କୋର୍ଟରେ ହାଜର ହେଲେ ଓ ରାଗିଲେ ଅର୍ଚ୍ଚନା ନାଗ : ୭ ଦିନିଆ ରିମାଣ୍ଡ‌ ଅନୁମତି ଦେଲେ କୋର୍ଟ

କୋର୍ଟରେ ହାଜର ହେଲେ ଅର୍ଚ୍ଚନା

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହୋଇଛନ୍ତି ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ। ଝାରପଡ଼ା ଜେଲରୁ କଡ଼ା ସୁରକ୍ଷା ମଧ୍ୟରେ ତାଙ୍କୁ କୋର୍ଟକୁ ଅଣାଯାଇଛି। ଏହି ସମୟରେ ସେ ଗଣମାଧ୍ୟମର ପ୍ରଶ୍ନ ଶୁଣି ଚିହିଁକି ଉଠିଥିଲେ। ସେ କହିଥିଲେ, ଆପଣମାନେ ୱେଲ୍ ସ୍କ୍ରିପ୍ଟେଡ ମୁଭି ଚଳାଇଛନ୍ତି। ଗଣମାଧ୍ୟମ ନିରପେକ୍ଷ ରହୁନି ବୋଲି ‌‌ସେ ଅଭିଯୋଗ କରିଥିଲେ। ସେ ଆହୁରି ଚିତ୍କାର କରି କହିଥିଲେ, କୁଆଡ଼େ ଗଲେ ଶୋ-କଲ୍ଡ ଭିକ୍ଟିମ୍? ମୋତେ ଆରେଷ୍ଟ କଲେ, ମୋ ପରିବାରକୁ ନଜରବନ୍ଦୀ ରଖାଗଲା। ମୋତେ ଫସାଇ ଦିଆଯାଇଛି। କିଏ ମୋତେ ଫସାଇଛନ୍ତି, ତାହାର ତଦନ୍ତ କରୁ ଗଣମାଧ୍ୟମ।
ଆଜି କୋର୍ଟରେ ଅର୍ଚ୍ଚନା ନାଗଙ୍କୁ ଇଡି ୧୫ ଦିନ ପାଇଁ ରିମାଣ୍ଡ‌ ଆବେଦନ କରିଥିଲେ। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଅର୍ଚ୍ଚନାଙ୍କୁ ୭ ଦିନ ରିମାଣ୍ଡପାଇଁ ଇଡିକୁ ଅନୁମତି ପ୍ରଦାନ କରିଛନ୍ତି କୋର୍ଟ। ଅର୍ଚ୍ଚନା ନାଗଙ୍କ କଳା ସାମ୍ରାଜ୍ୟରେ ବ୍ୟବହୃତ ହୋଇଥିବା କଳା ଟଙ୍କାର ଉତ୍ସ ଇଡି ଖୋଜିବାରେ ଲାଗିଛି। ଏ ନେଇ ଇଡି ବର୍ତ୍ତମାନ ସୁଦ୍ଧା କିଛି ଲୋକଙ୍କୁ ଜେରା କରିସାରିଛି। ସିନେ-ପ୍ରଯୋଜକ ଅକ୍ଷୟ ପରିଜା, ଶ୍ରଦ୍ଧାଞ୍ଜଳି ବେହେରା, ଅମୀୟ ଦାସ, ଖଗେଶ୍ୱର, ପ୍ରଭାତରଂଜନ ପତି, ଶିବ ପ୍ରସାଦ ଦାସ, ଗଙ୍ଗାଧର ସାମଲ, ଚନ୍ଦନ ଓ ପ୍ରମୋଦ ସ୍ୱାଇଁ ପ୍ରମୁଖଙ୍କୁ ‌ଏବେ ସୁଦ୍ଧା ଜେରା ସରିଛି। ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଛାଡିଦେଲେ ବାକି ୮ ଜଣ କିଏ ସେ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Share Now:

Kalinga News Beuro

Next Post

ସହରରେ ପ୍ରଥମ : ବିନା ବାଲି,ସିମେଣ୍ଟରେ ତିଆରି ହେଉଛି ଭୂମିକମ୍ପ ନିରୋଧ ‘ରିମୁଭେବୁଲ୍‌ କୋଠା’

Mon Dec 5 , 2022
କଟକ: କଟକ ସହରରେ ପ୍ରଥମ କରି ତିଆରି ହେଉଛି ରିମୁଭେବୁଲ୍‌ ଅଟ୍ଟଳିକା(କୋଠା)। ବାଲି, ଗୋଡ଼ି, ଇଟା ଓ ସିମେଣ୍ଟ ବିନା ତିଆରି ହେଉଛି ଘର। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ। ରାଜବାଗିଚା କାଠଯୋଡ଼ି ରିଂ-ରୋଡ୍‌ରେ ତିଆରି ହେଉଛି ରିମୁଭେବୁଲ୍‌ ଅଟ୍ଟାଳିକା। ଏଥିରେ ମୁଖ୍ୟତଃ ଲୁହା ରଡ୍‌ ଓ ଷ୍ଟିଲ୍‌ ବ୍ୟବହାର କରାଯାଇଛି, ଯାହା ଏହି ଅଟ୍ଟାଳିକାକୁ ମଜଭୁତ କରି ଧରି ରଖୁଛି। ଭୂମିକମ୍ପର ୮ ରିକ୍ଟର୍‌ ସ୍କେଲ୍‌ […]
ଭୂମିକମ୍ପ ନିରୋଧ ‘ରିମୁଭେବୁଲ୍‌ କୋଠା’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial