ଝାରସୁଗୁଡ଼ା ସବୁଠୁଁ ଉତ୍ତପ୍ତ ସହର : ତାପମାତ୍ରା ୪୩.୬ ଡିଗ୍ରି ରେକର୍ଡ

୪୦ ଡିଗ୍ରି ଉପରେ ରାଜ୍ୟର ୨୫ ସହର

ତାତିରେ ତ୍ରାହିତ୍ରାହି ଡାକିଲେ ଭୁବନେଶ୍ୱରବାସୀ

ଭୁବନେଶ୍ୱର: ଆଜି ଦିନ ତମାମ ରାଜ୍ୟବାସୀ ତତଲା ଖରା ଓ ଝାଞ୍ଜିରେ ଭାଜି ହୋଇଛନ୍ତି। ଅପରାହ୍‌ଣ ୨ଟା ୩୦ରେ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଭୂତ ହୋଇଛି। ଏଥିରେ ଝାରସୁଗୁଡ଼ା ସର୍ବାଧିକ ରହିଛି। ଝାରସୁଗୁଡ଼ାବାସୀ ଦିନ ୨ଟା ୩୦ରେ ୪୩.୬ ଡିଗ୍ରିରେ ସିଝିଛନ୍ତି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଝାରସୁଗୁଡ଼ା ପରେ ଭୁବନେଶ୍ୱର, ସମ୍ବଲପୁର ଓ ହୀରାକୁଦ ଦ୍ଵିତୀୟ ସର୍ବାଧିକ ଉତ୍ତପ୍ତ ସହରରେ ପରିଣତ ହୋଇଛି ଏଠାରେ ତାପମାତ୍ରା ୪୨.୨ ରେକର୍ଡ ହୋଇଛି। ଭୁବନେଶ୍ୱରବାସୀ ତାତିରେ ତ୍ରାହିତ୍ରାହି ଡାକିଛନ୍ତି। କେନ୍ଦୁଝର ଓ ଚାନ୍ଦବାଲିରେ ୪୧.୮, ରାଉରକେଲାରେ ୪୧.୪, ବାଲେଶ୍ୱରରେ ୪୧, ପୁରୀରେ ୩୫, ଗୋପାଳପୁରରେ ୩୪.୮ ଓ ପାରାଦୀପରେ ୩୪.୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଗ୍ରୀଷ୍ମ ପ୍ରବାହ ଆଗାମୀ ଦିନରେ ମଧ୍ୟ ଜାରି ରହିବ। ଆଗାମୀ ୨ ଦିନ ପାଇଁ ରେଡ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି। ଗଜପତି, ଗଞ୍ଜାମ, ବାଲେଶ୍ୱର, ମୟୁରଭଞ୍ଜ ଓ ଝାରସୁଗୁଡ଼ା ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି।

Share Now:

Kalinga News Beuro

Next Post

ଆଜି ‘ବିଶ୍ୱ ପେଙ୍ଗୁଇନ୍‌ ଦିବସ’: ନନ୍ଦନକାନନରେ ନାହିଁ ପେଙ୍ଗୁଇନ୍‌

Thu Apr 25 , 2024
ଭୁବନେଶ୍ୱର: ସାରା ପୃଥିବୀର ପ୍ରକୃତି ଓ ଜୀବପ୍ରେମୀ ଏପ୍ରିଲ ୨୫ ତାରିଖକୁ ‘ବିଶ୍ୱ ପେଙ୍ଗୁଇନ୍‌ ଦିବସ’ ଭାବେ ପାଳନ କରନ୍ତି। ବିଶ୍ୱର ଅନ୍ୟତମ ଆକର୍ଷଣୀୟ ଓ ବିରଳ ପକ୍ଷୀ ହେଉଛି ପେଙ୍ଗୁଇନ୍। ଯୁଦ୍ଧାସ୍ତ୍ର ବ୍ୟବହାର ଓ ମାନବକୃତ ବିଭିନ୍ନ ରାସାୟନିକ କାର୍ଯ୍ୟକଳାପର କୁପ୍ରଭାବ ସମୁଦ୍ର ଓ ଜଳବାୟୁ ଉପରେ ପଡୁଛି। ଫଳରେ ଆଟ୍‌ଲାଣ୍ଟିକର ଗ୍ଲେସିୟର ତରଳିବାରେ ଲାଗିଛି। ଏହାର କୁପ୍ରଭାବରେ ସମୁଦ୍ରିକ ପରିବେଶ ବିଗିଡ଼ିବାରେ ଲାଗିଛି। ତେଣୁ ବିଲୁପ୍ତପ୍ରାୟ ହୋଇ […]
ଆଜି ‘ବିଶ୍ବ ପେଙ୍ଗୁଇନ୍‌ ଦିବସ’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial