ଆଇସିଆଇସିଆଇ ବ୍ୟାଙ୍କ- ଭିଡିଓକନ୍‌ ମାମଲା: ଦୀପକ କୋଚରଙ୍କୁ ରିମାଣ୍ଡରେ ନେଲା ଇଡି

ଦୀପକ କୋଚରଙ୍କୁ ୧୯ ସେପ୍ଟେଟର ପର୍ଯ୍ୟନ୍ତ ରିମାଣ୍ଡରେ ନେଲା ଇଡି

ନୂଆଦିଲ୍ଲୀ: ପୂର୍ବତନ ଆଇସିଆଇସିଆଇ ବ୍ୟାଙ୍କ ଏମଡି ତଥା ସିଇଓ ଚନ୍ଦା କୋଚରଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ଆଜି (ମଙ୍ଗଳବାର) ମୁମ୍ବାଇର ସ୍ୱତନ୍ତ୍ର ପିଏମ୍‌ଏଲଏ କୋର୍ଟ ଅଧିକ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ରିମାଣ୍ଡରେ ପଠାଇ ଦେଇଛନ୍ତି। ଦୀପକ କୋଚର ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ରହିବେ। ଆଇସିଆଇସିଆଇ ବ୍ୟାଙ୍କ- ଭିଡିଓକନ୍‌ ମାମଲାରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମ୍‌ଡି ଓ ସିଇଓ ଚନ୍ଦା କୋଚରଙ୍କ ସ୍ୱାମୀ ତଥା ବ୍ୟବସାୟୀ ଦୀପକ କୋଚରଙ୍କୁ ମନି ଲଣ୍ଡରିଂ ଅଭିଯୋଗରେ ଗତକାଲି (ସୋମବାର) ଇଡି ଅଧିକାରୀମାନେ ଗିରଫ କରିଥିଲେ। ଇଡି ଅଧିକାରୀଙ୍କ ଏକ ଟିମ୍‌ ଆଜି ଦୀପକ କୋଚରଙ୍କୁ ମୁମ୍ବାଇର ସ୍ୱତନ୍ତ୍ର ପିଏମ୍‌ଏଲଏ କୋର୍ଟକୁ ନେଇଥିଲେ। ସେଠାରେ ତାଙ୍କର ଜାମିନ ଆବେଦନକୁ ଖାରଜ କରି କୋର୍ଟ ତାଙ୍କୁ ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ପଠାଇ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଆଇସିଆଇସିଆଇ ବ୍ୟାଙ୍କ ଓ ଭିଡିଓକନ ଗୃପ ମଧ୍ୟରେ ହୋଇଥିବା ବୁଝାମଣା ସମୟରେ ଏହି ମନି ଲଣ୍ଡରିଂ ହୋଇଥିବା ଅଭିଯୋଗ ହୋଇଥିଲା। ମନି ଲଣ୍ଡରିଂ ନିରୋଧୀ ଆଇନ (ପିଏମ୍‌ଏଲଏ) ଆଧାରରେ ଇଡି ପକ୍ଷରୁ ଚନ୍ଦା, ଦୀପକ ଓ ଭିଡିଓକନ୍‌ ଗୃପ ମୁଖ୍ୟ ବେଣୁଗୋପାଳ ଧୂତଙ୍କ ନାମରେ ଗତବର୍ଷ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ କରାଯାଇଥିଲା। ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ୧୮୭୫ କୋଟି ଟଙ୍କା ଋଣ ଆବଣ୍ଟନରେ ହୋଇଥିବା ଜାଲିଆତି ଅଭିଯୋଗର ତଦନ୍ତ କରୁଛି ଇଡି। ଚନ୍ଦାଙ୍କ କାର୍ଯ୍ୟକାଳ ସମୟରେ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଭିଡିଓକନ୍‌ ଗ୍ରୁପ୍‌କୁ ଆଇସିଆଇସିଆଇ ବ୍ୟାଙ୍କ ଋଣ ମଞ୍ଜୁର କରିଥିଲା। ପରବର୍ତ୍ତୀ ସମୟରେ ଏହି ଋଣକୁ ଏନ୍‌ପିଏ ଘୋଷଣା କରାଯିବାରୁ ବ୍ୟାଙ୍କକୁ ୧୭୩୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା।

Share Now:

Kalinga News Beuro

Next Post

କୋଭିଡ୍‌ ହସ୍ପିଟାଲରେ ଶଯ୍ୟା ସଂକଟ: ୨୪ ଘଣ୍ଟା ଷ୍ଟ୍ରେଚର୍‌ରେ ପଡ଼ି ରହିଲେ

Tue Sep 8 , 2020
ଚିକିତ୍ସା ଅବହେଳାରୁ ଜଣେ ରୋଗୀଙ୍କ ମୃତ୍ୟୁ ଭୁବନେଶ୍ବର: କୋଭିଡ୍‌ ହସ୍ପିଟାଲରେ ଏବେ ‌ଶଯ୍ୟା ସଂକଟ ଦେଖାଗଲାଣି। ରାଜଧାନୀର ୫ଟି ଯାକ କୋଭିଡ୍‌ ହସ୍ପିଟାଲରେ ୱାର୍ଡରୁ ଆରମ୍ଭ କରି ଆଇସିୟୁ, ଏଚ୍‌ଡିୟୁ ଓ ଭେଣ୍ଟିଲେଟର୍‌ ପର୍ଯ୍ୟନ୍ତ ସବୁଠି ରୋଗୀ ଭର୍ତ୍ତି ହୋଇଯାଇଛନ୍ତି। ଆଶ୍ଚର୍ଯ୍ୟର ବିଷୟ, କୋଭିଡ୍‌ ହସ୍ପିଟାଲଗୁଡ଼ିକରେ ଭୁବନେଶ୍ବରର ଯେତିକି ଆକ୍ରାନ୍ତ ନାହାନ୍ତି, ତାହାଠାରୁ ଢେର୍ ଅଧିକ ଆକ୍ରାନ୍ତ ବାହାର ଜିଲ୍ଲାର। ୱାର୍ଡରୁ ଆରମ୍ଭ କରି ଆଇସିୟୁ, ଏଚ୍‌ଡିୟୁ ଓ ଭେଣ୍ଟିଲେଟର […]
୨୪ ଘଣ୍ଟା ଷ୍ଟ୍ରେଚର୍‌ରେ ପଡ଼ି ରହିଲେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial