ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ଦୂର୍ଘଟଣା ଘଟାଇ ଫେରାର୍ ହେଉଥିବା ବୋଲେରୋକୁ ଉତ୍ତ୍ୟକ୍ତ ଲୋକେ ଜାଳିଦେଇଥିବା ଅଭିଯୋଗ ହୋଇଛି। ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅର୍ନ୍ତଗତ ଟେନ୍ଟପୋଷି ଗ୍ରାମର ରାହୁଲ ମଣ୍ଡଳଙ୍କ ବୋଲେରୋ (ଓଆର୍୦୨ ଏଏକ୍ସ-୧୬୯୫) ରାଇରଙ୍ଗପୁରରୁ ଟେନ୍ଟପୋଷି ଯାଉଥିବା ସମୟରେ ଗୋଲେଇ ଛକ ନିକଟରେ ଜଣେ ସ୍କୁଟି ଆରୋହୀଙ୍କୁ ଧକ୍କା ଦେଇଥିଲା। ଉତ୍ୟକ୍ତ ଲୋକେ ଚାଳକଙ୍କୁ ମାରପିଟ୍ କରିବାକୁ ଉଦ୍ୟମ କରୁଥିବା ସମୟରେ ବୋଲେରୋ ଚାଳକ ଗଢରାସ୍ତା ଦେଇ ଜାମଦା ରାସ୍ତାରେ ଫେରାର୍ ହେଉଥିଲା।
ଭୟରେ ଚମ୍ପ୍ରେଇ-ସିଜୁକଳା ରାସ୍ତାରେ ବୋଲେରୋ ଛାଡି ଚାଳକ ପଳାଇଥିଲେ ବୋଲି ଗାଡି ମାଲିକ ସୂଚନା ଦେଇଥିଲେ। ଉତ୍ତ୍ୟକ୍ତ ଲୋକେ ବଲେରୋକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ। ଜାମଦା ଦମକଳ ବାହିନୀ ଖବର ପାଇ ଜଳୁଥିବା ବଲେରୋର ନିଆଁ ଲିଭାଇଥିଲେ। ସେତେବେଳେକୁ ବୋଲେରର ୮୦ ପ୍ରତିଶତ ପୋଡ଼ି ପାଉଁଶ ହୋଇଯାଇଥିଲା। ରାଇରଙ୍ଗପୁର ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୋଲେରୋକୁ ଜବତ କରି ଥାନାରେ ରଖିଛି। ତେବେ ସତ୍ୟ ଘଟଣା କଣ ପୁଲିସ ଗାଡ଼ି ମାଲିକ ଓ ଚାଳକକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି।
ଦୁର୍ଘଟଣା ଘଟାଇଥିବା ବୋଲେରୋକୁ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

Share Now: