ଭୁବନେଶ୍ୱରରୁ ଜବତ ହେଲା ପାଖାପାଖି ଅଢେଇ କିଲୋଗ୍ରାମର ଚୋରା ସୁନା

ଭୁବନେଶ୍ୱରରୁ ଜବତ ହେଲା ଚୋରା ସୁନା

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପାଖରୁ ଡିଆରଆଇ ବା ଡାଇରେକ୍ଟୋରେଟ ରେଭିନ୍ୟୁ ଇଣ୍ଟେଲିଜେନ୍ସ ପ୍ରାୟ ୧୦ ତୋଳା ସୁନା ଜବତ କରିଛି। ଏହି ସୁନାର ଦାମ ଲକ୍ଷାଧିକ ଟଙ୍କା ହୋଇଥିବା ବେଳେ ଏସବୁ ବିଦେଶରେ ତିଆରି ହୋଇ ଚୋରାରେ ଭୁବନେଶ୍ୱର ଅଣାଯାଇଥିବା ଜଣାପଡିଛି। ଭୁବନେଶ୍ୱର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଠାରୁ ସୁନା ଜବତ ହୋଇଥିବା ସୂଚନା ଦେଇଛି ଡିଆରଆଇ। ଏହି ସୁନାଗୁଡିକ ବିସ୍କୁଟ ଆକାରରେ ରଖାଯାଇଥିବାବେଳେ ଏହାକୁ ସାରା ଦେଶରେ ବେଆଇନ ଭାବେ ଚାଲାଣ କରାଯିବାର ଥିଲା। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। କଷ୍ଟମ୍ସ ଆକ୍ଟ ୧୯୬୨ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗିରଫ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

Share Now:

Kalinga News Beuro

Next Post

ବାପୁଜୀନଗରରେ ଜବରଦଖଲ ପ୍ରସଙ୍ଗ : ଅଧିକାରୀ-ଜବରଦଖଲକାରୀ କୋଳାକୋଳି

Thu Sep 7 , 2023
କାର୍ଯ୍ୟକାରୀ ହେଉନି ୪୭ ବର୍ଷର ଉଚ୍ଛେଦ ଆଦେଶ ଭୁବନେଶ୍ୱର: ବାପୁଜୀନଗରରେ ଜବରଦଖଲ ସମସ୍ୟା ସାଧାରଣ ନାଗରିକଙ୍କ ପାଇଁ କାଳ ହୋଇଛି। ରାସ୍ତା ଉପରେ ଘର ହୋଇଛି। ଖାଲି ଜାଗାରେ ଦୋକାନ ହୋଇଛି। ପୁଣି କିଏ ଲୁହା ଗ୍ରିଲ୍‌ ଲଗାଇ ସର୍ବସାଧାରଣ ରାସ୍ତାକୁ ବନ୍ଦ କରିଦେଇଛି। ବର୍ଷ ବର୍ଷ ଧରି ସରକାରୀ ଜାଗାରୁ କୋଟି କୋଟି ଟଙ୍କା ରୋଜଗାର କରି ଜବରଦଖଲକାରୀ ମାଲେମାଲ୍‌ ହେଉଛନ୍ତି। କିଛି ଅଧିକାରୀଙ୍କ ପକେଟ ମଧ୍ୟ ଗରମ […]
ବାପୁଜୀନଗରରେ ଜବରଦଖଲ ପ୍ରସଙ୍ଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial