‘ଟେକ୍‌’ କମ୍ପାନିର ‘ସିଇଓ’ ଏବଂ ‘ଏମ୍‌ଡି’ଙ୍କୁ ହତ୍ୟା କରିଥିବା ୩ ଅଭିଯୁକ୍ତ ଗିରଫ

ବେଙ୍ଗାଲୁରୁ ଡବଲ୍‌ ମର୍ଡର୍‌

ବେଙ୍ଗାଲୁରୁ: ବେଙ୍ଗାଲୁରୁ ସହରର ‘ଟେକ୍‌’ ସଂସ୍ଥାନ ‘ଏରୋନକ୍ସ୍‌ ଇଣ୍ଟର୍‌ନେଟ୍‌ କମ୍ପାନି’ର ‘ଏମ୍‌ଡି’ ଓ ‘ସିଇଓ’ଙ୍କୁ ହତ୍ୟା କରିଥିବା ୩ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ, ଶବରୀଶ, ବିନୟ ରେଡ୍ଡୀ ଓ ସନ୍ତୋଷ। ପୁଲିସ କହିବା ଅନୁସାରେ, ଉକ୍ତ ବେଙ୍ଗାଲୁରୁ ଫାର୍ମର ‘ସିଇଓ’ ଏବଂ ‘ଏମ୍‌ଡି’ଙ୍କ ସହିତ ଅଭିଯୁକ୍ତମାନଙ୍କର ଶତ୍ରୁତା ଥିଲା। ପୂର୍ବରୁ ସେମାନେ ସେହି କମ୍ପାନିରେ ଚାକିରି କରିଥିଲେ। ଚାକିରିରୁ ଇସ୍ତଫା ଦେବା ପରେ ସେମାନେ ନିଜସ୍ୱ କମ୍ପାନି ଗଠନ କରିଥିଲେ। କୁହାଯାଉଛି କି, ସେମାନେ ‘ଏରୋନକ୍ସ୍‌ ଇଣ୍ଟର୍‌ନେଟ୍‌ କମ୍ପାନି’ର କର୍ମଚାରୀ ଓ ଗ୍ରାହକମାନଙ୍କୁ ନିଜ କମ୍ପାନି ଆଡ଼କୁ ପ୍ରଲୋଭିତ କରୁଥିଲେ। ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଦିନ ‘ଏରୋନକ୍ସ୍‌ ଇଣ୍ଟର୍‌ନେଟ୍‌ କମ୍ପାନି’ର ‘ଏମ୍‌ଡି’ ଫଣୀନ୍ଦ୍ର ସୁବ୍ରମଣ୍ୟ ଓ ‘ସିଇଓ’ ବିନୁ କୁମାରଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିଲା। ଇଣ୍ଟର୍‌ନେଟ୍‌ ସେବା ଯୋଗାଉଥିବା ଉକ୍ତ କମ୍ପାନିରେ ଦୁହେଁ କାର୍ଯ୍ୟ କରୁଥିଲେ।
ଦୁହିଁଙ୍କ ହତ୍ୟା ଘଟଣାର ପ୍ରମୁଖ ସନ୍ଦିଗ୍ଧ ହେଉଛନ୍ତି ଶବରୀଶ ଓରଫ୍‌ ଜୋକ୍‌ ଫିଲିକ୍ସ୍‌। ଫଣୀନ୍ଦ୍ରଙ୍କ ଉପରେ ତାଙ୍କର ଭୀଷଣ ରାଗ ଥିଲା ବୋଲି କୁହାଯାଉଛି। କମ୍ପାନିରେ ଥିବା ବେଳେ ତାଙ୍କର କାର୍ଯ୍ୟକଳାପକୁ ସେ ତୀବ୍ର ବିରୋଧ କରୁଥିଲେ। ଏହି ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତଙ୍କ ସହିତ ଆଉ ୨ ଜଣଙ୍କର ସମ୍ପୃକ୍ତି ଥିଲା ବୋଲି ପୂର୍ବରୁ ଉତ୍ତର ପୂର୍ବ ବେଙ୍ଗାଲୁରୁର ‘ଡିସିପି’ ଲକ୍ଷ୍ମୀ ପ୍ରସାଦ କହିଥିଲେ। ଆଜି ୩ଜଣଙ୍କୁ ଗିରଫ କରାଯାଇ ଘଟଣା ସଂକ୍ରାନ୍ତରେ ଅଧିକ ତଦନ୍ତ ଆରମ୍ଭ କରାଯାଇଛି।

Share Now:

Kalinga News Beuro

Next Post

୨ଟି ଭିନ୍ନ ଭିନ୍ନ ବସ୍‌ ଦୁର୍ଘଟଣା : ଜଣେ ମହିଳା ମୃତ, ୪୧ ଯାତ୍ରୀ ଆହତ

Wed Jul 12 , 2023
ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ଦୁଇଟି ବସ୍‌ ଦୁର୍ଘଟଣା ଗ୍ରସ୍ତ ହେବାରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି ଓ ୪୧ଜଣ ଯାତ୍ରୀ ଆହତ ହୋଇଥିବା କଥା ପୁଲିସ କହିଛି। ପ୍ରଥମ ଦୁର୍ଘଟଣା ଘଟିଛି ରାଜ୍ୟର ଫୁଲମ୍ବ୍ରି ଜିଲ୍ଲା ନିକଟ ମୁମ୍ବାଇ-ନାଗପୁର ହାଇସ୍ପିଡ୍‌ କ୍ୟାରେଜ୍‌ୱେରେ ମଙ୍ଗଳବାର ରାତି ୨.୩୦ରେ। ଏଥିରେ ଗୋଟାଏ ସୌଖିନ୍‌ ଘରୋଇ ବସ୍‌ ଗୋଟାଏ ଟ୍ରେଲର୍‌ ଟ୍ରକ୍‌ ‌ପଛରେ ଧକ୍କା ଖାଇବାରୁ ଅନ୍ୟୂନ ୨୨ଜଣ ବସ୍‌ଯାତ୍ରୀ […]
୨ଟି ଭିନ୍ନ ଭିନ୍ନ ବସ୍‌ ଦୁର୍ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial