ବ୍ୟାଙ୍କ ଋଣ ଦେବା ନାଁରେ କୋଟିଏ ଟଙ୍କାର ଠକେଇ : ବନ୍ଧା ହେଲେ ପୂର୍ବତନ ଶାଖା ପରିଚାଳକ

ଋଣ ଦେବା ନାଁରେ କୋଟିଏ ଟଙ୍କାର ଠକେଇ

ଭୁବନେଶ୍ୱର: ବ୍ୟାଙ୍କ ଋଣ ଦେବା ନାଁରେ ବଡ଼ ଧରଣର ଠକେଇ ମାମଲାରେ ବନ୍ଧା ହେଲେ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଶାଖା ପରିଚାଳକ ସ୍ୱୟମ୍ ପ୍ରକାଶ ପରିଡ଼ା। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ପଳାସପଲ୍ଲୀରେ ଥିବା ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଶାଖା ପରିଚାଳକ ସ୍ଵୟମଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ୨୦୧୫ରୁ ୨୦୧୭ ମଧ୍ୟରେ ବ୍ୟାଙ୍କ ଋଣ ଦେବା ନାଁରେ ଏକ କୋଟି ୯ ଲକ୍ଷ ଟଙ୍କାର ଠକେଇ ହୋଇଥିଲା। ଜାଲି ଡକ୍ୟୁମେଣ୍ଟ ଦେଇ ଭିନ୍ନ ଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଋଣ ମଞ୍ଜୁର କରାଯାଇଥିଲା। ୨୪ଟି ଗାଡ଼ି ଲୋନ ଓ ସିସି ଲୋନ ଫେକ୍ ଆକାଉଣ୍ଟରେ ମଞ୍ଜୁର କରିଥିଲେ ସ୍ୱୟମ୍।

Share Now:

Kalinga News Beuro

Next Post

ବ୍ରିଟେନର ନଂ୧ ଧନୀ ହେଲେ ଭାରତୀୟ ବଂଶୋଦ୍ଭବ

Sat Jul 29 , 2023
ଲଣ୍ଡନ : ଦିନ ଥିଲା ବ୍ରିଟେନ ଭାରତକୁ ଶାସନ କରୁଥିଲା। ବ୍ରିଟିଶମାନେ ଭାରତୀୟଙ୍କୁ ଲୁଟ କରି ନିଜେ ଧନୀ ହୋଇଯାଇଥିଲେ। କିନ୍ତୁ ଏବେ ପରିସ୍ଥିତି ବଦଳି ଯାଇଛି। ଜଣେ ଭାରତୀୟ ବଂଶୋଦ୍ଭବ ବ୍ରିଟେନର ପ୍ରଧାନମନ୍ତ୍ରୀ ଥିବାବେଳେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ବ୍ରିଟେନର ନଂ୧ ଧନୀ ବ୍ୟକ୍ତିରେ ପରିଣତ ହୋଇଛନ୍ତି। ଏପରିକି ତାଙ୍କ ସଂପତ୍ତିର ପରିମାଣ ବ୍ରିଟେନର ରାଜା ଚାର୍ଲସଙ୍କଠାରୁ ବି ଅଧିକ। ଏହି ବ୍ୟକ୍ତି ହେଉଛନ୍ତି ଗୋପୀ ହିନ୍ଦୁଜା। […]
ଭାରତୀୟ ବଂଶୋଦ୍ଭବ ହେଲେ ବ୍ରିଟେନର ନଂ୧ ଧନୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial