ମାଓ ଦମନ ଅପରେସନ୍ ଜୋରଦାର ହେବ: ଡିଜିପି

ଭୁବନେଶ୍ୱର: ଲାଲଗଡ଼ରେ ମାଓ ଦମନ ଅପରେସନ୍ ଆହୁରି ଜୋରଦାର ହେବ। ପଡୋଶୀ ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ ଓ ତେଲେଙ୍ଗାନା ଆଦି ରାଜ୍ୟ ସହ ସମନ୍ୱୟ ରଖି ମାଓ ଦମନ ଅପରେସନ୍‌କୁ ଜୋରଦାର କରାଯିବ। ଏଥିପାଇଁ ଗୁଇନ୍ଦା ନେଟୱାର୍କକୁ ବ୍ୟାପକ କରାଯାଉଛି। ରାଜ୍ୟରେ ମାଓ ଦମନ ଅପରେସନ୍ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ପୋଲିସ ଡିଜି ଆର୍.ପି.ଶର୍ମା ଏହା କହିଛନ୍ତି।

ଡିଜିପି ଆହୁରି କହିଛନ୍ତି,“ବିଶେଷ କରି କୋରାପୁଟ, ମାଲକାନଗିରି, ନୂଆପଡ଼ା, କଳାହାଣ୍ଡି ଓ ରାୟଗଡ଼ାରେ ମାଓ ଦମନ ଅପରେସନକୁ ଜୋରଦାର କରାଯିବ।”

ସେହିପରି ଗତ ୪୮ ଘଣ୍ଟା ମଧ୍ୟରେ ପୋଲିସକୁ ମିଳିଥିବା ସଫଳତା ନେଇ ମଧ୍ୟ ଡିଜିପି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ବଲାଙ୍ଗିର ଏବଂ କନ୍ଧମାଳରେ ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ହୋଇଥିବା ୭ଜଣ ମାଓବାଦୀଙ୍କ ମଧ୍ୟରୁ ୨ଜଣ ଡିଭିଜନାଲ୍ କମିଟି ମେମ୍ବର ଥିଲେ। ଜଣେ ବଲାଙ୍ଗିର-ବରଗଡ଼-ମହାସମୁନ୍ଦ ବିବିଏମ୍ ଡିଭିଜନ୍ ସଦସ୍ୟ ଏବଂ ଅନ୍ୟ ଜଣେ କେକେବିଏନର ସଦସ୍ୟ ଥିଲେ। ଏମାନଙ୍କ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ପ୍ରାଣ ହରାଇଥିବା ଅନ୍ୟ ଜଣେ ଏରିଆ କମିଟି ସଦସ୍ୟ ଉପରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ବର୍ତ୍ତମାନ ଅନ୍ୟମାନଙ୍କ ପରିଚୟ ଖୋଜା ଚାଲିଛି। ଏବେ ବି କନ୍ଧମାଳରେ କମ୍ବିଂ ଜାରି ରହିଛି। ଉଭୟ ବଲାଙ୍ଗିର ଏବଂ କନ୍ଧମାଳର ଏହି ଅପରେସନରେ କେବଳ ଏସ୍ଓଜି ଏବଂ ଡିଭିଏଫ୍ ସାମିଲ ହୋଇଥିଲେ।”

Share Now:

Kalinga News Beuro

Leave a Reply

Next Post

ଆଜି ସାବିତ୍ରୀ : ସ୍ୱାମୀଙ୍କ ଅପେକ୍ଷାରେ ଅନେକ ସାବିତ୍ରୀ

Tue May 15 , 2018
ଭୁବନେଶ୍ୱର : ବିବାହିତା ନାରୀମାନେ କାହିଁ କେଉଁ କାଳୁ ପାଳି ଆସୁଛନ୍ତିି ସାବିତ୍ରୀ ବ୍ରତ। ପରମ୍ପରା ମୁତାବକ ବିବାହିତ ନାରୀମାନେ ସକାଳୁ ଉଠି ଗାଧୋଇ ପାଧୋଇ ନୂଆ ଲୁଗା ପିନ୍ଧି ପୂଜାକୁ ବାହାରନ୍ତି। ନୂଆ ଶାଢ଼ି, ଶଙ୍ଖା, ସିନ୍ଦୂର ଓ ଚୁଡ଼ି ସହ ୯ ପ୍ରକାରର ଫଳମୂଳ ଓ ଫୁଲ ନେଇ ଭୋଗ ଥାଳି ସଜାନ୍ତି। ଖଜୁରୀ, ପଣସ, ଆମ୍ବ, ସପୁରୀ, ତାଳ ଓ କେନ୍ଦୁ ପୂଜା କରନ୍ତି। ଏହି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial