ଏ‌ବେ ନୋରାଙ୍କ ଉପରେ ହେବ ମକଦ୍ଦମା : ଚେତାବନୀ ଦେଲେ ଜାକଲିନଙ୍କ ଓକିଲ

ଏ‌ବେ ନୋରାଙ୍କ ଉପରେ ହେବ ମକଦ୍ଦମା

ମୁମ୍ବାଇ: ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଏକ ନୂଆ ମୋଡ଼ ଆସିଛି। ଏହି ମାମଲା ହେତୁ ଦୁଇଜଣ ବଲିଉଡ ଅଭିନେତ୍ରୀ ମୁହାଁମୁହିଁ ହୋଇଛନ୍ତି। ସୋମବାର ବଲିଉଡ ଅଭିନେତ୍ରୀ ନୋରା ଫତେହି ଦିଲ୍ଲୀ କୋର୍ଟରେ ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡିଜ ଏବଂ ଅନେକ ମିଡିଆ କମ୍ପାନି ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ। ଏବେ ନୋରାଙ୍କ ମକଦ୍ଦମା ଉପରେ ପ୍ରତିକ୍ରିୟା ରଖିଛନ୍ତି ଜାକଲିନଙ୍କ ଓକିଲ।
ଜାକଲିନଙ୍କ ଓକିଲ ପ୍ରଶାନ୍ତ ପାଟିଲ ଅଭିନେତ୍ରୀଙ୍କ ପକ୍ଷରୁ କହିଛନ୍ତି ଯେ, ତାଙ୍କ ମହକିଲ ଜାକଲିନ ଗଣମାଧ୍ୟମ ସାମ୍ନାରେ ନୋରା ଫତେହିଙ୍କ ବିରୋଧରେ କେବେବି କିଛି କହି ନାହାଁନ୍ତି। ନୋରା ଭୁଲ ବୁଝିଛନ୍ତି। ଜାକଲିନ୍ ଯାହା ବି ବୟାନ ଦେଇଛନ୍ତି, ସେ ନ୍ୟାୟିକ ଅଧିକାରୀଙ୍କ ସାମ୍ନାରେ ଦେଇଛନ୍ତି। କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପୂର୍ବରୁ ନୋରା ଫତେହି ମକଦ୍ଦମାର କପି ଲିକ୍ କରିଛନ୍ତି, ତେଣୁ ଆବଶ୍ୟକ ହେଲେ ଜାକଲିନ୍ ବର୍ତ୍ତମାନ ନୋରା ଫାତେହିଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିପାରିବେ। ତେବେ ଏସବୁ ଦେଖି ମନେହେଉଛି ଯେ ମନି ଲଣ୍ଡରିଂ ମାମଲାରେ ନୋରା ଏବଂ ଜାକଲିନଙ୍କ ମଧ୍ୟରେ ଯୁଦ୍ଧ ଦୀର୍ଘ ସମୟ ଧରି ଚାଲିପାରେ। ନୋରା ଫତେହି ଅଭିଯୋଗ କରିଥିଲେ ଯେ, ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦କୋଟି ମନି ଲଣ୍ଡରିଂ ମାମଲାରେ ତାଙ୍କ ନାଁ ଜବରଦସ୍ତି ଯୋଡା ଯାଇଛି। ସିଧାସଳଖ ଭାବେ ସୁକେଶଙ୍କ ସହ ତାଙ୍କର କୌଣସି ସମ୍ପର୍କ ନଥିଲା। ସେ ତାଙ୍କ ପତ୍ନୀ ଲୀନା ମାରିଆ ପାଲଙ୍କ ମାଧ୍ୟମରେ ସୁକେଶଙ୍କୁ ଜାଣିଥିଲେ। ନୋରା ସୁକେଶ ଚନ୍ଦ୍ରଶେଖରଙ୍କଠାରୁ କୌଣସି ଉପହାର ନେଇନଥିବା ବେଳେ ମିଡିଆ ଟ୍ରାଏଲ ଯୋଗୁଁ ତାଙ୍କ ଭାବମୂର୍ତ୍ତି ଖରାପ ହୋଇଛି। ଏହା ସହ ଜାକଲିନ ନୋରାଙ୍କ ଭାବମୂର୍ତ୍ତି ଖରାପ କରିଛନ୍ତି। ଏହି କାରଣରୁ ସେ ଜାକଲିନ ଫର୍ଣ୍ଣାଡିଜ ଏବଂ ଅନେକ ମିଡିଆ କମ୍ପାନି ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି।

Share Now:

Kalinga News Beuro

Next Post

୪ କୋଟି ଟଙ୍କା ଠକେଇ ଅଭିଯୋଗରେ ‘ବାସ୍ତବ ଇଣ୍ଡିଆ’ର ସଭାପତି ଓ ସଂପାଦକ ଗିରଫ

Tue Dec 13 , 2022
ଭୁବନେଶ୍ୱର: ୪ କୋଟି ଟଙ୍କା ଠକେଇ ଅଭିଯୋଗରେ ବାସ୍ତବ ଇଣ୍ଡିଆର ସଭାପତି ଓ ସଂପାଦକଙ୍କୁ ଗିରଫ କରାଯାଇଛି। ଗତ ୧୧ ତାରିଖରେ ଉଭୟଙ୍କୁ ରାଞ୍ଚିରୁ ଗିରଫ କରାଯାଇଥିଲା। ଭୁବନେଶ୍ୱର ଅର୍ଥ‌ନୈତିକ ଅପରାଧ ଶାଖା ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି। ଦୁଇ ଅଭିଯୁକ୍ତ ହେଲେ ବାସ୍ତବ ଇଣ୍ଡିଆର ସଭାପତି ତନଭିର ନାଜରୀ ଓ ସଂପାଦକ ମହମ୍ମଦ ଅବୁଲ ହସନେନ୍। ଆଜି ଉଭୟଙ୍କୁ କଟକର ଓପିଆଇଡି କୋର୍ଟରେ ହାଜର କରାଯିବ।ସୂଚନାଯୋଗ୍ୟ, ସୋଲାର୍ […]
ଠକେଇ ଅଭିଯୋଗରେ ‘ବାସ୍ତବ ଇଣ୍ଡିଆ’ର ସଭାପତି ଓ ସଂପାଦକ ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial