ଦେଶର ଉନ୍ନତି ପାଇଁ ବହୁତ ପରିଶ୍ରମ କରୁଛ, ଏବେ ଟିକିଏ ଆରାମ କର : ସୋମଭାଇ ମୋଦୀ

ପ୍ରଧାନମନ୍ତ୍ରୀଙ୍କୁ ବଡ଼ଭାଇଙ୍କ ପରାମର୍ଶ

ଅହମଦାବାଦ: ଦେଶର ଉନ୍ନତି ପାଇଁ ବହୁତ ପରିଶ୍ରମ କରୁଛ, ଏବେ ଟିକିଏ ଆରାମ କର। ଏକଥା ସାନଭାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କହିଛନ୍ତି ବଡ଼ଭାଇ ସୋମଭାଇ ମୋଦୀ। ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ରବିବାର ଗୁଜରାଟରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଅହମଦାବାଦରେ ଭୋଟ୍ ଦେଇଥିଲେ। ଏଠାରେ ସେ ତାଙ୍କ ବଡ଼ଭାଇ ସୋମଭାଇ ମୋଦୀଙ୍କୁ ମଧ୍ୟ ଭେଟିଥିଲେ। ଏତେ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଭାବବିହ୍ଵଳ ହୋଇପଡ଼ିଥିଲେ ସୋମଭାଇ। ପରେ ଭାବପ୍ରବଣ ହୋଇ ସେ ଗଣମାଧ୍ୟମକୁ କହିଥିଲେ ଯେ, ମୁଁ ନରେନ୍ଦ୍ରକୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛି। ମୁଁ ତାଙ୍କୁ କହିଛି ଯେ, ‘ତୁମେ ଦେଶ ପାଇଁ ବହୁତ ପରିଶ୍ରମ କରୁଛ। ଟିକିଏ ବିଶ୍ରାମ ମଧ୍ୟ ନିଅ। ଏହା ସହ ସେ କହିଥିଲେ ଯେ, ୨୦୧୪ପରଠାରୁ କେନ୍ଦ୍ର ସରକାର ଯେଉଁଭଳି ଭାବେ ଦେଶ ପାଇଁ କାମ କରିଛନ୍ତି, ଲୋକେ ତାକୁ ଅଣଦେଖା କରିପାରିବେ ନାହିଁ। ମୁଁ ଲୋକଙ୍କୁ ଅନୁରୋଧ କରିବି ଯେ, ସେମାନେ ନିଜ ମତଦାନର ଅଧିକାରକୁ ଠିକ ଭାବେ ବ୍ୟବହାର କରନ୍ତୁ। ୨୦୧୪ପରଠାରୁ ଦେଶରେ ହୋଇଥିବା ଉନ୍ନତିକୁ ଆଗକୁ ବଢ଼ାଇବା ପାଇଁ ଯୋଗ୍ୟ ପ୍ରାର୍ଥୀକୁ ଜିତାନ୍ତୁ।

Share Now:

Kalinga News Beuro

Next Post

କୋର୍ଟରେ ହାଜର ହେଲେ ଓ ରାଗିଲେ ଅର୍ଚ୍ଚନା ନାଗ : ୭ ଦିନିଆ ରିମାଣ୍ଡ‌ ଅନୁମତି ଦେଲେ କୋର୍ଟ

Mon Dec 5 , 2022
ଭୁବନେଶ୍ୱର: ଆଜି ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହୋଇଛନ୍ତି ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ। ଝାରପଡ଼ା ଜେଲରୁ କଡ଼ା ସୁରକ୍ଷା ମଧ୍ୟରେ ତାଙ୍କୁ କୋର୍ଟକୁ ଅଣାଯାଇଛି। ଏହି ସମୟରେ ସେ ଗଣମାଧ୍ୟମର ପ୍ରଶ୍ନ ଶୁଣି ଚିହିଁକି ଉଠିଥିଲେ। ସେ କହିଥିଲେ, ଆପଣମାନେ ୱେଲ୍ ସ୍କ୍ରିପ୍ଟେଡ ମୁଭି ଚଳାଇଛନ୍ତି। ଗଣମାଧ୍ୟମ ନିରପେକ୍ଷ ରହୁନି ବୋଲି ‌‌ସେ ଅଭିଯୋଗ କରିଥିଲେ। ସେ ଆହୁରି ଚିତ୍କାର କରି କହିଥିଲେ, କୁଆଡ଼େ ଗଲେ ଶୋ-କଲ୍ଡ ଭିକ୍ଟିମ୍? […]
କୋର୍ଟରେ ହାଜର ହେଲେ ଅର୍ଚ୍ଚନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial