ଅଷ୍ଟ୍ରେଲିଆସ୍ଥିତ ହିନ୍ଦୁ ମନ୍ଦିରରେ ଖଲିସ୍ତାନୀ ସମର୍ଥକଙ୍କ ଭାରତ ବିରୋଧୀ ଲେଖା

ଅଷ୍ଟ୍ରେଲିଆସ୍ଥିତ ହିନ୍ଦୁ ମନ୍ଦିର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ମେଲ୍‌ବର୍ଣ୍ଣଠାରେ ଅବସ୍ଥିତ ‘ବିଏପିଏସ୍‌ ସ୍ୱାମୀନାରାୟଣ ମନ୍ଦିର’ ଉପରେ ଖଲିସ୍ତାନୀ ସମର୍ଥକମାନେ ଆକ୍ରମଣ କରି ତା’ର ପାଚେରିରେ ଭାରତ ବି‌ରୋଧରେ ଲେଖିଥିବା କଥା ‘ଦି ଅଷ୍ଟ୍ରେଲିଆ ଟୁଡେ’ ଏକ ରିପୋର୍ଟରେ କହିଛି। ରିପୋର୍ଟରେ ଉଲ୍ଲେଖ ଅଛି: ମେଲ୍‌ବର୍ଣ୍ଣ ଅନ୍ତର୍ଗତ ମିଲ୍‌ ପାର୍କ ଉତ୍ତରାଞ୍ଚଳ ଉପନଗରୀରେ ଥିବା ପ୍ରଖ୍ୟାତ ସ୍ୱାମୀନାରାୟଣ ମନ୍ଦିର କାନ୍ଥରେ ‘ହିନ୍ଦୁସ୍ତାନ ମୁର୍ଦ୍ଦାବାଦ୍‌’ ବୋଲି ଲେଖାଯାଇଛି। ଏହି ଘଟଣାକୁ ନିନ୍ଦାକରି ‘ବିଏପିଏସ୍‌ ସ୍ୱାମୀନାରାୟଣ ମନ୍ଦିର କହିଛି, ଏମିତି ଭଙ୍ଗାରୁଜା ଓ ଘୃଣ୍ୟ କାର୍ଯ୍ୟ ଆମକୁ ଭୀଷଣ ଦୁଃଖ ଓ ଆଘାତ ଦେଇଛି। ଶାନ୍ତି ଓ ସହାବସ୍ଥାନ ନିମନ୍ତେ ପ୍ରାର୍ଥନା କରୁଛି। ସମୟକ୍ରମେ ଆମେ ଏ ଘଟଣା ସଂକ୍ରାନ୍ତରେ ପୂର୍ଣ୍ଣ ବିବରଣ ଦେବୁ। ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଖଲିସ୍ତାନ ସଙ୍ଗଠନ ଭାରତୀୟ ଆତଙ୍କବାଦୀ ଜର୍ଣ୍ଣେଲ୍‌ ସିଂହ ଭିନ୍ଦ୍ରାୱାଲେଙ୍କର ଭୂୟସୀ ପ୍ରଶଂସା କରିଛି। ‘ଅପରେସନ୍‌ ବ୍ଲୁ ଷ୍ଟାର୍‌’ ସମୟରେ ସେନାର ଗୁଳି ଚୋଟରେ ଭିନ୍ଦ୍ରାୱାଲେଙ୍କର ମୃତ୍ୟୁ ଘଟିଥିଲା। ‘ନର୍ଦନ୍‌ ମେଟ୍ରୋପଲିଟାନ୍‌ ରିଜନ୍‌’ର ‘ଲିବେରାଲ୍‌ ପାର୍ଟି’ର ସାଂସଦ ଇଭାନ୍‌ ମଲ୍‌ହଲାଣ୍ଡ୍‌ କହିଛନ୍ତି, ଏହି ଭଙ୍ଗାରୁଜା ଭିକ୍ଟୋରିଆର ହିନ୍ଦୁ ସମ୍ପ୍ରଦାୟଙ୍କ ପାଇଁ ଖୁବ୍‌ ଯନ୍ତ୍ରଣାଦାୟକ।

Share Now:

Kalinga News Beuro

Next Post

ବ୍ରିଟିସ୍‌ ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମକୁ ଇତିହାସ ବହିରେ ଉପଯୁକ୍ତ ସ୍ୱୀକୃତି ଦିଆ ଯାଇନାହିଁ : ଅମିତ ଶାହ

Thu Jan 12 , 2023
ନୂଆଦିଲ୍ଲୀ: ବ୍ରିଟିସ୍‌ ବିରୁଦ୍ଧରେ ସଂଗଠିତ ସଶସ୍ତ୍ର ସଂଗ୍ରାମ ଯେଉଁ ଦେଶପ୍ରେମ ବହ୍ନି ପ୍ରଜ୍ଜ୍ବଳନ କରିଥିଲା ତାହାକୁ ଇତିହାସ ପୁସ୍ତକମାନଙ୍କରେ ଉପଯୁକ୍ତ ସ୍ୱୀକୃତି ଦିଆଯାଇନାହିଁ ବୋଲି ଦୁଃଖ ପ୍ରକାଶ କରି ବୁଧବାର ଦିନ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରୀ ଅମିତି ଶାହ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଆର୍ଥିକ ଉପଦେଷ୍ଟା ପରିଷଦ୍‌’ର ଅନ୍ୟତମ ସଦସ୍ୟ ସଞ୍ଜୀବ ସାନ୍ୟାଲ୍‌ଙ୍କ ରଚିତ ପୁସ୍ତକ ‘ରିଭୋଲ୍ୟୁସ୍‌ନାରିଜ୍‌: ଦି ଅଦର୍‌ ଷ୍ଟୋରି ଅଫ୍ ହାଓ ଇଣ୍ଡିଆ ଓନ୍‌ […]
ଅମିତ ଶାହ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial