ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷଙ୍କୁ ଘୋ‌ଷାରି ନେଲା କାର ଚାଳକ

ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ

ନୂଆଦିଲ୍ଲୀ: ଦିଲ୍ଲୀରୁ ଏକ ଚକିତ କରିଲା ଭଳି ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତୀ ମାଲିୱାଲଙ୍କୁ ଜଣେ କାର ଚାଳକ ୧୦ରୁ ୧୫ ମିଟର ପର୍ଯ୍ୟନ୍ତ ଘୋଷାରି ନେଇଥିଲେ। ଏହି ଘଟଣା ଏମ୍ସ ନିକଟରେ ଘଟିଥିବା ଜଣାପଡ଼ିଛି। ଘଟଣା ଘଟିବା ସଙ୍ଗେସଙ୍ଗେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ନେଇଥିଲା।
ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ଟୁଇଟ କରି କହିଛନ୍ତି, ‘ଦିଲ୍ଲୀରେ ମହିଳା ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରୁଥିଲୁ। ଏହି ସମୟରେ ନିଶାଗ୍ରସ୍ତ ଥିବା ଜଣେ ଗାଡ଼ି ଚାଳକ ମୋ ସହିତ ଯୁକ୍ତିତର୍କ କରି ଦୁର୍ବ୍ୟବହାର କରିଥିଲେ। ମୁଁ ଯେତେବେଳେ ତାଙ୍କୁ ଧରିବାକୁ ଚେଷ୍ଟା କରୁଥିଲି, ସେ ଗାଡ଼ିରେ ଲାଗିଥିବା କାଚକୁ ବନ୍ଦ କରି ଦେଇଥିଲେ। ଆଉ ସେଥିରେ ମୋ ହାତ ଫସି ଯାଇଥିଲା। ଉକ୍ତ ଗାଡ଼ି ଚାଳକ ଜଣକ ଏଭଳି ଅବସ୍ଥାରେ ମୋତେ ୧୦ରୁ ୧୫ ମିଟର ପର୍ଯ୍ୟନ୍ତ ଘୋଷାରି ନେଇଥିଲେ। ଭଗବାନଙ୍କ ଦୟାରୁ ମୁଁ ଏଭଳି ଏକ ଦୁର୍ଘଟଣାରୁ ବଞ୍ଚି ଯାଇଛି। ଥରେ ଭାବି ଦେଖନ୍ତୁ ତ, ଦିଲ୍ଲୀରେ ଯଦି ଜଣେ ମହିଳା ଆୟୋଗର ଅଧ୍ୟକ୍ଷଙ୍କ ଏଭଳି ଅବସ୍ଥା, ତେବେ ସାଧାରଣ ଲୋକଙ୍କ ଅବସ୍ଥା କିପରି ହେବ। ଏହି ଘଟଣା ଗତ ବୁଧବାର ବିଳମ୍ବିତ ରାତି‌ରେ ଏମ୍ସର ଗେଟ ନମ୍ବର ୨ରେ ଘଟିଥିଲା।’

Share Now:

Kalinga News Beuro

Next Post

ପୁରୁଷ ହକି ବିଶ୍ୱକପ୍‌ରେ ଗୋଲ୍‌ ବର୍ଷା : ନେଦରଲ୍ୟାଣ୍ଡସ୍ ଠାରୁ୧୪-୦ରେ ଚିଲି ପରାସ୍ତ

Thu Jan 19 , 2023
ଭୁବନେଶ୍ୱର : ପୁରୁଷ ହକି ବିଶ୍ୱକପ୍‌-୨୦୨୩ରେ ନେଦରଲାଣ୍ଡସ୍‌ ରେକର୍ଡ ବିଜୟ ହାସଲ କରିଛି। କଳିଙ୍ଗ ଷ୍ଟାଡିୟମରେ ଆଜି ଅପରାହ୍ନ ୩ଟାରେ ଖେଳାଯାଇଥିବା ମ୍ୟାଚ୍‌ରେ ନେଦରଲାଣ୍ଡ୍‌ସର ଖେଳାଳିମାନେ ଗୋଲ୍‌ ବର୍ଷା କରିଛନ୍ତି। ଏହି ମ୍ୟାଚ୍‌ରେ ଚିଲି ବିପକ୍ଷରେ ନେଦରଲାଣ୍ଡସ୍‌ ବିଶାଳ ବିଜୟ ହାସଲ କରିଛି। ନେଦରଲାଣ୍ଡ୍‌ସର ଖେଳାଳି ୧୪-୦ ଗୋଲ୍‌ରେ ଚିଲିକୁ ପରାସ୍ତ କରିଛନ୍ତି। ନେଦରଲାଣ୍ଡସ୍‌ ପକ୍ଷରୁ ଜନସିନ୍‌ ଜିପ୍‌ ସର୍ବାଧିକ ୪ଟି ପେନାଲ୍ଟି ଗୋଲ୍‌ ଦେଇଥିଲେ। ସେ ଚିଲି ବିପକ୍ଷରେ […]
ପୁରୁଷ ହକି ବିଶ୍ବକପ୍‌ରେ ଗୋଲ୍‌ ବର୍ଷା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial