ମେ ୧୭ ପର୍ଯ୍ୟନ୍ତ ବଢିଲା ଲକଡାଉନ ଅବଧି, ଘୋଷଣା କଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଲକଡାଉନ ଅବଧିକୁ ଆଉ ୨ ସପ୍ତାହ ପାଇଁ ବଢାଇଦେଇଛନ୍ତି। ଏହା ଫଳରେ ଆସନ୍ତା ମେ ୧୭ ପର୍ଯ୍ୟନ୍ତ ଲକଡାଉନ ଜାରି ରହିବ। ତେବେ ଏଥର ଗ୍ରୀନ ଜୋନ ଓ ଅରେଞ୍ଜ ଜୋନ ଗୁଡ଼ିକ ପାଇଁ କେତେକ ରିହାତି ଘୋଷଣା କରାଯାଇଛି। ତେବେ ରେଡ ଜୋନ ପାଇଁ ଅଧିକ କଟକଣା ରହିବ। ଏହି ଲକଡାଉନ ବଢିବା ସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଲକଡାଉନ ଅବଧି ଆସନ୍ତା ୩ ତାରିଖରେ ଶେଷ ହେବାକୁ ଥିବାବେଳେ ଦେଶର ସଂକ୍ରମିତ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହମନ୍ତ୍ରୀ ଅମିତ ଶାହା, ରେଳମନ୍ତ୍ରୀ ପିୟୁଷ ଗୋଏଲ, ବିମାନଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରିଙ୍କୁ ଭେଟି ଆଲୋଚନା କରିଥିଲେ। ଗତକାଲି ଅର୍ଥାତ ଗୁରୁବାରଦିନ ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶର ଅର୍ଥନୈତିକ ସ୍ଥିତି ସୁଧାରିବା ସଂପର୍କରେ ଆଲୋଚନା ହୋଇଥିଲା। ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଯୋଗ ଦେଇଥିଲେ।

Share Now:

Kalinga News Beuro

Leave a Reply

Next Post

ଭାରତର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୩୬୫, ଗୋଟିଏ ଦିନରେ ୨ ହଜାର ନୂଆ ଆକ୍ରାନ୍ତ

Fri May 1 , 2020
ନୂଆଦିଲ୍ଲୀ : ଭାରତର ମୋଟ କରୋନା ସଂକ୍ରମିତ ସଂଖ୍ୟା ୩୫୩୬୫ରେ ପହଞ୍ଚିଛି। ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୨୫,୧୪୮ ଥିବାବେଳେ ମୃତ୍ୟୁସଂଖ୍ୟା ୧୧୫୨ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ତେବେ ଦେଶରେ ଏପର୍ଯ୍ୟନ୍ତ ମୋଟ ୯୦୬୪ ଜଣ କରୋନା ରୋଗୀ ସୁସ୍ଥ ହେଲେଣି। ଏହା ଫଳରେ ଦେଶର କରୋନା ଜନିତ ମୃତ୍ୟୁହାର ୩ ପ୍ରତିଶତରେ ସ୍ଥିର ଥିବାବେଳେ ଆରୋଗ୍ୟ ହାର ୨୫ ପ୍ରତିଶତ ଟପିଯାଇଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial