରମଣ ନିଶ୍ଚିତ ହୋଇଛି। ସେଥିମଧ୍ୟରୁ ୪୭ […]

ଭୁବନେଶ୍ୱର: ରାଜ୍ୟରେ ଡେଙ୍ଗୁ ସଂକ୍ରମଣକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏନେଇ ସୂଚନା ଦେଇଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି, ଡେଙ୍ଗୁ ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇଉଠିଛି। ବିଗତ ୫ବର୍ଷ ଭିତରେ ଯେଉଁ ଯେଉଁ ଅଞ୍ଚଳ ଡେଙ୍ଗୁ ହଟ୍‌ଟ୍ପଟ୍ ରହିଥିଲା ତାହାକୁ କୀଟତତ୍ତ୍ୱବିତ୍‌ଙ୍କ ଦ୍ୱାରା ଅନୁଶୀଳନ କରି ମ୍ୟାପିଂ କରିବା ଓ ସର୍ବେକ୍ଷଣ ଆରମ୍ଭ କରିବା […]

କଟକ: ରାଜକୁମାର ହିରାନୀ ନିର୍ଦ୍ଦେଶିତ ଓ ଅଭିନେତା ସଞ୍ଜୟ ଦତ୍ତ ଅଭିନୀତ ୨୦୦୩ ଡିସେମ୍ବର ୧୯ରେ ମୁକ୍ତିଲାଭ କରିଥିବା ବଲିଉଡର ଅନ୍ୟତମ ଲୋକପ୍ରିୟ ଚଳଚ୍ଚିତ୍ର ମୁନ୍ନାଭାଇ ଏମବିବିଏସ୍ ଦେଖିବାକୁ ଡାକ୍ତରଙ୍କୁ ପରାମର୍ଶ ଦେଇଛନ୍ତି ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ୍‌। କଟକ ଗସ୍ତରେ ସେ ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏସସିବି) ମେଡିକାଲ କଲେଜ ଓ ହସ୍‌ପିଟାଲରେ ସମୀକ୍ଷା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଡାକ୍ତରମାନଙ୍କୁ […]

ଫାର୍ମାସିଷ୍ଟ ନାହାନ୍ତି, ଔଷଧ ବଣ୍ଟନକେନ୍ଦ୍ର ବନ୍ଦ ଭୁବନେଶ୍ୱର: ସବୁ ସରକାର ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦିଆଯାଉଛି ବୋଲି ଦାବି କରି ଆସିଛନ୍ତି। ସେଥିପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ସହ ଉନ୍ନତ ଭିତ୍ତିଭୂମି ଯୋଗାଇ ଦିଆଯାଇଛି। ସବୁଠୁ ବଡ଼କଥା ହେଉଛି, ଲୋକଙ୍କ ପାଇଁ ମାଗଣା ଔଷଧ ସହ ଦେୟମୁକ୍ତ ପରୀକ୍ଷାନିରୀକ୍ଷା ସୁବିଧା କରା ଯାଇଛି। କିନ୍ତୁ ବାସ୍ତବ ଚିତ୍ର ଭିନ୍ନ। ଏପରିକି ସବୁଠାରୁ ସମ୍ବେଦନଶୀଳ ଶିଶୁମାନଙ୍କର ଚିକିତ୍ସା ମଧ୍ୟ ଅବହେଳିତ ହୋଇ ରହିଛି। ଅନ୍ୟ […]

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ କାରଣରୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ହିଟ୍‌ ଷ୍ଟ୍ରୋକ୍ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍‌ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍ ଷ୍ଟ୍ରୋକ୍ ୟୁନିଟ୍‌ କାର୍ଯ୍ୟକାରୀ ହୋଇଛି। ଅସହ୍ୟ ଗ୍ରୀଷ୍ମ କାରଣରୁ ଦେଖାଯାଉଥିବା ସନ୍‌ ଷ୍ଟ୍ରୋକ୍‌ ତଥା ଅନ୍ୟାନ୍ୟ ପରିସ୍ଥିତିର ସଫଳ ମୁକାବିଲା ନିମନ୍ତେ ଏମ୍‌ସରେ ଏହି ଉତ୍ସର୍ଗୀକୃତ ୟୁନିଟ୍‌ କାର୍ଯ୍ୟ କରିବ। ପ୍ରବଳ ଗ୍ରୀଷ୍ମ ପ୍ରବାହ ତଥା ଏନେଇ ସୃଷ୍ଟି ହେଉଥିବା ସମ୍ଭାବ୍ୟ ଆପତକାଳୀନ […]

ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରୁ କୌଣସି ଗୁଣରେ ଅଧିକ ନୁହେଁ ପୁରୁଣା ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱରରେ ଥିବା ବହୁ ପୁରାତନ ବିଏମ୍‌ସି ହସ୍ପିଟାଲର ସମସ୍ୟା ପିଛା ଛାଡୁନି। ଗୋଟିଏ ପଟେ ଉପଜିଲ୍ଲା ଡାକ୍ତରଖାନା (ଏସ୍‌ଡିଏଚ୍) ମାନ୍ୟତା ପାଇ ପାରୁନଥିବା ବେଳେ ରୋଗୀସେବା ପାଇଁ ଅନେକ ମେସିନ୍‌ ନାହିଁ କି ଡାକ୍ତର ନାହାନ୍ତି। ସପ୍ତାହକୁ ୬ଦିନ କେବଳ ୯ରୁ ୧୨ଟା ଓଟି(ଅପରେସନ୍‌ ଥିଏଟର) ଚାଲୁଥିବା ବେଳେ ୫ବର୍ଷ ହେଲା ହୃଦ୍‌ରୋଗ ବିଭାଗ ପାଇଁ ତିଆରି […]

ବୁଗୁଡ଼ା: ଟିକା ଦେବା ପରେ ଜଣେ ୫ ମାସର ଶିଶୁପୁତ୍ରର ଜୀବନ ଚାଲି ଯାଇଥିବା ଅଭିଯୋଗ ହୋଇଛି। ମୃତ ଶିଶୁ ଜଣକ ବୁଗୁଡ଼ା ଖଦାଳ ସାହିର ମାଗି ନାୟକଙ୍କ ପୁତ୍ର ସାଇ ନାୟକ। ସୂଚନା ପ୍ରକାରେ ଆଜି ସାପ୍ତାହିକ ଟିକାଦାନ ଦିବସ ଥିବାରୁ ଆଶାଦିଦିଙ୍କ ପରାମର୍ଶ କ୍ରମେ ସକାଳ ୧୧ଟା ବେଳେ ସ୍ବାସ୍ଥ୍ୟକେନ୍ଦ୍ରରେ ଶିଶୁଟିକୁ ପେଣ୍ଟା-ଥ୍ରି ଇଞ୍ଜେକ୍ସନ, ରୋଟା-ଥ୍ରି ଇଞ୍ଜେକ୍ସନ ସହିତ ଓରାଲ ଡୋଜ ପୋଲିଓ ଦିଆଯାଇଥିଲା। ଜ୍ୱର ଆସିଲେ […]

Social media & sharing icons powered by UltimatelySocial