କୋର୍ଟରେ ବିଧାୟକ ରମେଶ ଜେନା : ୪ଟି ମାମଲାରେ ବୟାନ୍‌ ରେକର୍ଡ଼, ଚାର୍ଜଫ୍ରେମ୍‌

ରମେଶ ଜେନା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଆଜି ବିଭିନ୍ନ ମାମଲାରେ କୋର୍ଟରେ ହାଜର ହୋଇଥିଲେ। ୨ଟି ମାମଲାରେ ଅଭିଯୁକ୍ତଙ୍କ ବୟାନ୍‌ ରେକର୍ଡ଼ ହୋଇଥିବା ବେଳେ ୨ଟି ମାମଲାର ଚାର୍ଜଫ୍ରେମ୍‌ ହୋଇଥିଲା। ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍‌ ଅନୁସମ ଦାଶଙ୍କ କୋର୍ଟରେ ବିଲ୍ଡର୍‌ ସନାତନ ଜେନାଙ୍କୁ ଧମକ୍‌ ମାମଲା(ଜିଆର୍‌ ୬୨୭/୧୬)ରେ ଅଭିଯୁକ୍ତଙ୍କ ବୟାନ୍‌ ରେକର୍ଡ଼ ହୋଇଥିଲା। କୋର୍ଟରେ ବିଧାୟକ ରମେଶ, ତାଙ୍କର ବାପା ଅରକ୍ଷିତ ଜେନା, ଆର୍‌. ମୁରଲୀ ମୋହନ, ପିଣ୍ଟୁ ଜେନା, ପ୍ରଶାନ୍ତ ପଟ୍ଟନାୟକ, ବାବୁଲା ସାହାଣୀ ବୟାନ୍‌ ଦେଇ ଅଭିଯୋଗ ମିଥ୍ୟା ବୋଲି କହିଥିଲେ। ସେହିପରି ବିଧାୟକ ରମେଶଙ୍କ ଘରୁ ବନ୍ଧୁକ ମିଳିବା ଘଟଣା(ଜିଆର୍‌ ୧୯୮/୧୬)ରେ ଚାର୍ଜଫ୍ରେମ୍‌ ହୋଇଥିଲା। ଏହି ସମୟରେ ବିଧାୟକ ରମେଶ ଓ ଅରକ୍ଷିତ କୋର୍ଟରେ ଉପସ୍ଥିତ ଥିଲେ। ଏଡିଜେ-୩ ରାଜଶ୍ରୀ ମହାପାତ୍ରଙ୍କ କୋର୍ଟରେ ରବୀନ୍ଦ୍ର ବେହେରା ଓରଫ୍‌ ଚିକେନ୍‌ ରବି ହତ୍ୟା ମାମଲା(ଏସ୍‌ଟି-୧୧୫/୧୭)ରେ ଭାଇ ଗଜେନ୍ଦ୍ର ବେହେରାଙ୍କୁ ସାକ୍ଷୀ ନଦେବାକୁ ଧମକ୍‌ ମାମଲାରେ ଅଭିଯୁକ୍ତଙ୍କ ବୟାନ୍‌ ରେକର୍ଡ଼ ହୋଇଥିଲା। ବିଧାୟକ ରମେଶ ଓ ମୁରଲୀ କୋର୍ଟରେ ବୟାନ୍‌ ଦେଇ ଅଭିଯୋଗ ମିଥ୍ୟା ବୋଲି କହିଥିବା ତାଙ୍କର ଓକିଲ କହିଛନ୍ତି। ଶେଷରେ ପୁରୁଷୋତ୍ତମପୁର ଥାନା ଇଲାକାର ଜନୈକା ହରିଜନ ମହିଳାଙ୍କ ଜମି ହଡ଼ପ୍‌ ମାମଲା(ଜିଆର୍‌-୪/୧୬)ରେ ଚାର୍ଜଫ୍ରେମ୍‌ ହୋଇଥିଲା। ଏହି ସମୟରେ ବିଧାୟକ ରମେଶ, ମୁରଲୀ, କିରଣ ପଣ୍ଡା ଓ ସୁନୀଲ ପାତ୍ର ହଜାର ହୋଇଥିଲେ। ବିଧାୟକ ରମେଶ ଓ ଅନ୍ୟ ଅଭିଯୁକ୍ତଙ୍କ ତରଫରୁ ବରିଷ୍ଠ ଆଇନଜୀବୀ କିଶୋର ବିଷୋୟୀ, ନିର୍ମଳ ସାହୁ, ସରୋଜ ଗୌଡ଼ ମକଦ୍ଦମା ପରିଚାଳନା କରିଥିଲେ।

Share Now:

Kalinga News Beuro

Next Post

୨୧ ବର୍ଷ ପରେ ବିଶ୍ୱକୁ ଭାରତ ଭେଟି ଦେଇଛି ମିସ୍ ୟୁନିଭର୍ସ

Mon Dec 13 , 2021
ନୂଆଦିଲ୍ଲୀ: ଦୀର୍ଘ ୨୧ ବର୍ଷ ପରେ ବିଶ୍ୱକୁ ଭାରତ ଭେଟି ଦେଇଛି ବ୍ରହ୍ମାଣ୍ଡ ସୁନ୍ଦରୀ। ସମସ୍ତଙ୍କୁ ପଛରେ ପକାଇ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି ଭାରତର ୨୧ ବର୍ଷିୟା ହରନାଜ ସନ୍ଧୁ। ମୁଣ୍ଡରେ ତାଙ୍କର ଶୋଭା ପାଉଛି ୩୮ କୋଟି ମୂଲ୍ୟର ହିରା ମୁକୁଟ। ଏହି ମୁକୁଟ ପ୍ରକୃତି, ଶକ୍ତି, ସୌନ୍ଦର୍ଯ୍ୟ, ନାରୀତ୍ୱ ଓ ଏକତାର ପ୍ରତୀକ। ଏହା ୧୮ କ୍ୟାରେଟ ସୁନାରେ ନିର୍ମିତ। ଏଥିରେ ଲାଗିଛି ୧୭୭୦ ଟି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial