ମୃତ ବ୍ୟକ୍ତିଙ୍କ ନାଁରେ ବୀମା ଟଙ୍କା ହଡ଼ପକରି ଏଲଆଇସି ଏଜେଣ୍ଟ୍ ଗିରଫ

ଏଲଆଇସି ଏଜେଣ୍ଟ୍ ଗିରଫ

ଭୁବନେଶ୍ୱର: ମୃତ ବ୍ୟକ୍ତିଙ୍କ ନାଁରେ ବୀମା ଟଙ୍କା ହଡ଼ପ ଅଭିଯୋଗରେ ଜଣେ ଏଲଆଇସି ଏଜେଣ୍ଟଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତ ହେଲେ କଣାସ ଅଞ୍ଚଳର ଏଲଆଇସି ଏଜେଣ୍ଟ କବିରାଜ ବେହେରା। ତାଙ୍କୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି। ସେ ୪ ଜଣ ମୃତବ୍ୟକ୍ତିଙ୍କ ନାଁରେ ୨୩ଟି ପଲିସି ଖୋଲି ୧ କୋଟି ୧୮ ଲକ୍ଷ ହଡ଼ପ କରିଥିବାର ଅଭିଯୋଗ ହେବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଜି ତାଙ୍କୁ ଖୋର୍ଦ୍ଧା ଏସଡିଜେଏମ କୋର୍ଟକୁ ଚାଲାଣ କରାଯାଉଛି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଅଭିଯୁକ୍ତ କବିରାଜ ବେହେରା ୨୦୦୩ ରୁ ଏଲଆଇସି ଏଜେଣ୍ଟ ଭାବରେ କାର୍ଯ୍ୟ କରୁଛନ୍ତି। ସେ ୨୦୧୩ ରୁ ୨୦୧୯ ମଧ୍ୟରେ ଅଭିଯୁକ୍ତ ଏହି ଜାଲିଆତି କରିଥିବା ଜଣାଯାଇଛି। ମିଥ୍ୟା ଭାବରେ ଚାରିଜଣ ମୃତ ବ୍ୟକ୍ତିଙ୍କ ନାମରେ ୨୩ ଟି ଏଲଆଇସି ପଲିସିର ବୀମା ରାଶି ପଇଠ କରି ସେ ଅର୍ଥ ହଡ଼ପ କରିଥିବାର ଅଭିଯୋଗ ହୋଇଛି। ସେମାନଙ୍କୁ ଜୀବିତ ଦର୍ଶାଇ ସେ ଅର୍ଥ ହଡ଼ପ କରିବାର ଯୋଜନା କରିଥିଲେ। ଏହା ଜରିଆରେ ଅଭିଯୁକ୍ତ କବିରାଜ ବେହେରା ୧.୮୧ କୋଟି ଟଙ୍କାର ରାଶି ପାଇବାକୁ ଦାବି କରିଥିଲେ। ଏନେଇ ଅର୍ଥନୈତିକ ଅପରାଧ ଶାଖା ଏହାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ଆହୁରି ଏକାଧିକ ମୃତକଙ୍କ ନକଲି ବୀମା କରି କୋଟି କୋଟି ଟଙ୍କା ହଡ଼ପ କରିଥାଇପାରନ୍ତି ବୋଲି ସନ୍ଦେହ କରୁଛି। ସେଥିପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରା ଉଚରା କରିବ। ବଡ଼ କଥା ହେଉଛି ଅଭିଯୁକ୍ତ ଜଣକ ଯେଉଁ ମୃତ ବ୍ୟକ୍ତିଙ୍କ ନାଁ ରେ ନକଲି ବୀମା କରି ଥିଲେ ସେ ସମସ୍ତଙ୍କର ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକୁ ନିଜେ ପରିଚଳନା କରୁଥିଲେ, ଯେଉଁଥିପାଇଁ ବୀମା ଟଙ୍କା ସହଜରେ ଉଠାଇ ପାରୁଥିଲେ। ଅଭିଯୁକ୍ତଙ୍କର ଘର ଖାନତଲାସ ବେଳେ ହଜାର ହଜାର ଲୋକଙ୍କ ଡକ୍ୟୁମେଣ୍ଟ , ଭୋଟର କାର୍ଡ, ଏଟିଏମ କାର୍ଡ, ଚେକବୁକ, ଆଧାର କାର୍ଡ, ନୋମିନି ଏବଂ ଏକାଧିକ ଲୋକଙ୍କର ସାର୍ଟିଫିକେଟ ମିଳିଛି।

Share Now:

Kalinga News Beuro

Next Post

ଆମେରିକାର ସରକାର ଏବେ ଦୁର୍ବଳ,ଚୀନ୍‌ ସହ ଯୁଦ୍ଧ କରି ପରାସ୍ତ ହୋଇପାରେ: ଡୋନାଲ୍‌ଡ୍‌ ଟ୍ରମ୍ପ୍‌

Thu Oct 7 , 2021
ୱାଶିଂଟନ୍‌: ଚୀନ୍‌ ସହ ଯୁଦ୍ଧ କରି ଆମେରିକା ପରାସ୍ତ ହୋଇପାରେ ବୋଲି ବୁଧବାର ଦିନ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମ୍ପ୍ରତି ଦୁର୍ବଳ ଓ ଦୁର୍ନୀତିଗ୍ରସ୍ତ ସରକାର ଥିବା ଯୁକ୍ତରାଷ୍ଟ୍ର ଆମେରିକା ପ୍ରତି ବେଜିଙ୍ଗ୍‌ ଆଉ ସମ୍ମାନ ପ୍ରଦର୍ଶନ କରୁନାହିଁ। ତାଇଓ୍ଵାନ୍‌ ନିକଟବର୍ତ୍ତୀ ଅଞ୍ଚଳରେ ଚୀନ୍‌ ସେନା ବହୁସଂଖ୍ୟକ ଲଢୁଆବିମାନ ଉଡ଼ାଣ ଅଭ୍ୟାସ କରିବା ଯୋଗୁଁ ଚରମସୀମାରେ ପହଞ୍ଚିଥିବା ଉତ୍ତେଜକ ବାତାବରଣରେ […]
ଆମେରିକାର ସରକାର ଦୁର୍ବଳ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial