ମିରଟ୍‌ରୁ ଗିରଫ ହେଲେ ଉମେଶ ପାଲ୍‌ଙ୍କ ହତ୍ୟାକାରୀଙ୍କୁ ଅର୍ଥ ଯୋଗାଇଥିବା ଆତିକ୍‌ ଅହମଦ୍‌ଙ୍କ ଭିଣୋଇ

ମିରଟ୍‌ରୁ ଗିରଫ ହେଲେ ଉମେଶ ପାଲ୍‌ଙ୍କ ହତ୍ୟାକାରୀ

ଲକ୍ଷ୍ନୌ: ଉମେଶ ପାଲ୍‌ଙ୍କୁ ଗୁଳିମାରି ହତ୍ୟା କରିଥିବା ଆତତାୟୀଙ୍କୁ ଅର୍ଥ ଯୋଗାଇଥିବା ଆତିକ୍‌ ଅହମଦ୍‌ଙ୍କ ଭିଣୋଇ ଅଖ୍‌ଲାକ୍‌ ଅହମଦ୍‌ଙ୍କୁ ଉତ୍ତର ପ୍ରଦେଶ ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ ଏବଂ ପ୍ରୟାଗରାଜ ପୁଲିସ ମିଳିତ ଅଭିଯାନରେ ଗିରଫ କରିଛି। ପୁଲିସ କହିବା ଅନୁସାରେ, ୨୦୦୫ରେ ‘ବିଏସ୍‌ପି’ ବିଧାୟକ ରାଜୁ ପାଲ୍‌ଙ୍କ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଉମେଶ୍‌ ପାଲ୍‌ଙ୍କ ‘ସୁଟର୍‌’ଙ୍କୁ (ଗୁଳି ଚଳାଇଥିବା ବ୍ୟକ୍ତି) ଅର୍ଥ ଯୋଗାଇବାରେ ଅଖଲାକ୍‌ ଅହମଦ୍‌ଙ୍କର ପ୍ରମୁଖ ଭୂମିକା ଥିଲା।
ସୂଚନାଯୋଗ୍ୟ, ଫେବୃଆରୀ ୨୪ ତାରିଖରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଉମେଶ ପାଲ୍‌ଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା। ପୂର୍ବରୁ ପୁଲିସ ଅଖଲାକ୍‌ ଅହମଦ୍‌ଙ୍କୁ ମିରଟ ବାସଭବନରେ ଏକାଧିକବାର ଉମେଶ ପାଲ୍‌ ହତ୍ୟାକାଣ୍ଡ ମାମଲାରେ ଜେରା କରିଥିଲା। ଏଥର ତାଙ୍କୁ ମିରଟ ବାସଭବନରୁ ଗିରଫ କରାଯାଇଛି। ଅଖଲାକ୍‌ ଅହମଦ୍‌ ହେଉଛନ୍ତି ଆତିକ୍‌ ଅହମଦ୍‌ଙ୍କ ଭଉଣୀ ଶୈସ୍ତା ନୂରିଙ୍କ ସ୍ବାମୀ। ଭାଇଙ୍କୁ ରକ୍ଷା କରିବା ପାଇଁ ଶୈସ୍ତା ବରେଲି ଜେଲ୍‌ରେ ପହଞ୍ଚିଥିବା ବେଳେ ପ୍ରୟାଗରାଜ ପୁଲିସ ମିରଟ୍‌ରୁ ତାଙ୍କ ସ୍ବାମୀ ଅଖଲାକ୍‌ ଅହମଦ୍‌ଙ୍କୁ ଗିରଫ କରିଛି। ମାର୍ଚ୍ଚ ୬ ତାରିଖ ଦିନ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତ୍‌କାରରେ କହିଥିଲେ ଯେ, ତାଙ୍କ ସ୍ବାମୀଙ୍କୁ ପୁଲିସ ହାଜତକୁ ନିଆଯାଇଛି।

Share Now:

Kalinga News Beuro

Next Post

ସ୍ଲମ୍‌ କ୍ବାର୍ଟର୍ସ ଆବଣ୍ଟନ ଫାଇଲ୍‌ ମିଳୁନି : ଘର ଘର ବୁଲି ସର୍ଭେ କରିବେ ବିଏମସି କର୍ମଚାରୀ

Sun Apr 2 , 2023
ଭୁବନେଶ୍ୱର: କେନ୍ଦ୍ର ସରକାର କରିଥିବା ସ୍ଲମ୍‌ କ୍ବାର୍ଟର୍ସକୁ ବିଏମ୍‌ସି ନିଜ କର୍ମଚାରୀଙ୍କୁ ବାଣ୍ଟି ଦେଇଛି। ଏ ନେଇ ମାମଲା କୋର୍ଟରେ ପହଞ୍ଚିବା ପରେ ଏବେ ତନାଘନା ହୋଇଛି। ଛୁଟି ଦିନରେ ଖୋଦ୍‌ କମିସନର ବସି ସ‌ମୀକ୍ଷା କରିଛନ୍ତି। ସ୍ଲମ୍‌ କ୍ବାର୍ଟର୍ସର ସ୍ଥିତାବସ୍ଥା କ’ଣ? କିଏ ନେଇଥିଲେ? କେଉଁ ସର୍ତ୍ତରେ ନେଇଥିଲେ? ମାମଲା ହାରି ଯାଉଥିବାରୁ ଏହି କ୍ବାର୍ଟର୍ସ ବାଣ୍ଟିବା ପଛରେ ବିଏମ୍‌ସିର କେଉଁଠି ଭୁଲ୍‌ ଥିଲା କି? ସମୀକ୍ଷା ବୈଠକରେ […]
ସ୍ଲମ୍‌ କ୍ବାର୍ଟର୍ସ ଆବଣ୍ଟନ ଫାଇଲ୍‌ ମିଳୁନି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial