ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୈନପୁରୀରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ବିବାହର ୨୪ ଘଣ୍ଟା ମଧ୍ୟରେ ବରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗିପଡ଼ିଛି। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଯାଞ୍ଚ ଆରମ୍ଭ କରିଛି। ମୃତକ ବାପା ଓ ମା’ଙ୍କର ଏକମାତ୍ର ପୁଅ ଥିଲେ।
ମୈନପୁରୀ କିଶନି ଥାନା ଅଞ୍ଚଳସ୍ଥ ହବିଲିୟା ଗ୍ରାମରେ ବିବାହ ପରେ ସତ୍ୟରା ଯାଦବଙ୍କ ପୁଅ ସୋନୁ ଯାଦବ ନବବଧୂ ଅଲକାଙ୍କୁ ନେଇ ଘରେ ପହଞ୍ଚିଥିଲେ। ଏହାପରେ ସେ ଥକି ପଡ଼ି ସୋଫାରେ ଶୋଇପଡ଼ିଥିଲେ। ଅନେକ ସମୟ ହେବାପରେ ସୋନୁ ଯେତେବେଳେ ନଉଠିଥିଲେ ମା’ ତାଙ୍କୁ ଡାକିବାକୁ ଯାଇଥିଲେ। କିନ୍ତୁ ସୋନୁଙ୍କର କୌଣସି ପ୍ରତିକ୍ରିୟା ମିଳି ନଥିଲା। ଏହାପରେ ପରିବାରରେ କାନ୍ଦବୋବାଳି ଆରମ୍ଭ ହୋଇଯାଇଥିଲା। ସଙ୍ଗେସଙ୍ଗେ ପରିବାରଲୋକ ଉଦ୍ଧାର କରି ସୋନୁଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଙ୍କ ଏହି ଘୋଷଣା ପରେ ସମ୍ପୂର୍ଣ୍ଣ ପରିବାର ସ୍ତବ୍ଧ ହୋଇଯାଇଛନ୍ତି। କାରଣ ବିବାହର ମାତ୍ର ୨୪ଘଣ୍ଟା ପରେ ପୁଅର ଏଭଳି ମୃତ୍ୟୁ ହୋଇଯିବା ସହିତ ନବବଧୂ ମଥାରୁ ସିନ୍ଦୁର ଲିଭିଯିବା ଘଟଣାକୁ କେହି ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ଉଭୟ କନ୍ୟା ଓ ବରଙ୍କ ଘର କାନ୍ଦବୋବାଳିରେ ଫାଟି ପଡ଼ୁଛି। ସାହିପଡ଼ିଶାରେ ଏହି ଦୁଃଖଦ ଘଟଣାକୁ ନେଇ ଶୋକରଛାୟା ଖେଳି ଯାଇଛି।
ନବବଧୂଙ୍କ ସହ ଗୃହପ୍ରବେଶ ପରେ ପୁଅର ଉଡ଼ିଗଲା ପ୍ରାଣବାୟୁ

Share Now: