ନନ୍ଦନକାନନ ଟଏଟ୍ରେନ୍ ୩ ମାସ ପରେ ଗଡ଼ିଲା : ବାରମ୍ବାର ଖରାପ ହେଉଥିବାରୁ ପର୍ଯ୍ୟଟକ ହତାଶ

ନନ୍ଦନକାନନ ଟଏଟ୍ରେନ୍ ୩ ମାସ ପରେ ଗଡ଼ିଲା

ବାରଙ୍ଗ: ୩ ମାସ ଧରି ଅଚଳ ହୋଇ ପଡ଼ି ରହିଥିବା ନନ୍ଦନକାନନ ଟଏଟ୍ରେନ୍ ମରାମତି ହେବାପରେ ଆଜିଠାରୁ ଗଡ଼ିଛି। ଚଳିତ ବର୍ଷ ଜାନୁଆରି ୨୫ ତାରିଖରୁ ଇଞ୍ଜିନରେ ଲାଗିଥିବା ବ୍ୟାଟେରି ଅଚଳ ହୋଇ ଯାଇଥିଲା। ଇଞ୍ଜିନ ହଠାତ୍‌ ବନ୍ଦ ହୋଇ ଯିବାରୁ ଚାଳକ ଓ କର୍ମଚାରୀ କେଞ୍ଚାକେଞ୍ଚି କରିଥିଲେ। ଟ୍ରେନ୍‌ ତା’ପରେ କିଛି ବାଟ ଗଡ଼ିବା ପରେ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଥିଲା।
ଫଳରେ ଛୋଟପିଲାଙ୍କ ଆକର୍ଷଣର କେନ୍ଦ୍ର ଏହି ଟଏଟ୍ରେନ୍‌ର ଚଳାଚଳ ବନ୍ଦ ରହିଥିଲା। କୋଲକା‌ତାରୁ ଯନ୍ତ୍ରୀ ଆସି ଯାଞ୍ଚ କରିବାରୁ ପରିଚାଳନାଗତ ଅବହେଳାରୁ ବହୁମୂଲ୍ୟ ବ୍ୟାଟେରି ଶକ୍ତି ସଂରକ୍ଷଣ କ୍ଷମତା ହରାଇଥିବା କହିବା ସହ ନୂଆ ବ୍ୟାଟେରି ଲଗାଇବାକୁ ପରାମର୍ଶ ଦେଇଥିଲେ। ତା’ର ଦୀର୍ଘ ୩ମାସ ପରେ ନୂଆ ବ୍ୟାଟେରି ଲଗାଯିବାରୁ ଆଜି ଧାରଣା ଉପରେ ଟଏଟ୍ରେନ୍ ଦୌଡ଼ିଛି। ଉଲ୍ଲେଖନୀୟ ଯେ ବହୁବର୍ଷ ତଳୁ ଆରମ୍ଭ ହୋଇଥିବା ନନ୍ଦନକାନନ ଟଏଟ୍ରେନ୍‌ ଖରାପ ହୋଇ ଅନେକବର୍ଷ ବନ୍ଦ ରହିବାପରେ ୨୦୨୧ ଅକ୍ଟୋବର ୮ ତାରିଖରେ ଜଙ୍ଗଲ ମନ୍ତ୍ରୀ ପତାକା ହଲାଇ ଏହାର ପୁନଃଚଳାଚଳ ଶୁଭାରମ୍ଭ କରିଥିଲେ। ମାତ୍ର ଦିନ କେଇଟା ପରେ ଇଞ୍ଜିନ ତଳେ ଥିବା ବ୍ୟାଟେରି ପାଖରେ ସ୍ପାର୍କିଂହୋଇ ଟ୍ରେନ୍‌ ଅଚଳ ହୋଇଥିଲା। ନୂଆ ଟଏଟ୍ରେନ୍ ଆରମ୍ଭ ଦିନରୁ ବାରମ୍ବାର ଅଚଳ ହେବା କାରଣରୁ ପର୍ଯ୍ୟଟକଙ୍କର ବିଶ୍ୱାସଭାଜନ ହୋଇପାରୁନାହିଁ।

Share Now:

Kalinga News Beuro

Next Post

ସତର୍କ ସୂଚନା : କଟକକୁ ରେଡ୍ ଓ ଭୁବନେଶ୍ୱରକୁ ଅରେଞ୍ଜ ଆଲର୍ଟ

Mon Apr 29 , 2024
ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କଟକକୁ ରେଡ୍ ଆଲର୍ଟ ଜାରି ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱର ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ବାଲେଶ୍ୱର ସର୍ବାଧିକ ତାପମାତ୍ରା ୪୧.୪ ଡିଗ୍ରି ସେଲସିଅସ୍ ରେକର୍ଡ କରାଯାଇଛି। ସେହିପରି କେନ୍ଦୁଝରରେ ୪୧ ଡିଗ୍ରି , ଭୁବନେଶ୍ୱରରେ ୪୦.୪, ଝାରସୁଗୁଡ଼ାରେ ୩୯.୮, ହୀରାକୁଦରେ […]
କଟକକୁ ରେଡ୍ ଓ ଭୁବନେଶ୍ବରକୁ ଅରେଞ୍ଜ ଆଲର୍ଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial