ଆଜି ଜାତିସଂଘ ଦିବସ

ଆଜି ଜାତିସ˚ଘ ଦିବସ

ଭୁବନେଶ୍ୱର : ପ୍ରତି ବର୍ଷ ଅକ୍ଟୋବର‌ ୨୪ ତାରିଖରେ ପାଳିତ ହୁଏ ‘ଜାତିସଂଘ ଦିବସ’। ପ୍ରତି ବର୍ଷ ଅକ୍‌ଟୋବର‌ ୨୦-୨୬ ମଧ୍ୟରେ ପାଳିତ ହେଉଥିବା ‘ଜାତିସଂଘ ସପ୍ତାହ’ର ଏହା ଏକ ଅଂଶ। ୧୯୪୮ରେ ‘ଜାତିସଂଘ’ର ସାଧାରଣ ପରିଷଦ ଏହି ଦିନକୁ ‘ଜାତିସଂଘ ସନନ୍ଦର ଜନ୍ମ ବାର୍ଷିକୀ’ ଭାବେ ପାଳିତ କରିବା ପାଇଁ ଘୋଷଣା କରିଥିଲା। ‘ଜାତିସଂଘ’ ଅନୁଯାୟୀ ଏହା ଏକ ଅନ୍ତର୍ଜାତୀୟ ଛୁଟି ଦିବସ। ୧୯୭୨ରୁ ଏହି ଦିନରେ ପାଳିତ ହେଉଛି ‘ଜାତିସଂଘ’ର ‘ବିଶ୍ୱ ବିକାଶ ସୂଚନା ଦିବସ’। ବିଶ୍ୱ ଶାନ୍ତି ପ୍ରତିଷ୍ଠା ପାଇଁ ‘ଜାତିସଂଘ’ର ସୃଷ୍ଟି। ଏହି ଅନ୍ତର୍ଜାତୀୟ ସଂସ୍ଥା ବିଶ୍ୱ ଶାନ୍ତି ରକ୍ଷା କରିବାରେ କେତେ ଦୂର ସଫଳ ହୋଇଛି, ତାହା ଭିନ୍ନ ପ୍ରସଙ୍ଗ। ଆଜି ଅନେକଙ୍କ ଦୃଷ୍ଟିରେ ଏହା ଆମେରିକା, ଇଂଲଣ୍ଡ‌, ଫ୍ରାନ୍‌ସ ଭଳି କେତେକ ରାଷ୍ଟ୍ର ହାତରେ ଏକ କ୍ରୀଡ଼ନକ। ‘ଜାତିସଂଘ’ର ‘ଶାନ୍ତି ସେନା’ ଆଫ୍ରିକା, ପୂର୍ବ-ଇଉରୋପ୍‌ ଆଦିରେ ସାଧାରଣ ମଣିଷକୁ ସୁରକ୍ଷା ଦେବା ବଦଳରେ ମାନବାଧିକାର କ୍ଷୁଣ୍ଣ କରିବାଠାରୁ ଆରମ୍ଭ କରି ମାନବ-ଚାଲାଣ ଭଳି ସଂଗଠିତ ଅପରାଧକୁ ପ୍ରୋତ୍ସାହନ ଦେଇଥିବାର ଅନେକ ଦୃଷ୍ଟାନ୍ତ ରହିଛି। ଏକ ମହତ୍‌ ଉଦ୍ଦେଶ୍ୟ ନେଇ ‘ଜାତିସଂଘ’ ସୃଷ୍ଟି କରାଯାଇଥିଲା ଏବଂ ଏହାର ମୂଳ ଉଦ୍ଦେଶ୍ୟ ବାବଦରେ ସଚେତନତା ସୃଷ୍ଟି କରିବା, ଏହି ଦିବସ ପାଳନର ଲକ୍ଷ୍ୟ ହେଉ।

Share Now:

Kalinga News Beuro

Next Post

ଏଫଏଟିଏଫ୍‌ ଧୂସର ତାଲିକାରେ ପାକିସ୍ତାନର: ଗୁରୁତର ହେବ ଆର୍ଥିକ ସ୍ଥିତି

Sat Oct 24 , 2020
ପ୍ୟାରିସ : ଅନ୍ତର୍ଜାତୀୟ ସ୍ତରରେ ବେଆଇନ ଅର୍ଥ କାରବାର ଉପରେ ନଜର ରଖୁଥିବା ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫଏଟିଏଫ) ପାକିସ୍ତାନକୁ ଧୂସର ତାଲିକାରେ ବଜାୟ ରଖିବାକୁ ନିଷ୍ପତ୍ତି ନେଇଛି। ତେବେ ପାକିସ୍ତାନ ଏବେ ଆର୍ଥିକ ସଂକଟ ଦେଇ ଗତି କରୁଥିବାରୁ ପୁଣି ଥରେ ଧୂସର ତାଲିକାରେ ରହିବା ପାକିସ୍ତାନ ପାଇଁ ଆହୁରି ବିପଦ ଟାଣିଆଣିବ। କାରଣ ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଋଣ ପାଇବା ସହଜ ହେବ ନାହିଁ। ଏବେ […]
ପାକିସ୍ତାନର ଆର୍ଥିକ ସ୍ଥିତି ଆହୁରି ଗୁରୁତର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial