ଅପମିଶ୍ରିତ ପେଟ୍ରୋଲ ବିକ୍ରି ଅଭିଯୋଗ, ଥାନାରେ ଏତଲା

ଅପମିଶ୍ରିତ ପେଟ୍ରୋଲ ବିକ୍ରି ଅଭିଯୋଗ

ଭୁବନେଶ୍ବର: ଲୋକସେବା ଭବନ ପଛରେ ଥିବା ଏକ ପେଟ୍ରୋଲ ପମ୍ପରେ ଅପମିଶ୍ରିତ ପେଟ୍ରୋଲ ବିକ୍ରି ହେଉଥିବା ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି। ଜଣେ ଯୁବକ ବୁଲେଟ୍‌ରେ ପେଟ୍ରୋଲ ପକାଇବା ବେଳେ ପେଟ୍ରୋଲ ବଦଳରେ ପାଣି ବାହାରିଥିବା ସେ ଅଭିଯୋଗ କରିଛନ୍ତି। ଥାନାରେ ଏତଲା ହୋଇଥିଲେ ମଧ୍ୟ ମାମଲା ରୁଜୁ ହୋଇନଥିବା ପୁଲିସ କହିଛି। ଯୁବକଜଣକ ଅପରାହ୍ନ ପ୍ରାୟ ୨ଟା ବେଳେ ୩୦୦ ଟଙ୍କାର ପେଟ୍ରୋଲ ପକାଇଥିଲେ। ପରେ କିଛି ବାଟ ଯିବା ପରେ ଗାଡ଼ିଟି ବନ୍ଦ ହୋଇଯାଇଥିଲା। ସେ ଟାଙ୍କି ଯାଞ୍ଚ କରିବାରୁ ସେଥିରେ ପାଣି ଥିବା ଦେଖିଥିଲେ। ଏଣୁ ସେ ପୁଣି ଥରେ ଟାଙ୍କିକୁ ଫେରିଥିଲେ। ବୋତଲରେ ଗାଡ଼ି ଟାଙ୍କିରୁ ତେଲ ବାହାର କରିବା ବେଳେ ପାଣି ଭଳି ତରଳ ପଦାର୍ଥ ବାହାରିଥିବା ଦେଖା ଯାଇଥିଲା। ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କ କହିବା ଅନୁଯାୟୀ, ଟାଙ୍କି ଖୋଲିବା ପରେ ଯେତେବେଳେ ପ୍ରଥମ କରି ପେଟ୍ରୋଲ ଦିଆଯାଏ, ସେତେବେଳେ ପେଟ୍ରୋଲ ଟାଙ୍କିରେ ଥିବା ରସାୟନିକ ପଦାର୍ଥ ବାହାରି ଆସିଥାଏ। କିନ୍ତୁ ଏହା ସବୁବେଳେ ହୁଏ ନାହିଁ। ଗ୍ରାହକଙ୍କୁ ଆଉ ଥରେ ତେଲ ପକାଇବା ପାଇଁ କୁହାଯାଇଥିଲେ ମଧ୍ୟ ସେ ଏହା ନ ଶୁଣି ଥାନାରେ ଅଭିଯୋଗ କରିଛନ୍ତି। ତେବେ ପେଟ୍ରୋଲର ସାନ୍ଦ୍ରତା ମାପିବା ପରେ ଅପମିଶ୍ରଣ ନେଇ ପ୍ରମାଣ ମିଳି ନଥିବା କ୍ୟାପିଟାଲ ଥାନା ପୁଲିସ କହିଛି।

Share Now:

Kalinga News Beuro

Next Post

ଦୃଷ୍ଟି ଆଢୁଆଳରେ କାଲିଗାଡୁ ହିଲଟପ

Wed Jul 14 , 2021
ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ଯୋଗାଉଛନ୍ତି ଗ୍ରାମବାସୀ ଘୁ.ଉଦୟଗିରି: କରୋନା କାଳରେ ସ୍ଥାନୀୟ ଅଞ୍ଚଳରେ ଲୁକ୍କାୟିତ ଅବସ୍ଥାରେ ଥିବା ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀକୁ ସ୍ଥାନୀୟ ଅଞ୍ଚଳର ଯୁବ ଗୋଷ୍ଠୀ ବାହାର କରିବା ସହ ସୋସିଆଲ ମିଡ଼ିଆରେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟର ଫଟୋ ଓ ଭିଡ଼ିଓ ଛାଡ଼ି ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରିପାରିଛନ୍ତି। ଏହିଭଳି ଏକ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ହିଲଟପ୍‌ କାଲିଗାଡୁକୁ କିଛି ଦିନ ତଳେ ଖୋଜି ବାହାରକରିବା ପରେ ଏହି ସ୍ଥାନକୁ […]
କାଲିଗାଡୁ ହିଲଟପ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial