ବନ୍ଧୁକ ମୁନରେ୨ଲକ୍ଷ ଲୁଟିନେଲେ ୪ଲୁଟେରା

ବନ୍ଧୁକ ମୁନରେ ୨ଲକ୍ଷ ଲୁଟିନେଲେ ୪ଲୁଟେରା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ କେତେ ଅସୁରକ୍ଷିତ, ତାହା ଏବେ ଘଟିଥିବା ଏକ ଘଟଣାରୁ ସ୍ପଷ୍ଟ ହୋଇଛି। ଦିନ ଦ୍ୱିପ୍ରହରରେ ୪ଜଣ ଲୁଟେରା ବାଇକରେ ଆସି କାରକୁ ଅଟକାଇବା ଏବଂ କାର ଭିତରେ ଥିବା ଟଙ୍କା ବ୍ୟାଗ୍ ଧରି ଫେରାର ହେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଲୁଟେରାମାନେ କିଭଳି ନିଡର ‌ହୋଇ ଖୁଲମ ଖୁଲା ଲୁଟୁଛନ୍ତି ତାହା ପ୍ରଗତି ମଇଦାନ ଟନେଲରେ ଘଟିଥିବା ଘଟଣା ପ୍ରମାଣ କରିଛି। କୁହାଯାଉଛି ଯେ, ବନ୍ଧୁକ ମୁନରେ ଲୁଟେରାମାନେ୨ଲକ୍ଷ ଟଙ୍କା ଥିବା ବ୍ୟାଗ୍ ନେଇ ଫେରାର ହୋଇଯାଇଛନ୍ତି। ଏହି ଘଟଣା ଘଟିବା ସମୟର ସିସିଟିଭି ଫୁଟେଜ ଏବେ ସାମ୍ନାକୁ ଆସିଛି ଯେଉଁଥିରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ୪ଜଣ ଲୁଟେରା୨ଟି ମୋଟରସାଇକେଲରେ ଆସି ବନ୍ଧୁକ ମୁନରେ ଟଙ୍କା ବ୍ୟାଗ୍ ଉଠାଇ ନେଉଛନ୍ତି। ଘଟଣାଟି ସାମ୍ନାକୁ ଆସିବା ପ‌ରେ ଏବେ ପୁଲିସ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି।
ସୂଚନା ମୁତାବକ, ପଟେଲ ସାଜନ କୁମାର ନାମକ ଜଣେ ବ୍ୟକ୍ତି ଚାନ୍ଦନୀ ଚୌକରେ ଥିବା ଓମିଆ ଏଣ୍ଟରପ୍ରାଇଜେସରେ ଏକ ବିତରଣ ଏଜେଣ୍ଟ ଭାବରେ କାର୍ଯ୍ୟ କରନ୍ତି। ଜୁନ୍ ୨୪ରେ, ସେ ତାଙ୍କର ଜଣେ ସାଥୀ ଜିଗର ପଟେଲଙ୍କ ସହ ଚାନ୍ଦନୀ ଚୌକରୁ ଗୁରୁଗ୍ରାମ ଅଭିମୁଖେ ଯାତ୍ରା କରୁଥିଲେ। ସାଜନ କୁମାରଙ୍କ ପାଖରେ ଥିବା ଟଙ୍କା ଭର୍ତ୍ତି ବ୍ୟାଗକୁ ତାଙ୍କୁ ଗୁରୁଗ୍ରାମରେ ଦେବାର ଥିଲା। ଉଭୟ ଲାଲ୍ କିଲ୍ଲାରୁ ଏକ ଓଲା କ୍ୟାବ୍ ବୁକ୍ କରିଥିଲେ ଏବଂ ରିଙ୍ଗ ରୋଡରେ ଗୁରୁଗ୍ରାମ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ସେମାନେ ପ୍ରଗତି ମଇଦାନ ଟନେଲରେ ପ୍ରବେଶ କରିବା ବେଳେ ଦୁଇଟି ମୋଟରସାଇକେଲରେ ୪ଜଣ ଲୁଟେରା ବନ୍ଧୁକ ମୁନରେ କ୍ୟାବକୁ ଅଟକାଇ ବ୍ୟାଗ ଲୁଟି ନେଇଥିଲେ। ଯେଉଁଥିରେ ପ୍ରାୟ ୧.୫ରୁ ୨ଲକ୍ଷ ଟଙ୍କା ଥିଲା।

Share Now:

Kalinga News Beuro

Next Post

ଦିଗପହଣ୍ଡି ବସ୍ ଦୁର୍ଘଟଣା : ୧୧ ମୃତକଙ୍କ ମଧ୍ୟରେ ୨ ଶିଶୁ ଓ ୪ ମହିଳା

Mon Jun 26 , 2023
ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ମୌଳାଭଣଜା ଛକରେ ଦୁଇ ବସ ମୁହାଁମୁହିଁ ଧକ୍କା ହେବା ଫଳରେ ୧୧ଜଣଙ୍କ ମୃତ୍ୟୁ ହୋଇଛି। ଏବେ ସେହି ମୃତକମାନଙ୍କର ପରିଚୟ ମିଳିଛି। ମୃତକଙ୍କ ମଧ୍ୟରେ ୪ ଜଣ ମହିଳା, ୫ ପୁରୁଷ ଓ ଦୁଇ ଶିଶୁ ଥିବା ଜଣାଯାଇଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୃତକମାନେ ହେଲେ ଖଣ୍ଡଦେଉଳି ଗାଁର ଶିବାନୀ ପ୍ରଧାନ(୨୫),ସୀତାରାମ ପ୍ରଧାନ(୬୦), ସୁଜ୍ଞାନୀ କୁମାରୀ ପ୍ରଧାନ(୩୧), ରମେଶ ପ୍ରଧାନ(୬୨) […]
ଦିଗପହଣ୍ଡି ବସ୍ ଦୁର୍ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial