୪ କୋଟି ଟଙ୍କା ଠକେଇ ଅଭିଯୋଗରେ ‘ବାସ୍ତବ ଇଣ୍ଡିଆ’ର ସଭାପତି ଓ ସଂପାଦକ ଗିରଫ

ଠକେଇ ଅଭିଯୋଗରେ ‘ବାସ୍ତବ ଇଣ୍ଡିଆ’ର ସଭାପତି ଓ ସଂପାଦକ ଗିରଫ

ଭୁବନେଶ୍ୱର: ୪ କୋଟି ଟଙ୍କା ଠକେଇ ଅଭିଯୋଗରେ ବାସ୍ତବ ଇଣ୍ଡିଆର ସଭାପତି ଓ ସଂପାଦକଙ୍କୁ ଗିରଫ କରାଯାଇଛି। ଗତ ୧୧ ତାରିଖରେ ଉଭୟଙ୍କୁ ରାଞ୍ଚିରୁ ଗିରଫ କରାଯାଇଥିଲା। ଭୁବନେଶ୍ୱର ଅର୍ଥ‌ନୈତିକ ଅପରାଧ ଶାଖା ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି। ଦୁଇ ଅଭିଯୁକ୍ତ ହେଲେ ବାସ୍ତବ ଇଣ୍ଡିଆର ସଭାପତି ତନଭିର ନାଜରୀ ଓ ସଂପାଦକ ମହମ୍ମଦ ଅବୁଲ ହସନେନ୍। ଆଜି ଉଭୟଙ୍କୁ କଟକର ଓପିଆଇଡି କୋର୍ଟରେ ହାଜର କରାଯିବ।
ସୂଚନାଯୋଗ୍ୟ, ସୋଲାର୍ ସଚେତନତା ଓ ଛାତ୍ରଛାତ୍ରୀମାନଙ୍କୁ ପ୍ରି ମାଟ୍ରିକ୍ ଛାତ୍ରବୃତ୍ତି ଦେବା ଉଦ୍ଦେଶ୍ୟରେ ‘ବାସ୍ତବ ଇଣ୍ଡିଆ’ ‘ଛୁଲୋ ଆସମାନ’ ନାଆଁରେ ଏକ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କଠାରୁ ୪ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା। ‌ତନଭିର ନାଜରୀ ଓ ମହମ୍ମଦ ଅବୁଲ ହସନେନ୍ ରାଜଧାନୀର ବମିଖାଲରେ ‘ବାସ୍ତବ ଇଣ୍ଡିଆ’ର ଶାଖା ଅଫିସ ଖୋଲିଥିଲେ । ଏହାପରେ ଉଭୟେ କଂପାନିକୁ ବନ୍ଦ କରି ଫେରାର୍ ହୋଇଯାଇଥିଲେ। ଘଟଣା ସଂପର୍କରେ ପୁଲିସ ନିକଟରେ ଅଭିଯୋଗ ହେବା ପରେ ଏହାର ତଦନ୍ତ ହୋଇଥିଲା ଏବଂ ଦୁଇ ଅଭିଯୁକ୍ତଙ୍କୁ ଝାରଖଣ୍ଡର ରାଞ୍ଚିରୁ ଗିରଫ କରାଯାଇଥିଲା।

Share Now:

Kalinga News Beuro

Next Post

ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା: ଗିରଫ ହୋଇଥିବା ଓକିଲଙ୍କ ସଂଖ୍ୟା ୧୭କୁ ବୃଦ୍ଧି

Tue Dec 13 , 2022
ସମ୍ବଲପୁର: ସମ୍ବଲପୁରରେ ଆଇନ୍‌ଜୀବୀଙ୍କ ଆନ୍ଦୋଳନ ଜାରି ରହିଛି। ଓଡ଼ିଶା ପୁଲିସକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ସମ୍ବଲପୁର ପୁଲିସ ଆକ୍ସନ ମୋଡରେ ଥିବା ଜଣାପଡ଼ିଛି। ସମ୍ବଲପୁର କୋର୍ଟ ପରିସର ପୁଲିସ ଛାଉଣୀରେ ପରିଣତ ହୋଇଛି। ଏଯାବତ ୧୭ ଜଣ ଆଇନଜୀବୀ ଗିରଫ ହୋଇସାରିଛନ୍ତି। କୋର୍ଟ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଥିବାବେଳେ ୨୧ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ତେବେ ଏହି ଗିରଫ ଓ ଲାଇସେନ୍ସ ବାତିଲକୁ ବେଆଇନ କହିବା […]
ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial