ପୁରୀ ତାଳବଣିଆ ଥାନାର ଏଏସ୍‌ଆଇ ନିଲମ୍ବିତ

ପୁରୀ ତାଳବଣିଆ ଥାନାର ଏଏସ୍‌ଆଇ ନିଲମ୍ବିତ

ପୁରୀ: ନିଶାସକ୍ତ ଅବସ୍ଥାରେ ଡିୟୁଟି କରୁଥିବା ତାଳବଣିଆ ଥାନାର ଏଏସ୍‌ଆଇଙ୍କୁ ଗତରାତିରେ ନିଲମ୍ବନ କରାଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟା ବେଳେ ଏଏସ୍‌ଆଇ ଲକ୍ଷ୍ମଣ ସୋରେନ୍‌ ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ ଅନ୍ତର୍ଗତ ଗ୍ରିଡ୍‌ ଷ୍ଟେସନ୍‌ ଛକରେ ମୋଟର ଯାନ (ଏମ୍‌ଭି) ଯାଞ୍ଚ କରୁଥିବା ବେଳେ ନିଶାସକ୍ତ ଅବସ୍ଥାରେ ଥିଲେ। ଏ ସଂକ୍ରାନ୍ତରେ ଜିଲ୍ଲା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କ ପାଖରେ ଖବର ପହଞ୍ଚିବା ପରେ ସେ ତାଙ୍କୁ ନିଲମ୍ବିତ କରିଛନ୍ତି। ନିଶାପାନ କରି ଡିୟୁଟି କରିବା ଏବଂ ଡିୟୁଟିରେ ଅବହେଳା କରିଥିବା କାରଣରୁ ସୋରେନ୍‌ଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି।

Share Now:

Kalinga News Beuro

Next Post

ମୋଦୀଙ୍କ ଆଖିରେ ଲୁହ:ରାଜ୍ୟସଭାରେ ଗୁଲାମ ନବିଙ୍କୁ ଭାବପ୍ରବଣ ବିଦାୟ

Wed Feb 10 , 2021
ପଦବିର ମହତ୍ୱ ଆଜାଦଙ୍କ ଠାରୁ ଶିଖିବା ଉଚିତ: ମୋଦୀ ନୂଆଦିଲ୍ଲୀ: କଂଗ୍ରେସର ରାଜ୍ୟସଭା ସାଂସଦ ତଥା ବରିଷ୍ଠ ନେତା ଗୁଲାମ ନବି ଆଜାଦ୍‌ଙ୍କୁ ଆଜି ଅବସରକାଳୀନ ସମ୍ଭାଷଣ ଜଣାଇବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଖି ଲୁହ ଛଳ ଛଳ ହୋଇଯାଇଥିଲା। ଏପରିକି ସେ ଆଜାଦ୍‌ଙ୍କ ସ୍ମୂତିକୁ ଉଦ୍ଧାର କରି ନିଜ ଅଭିଭାଷଣରେ ଉଲ୍ଲେଖ କଲା ବେଳେ ଅନେକ ଥର ନିଜ କୋହକୁ ସମ୍ଭାଳି ପାରିନଥିଲେ। ଆଜାଦ୍‌ଙ୍କୁ ଆବେଗପୂର୍ଣ୍ଣ ବିଦାୟ […]
ମୋଦୀଙ୍କ ଆଖିରେ ଲୁହ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial