ସୁଧ ଟଙ୍କା ଆଦାୟକୁ ନେଇ ବୋମାମାଡ଼ : ଶଶୁର ଓ ବୋହୂ ଗୁରୁତର, ଏସସିବିରେ ଭର୍ତ୍ତି

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଦ୍ମକେଶରପୁର ଗାଁରେ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବାର ଖବର ମିଳିଛି। ସୁଧ କାରବାରକୁ ନେଇ ଏକ ଘର ଉପରକୁ ବୋମାମାଡ଼ ହୋଇଥିଲା। ଏଥିରେ୨ଜଣ ଗୁରୁତର ହୋଇଥିଲେ। ଉଭୟେ ହେଲେ ଶଶୁର ଓ ବୋହୂ। ଉଭୟଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଗାଁରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବା ଜଣାଯାଇଛି। ସୁଧ ଟଙ୍କା ଆଦାୟକୁ ନେଇ ଏହି ବୋମାମାଡ଼ ହୋଇଥିବା ସୂଚନା ମିଳିଛି।

Share Now:

Kalinga News Beuro

Next Post

ହାଇକୋର୍ଟରେ ଜେଲ୍ ସଂସ୍କାର ମାମଲା : ଜାମିନ ମଞ୍ଜୁର ପରେ ମଧ୍ୟ ମୁକୁଳି ପାରୁ ନାହାନ୍ତି ୪୪୪ ବନ୍ଦୀ

Fri Apr 12 , 2024
କଟକ: କେତେକ ଫୌଜଦାରୀ ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ମିଳିଥିଲେ ମଧ୍ୟ ଅଦାଲତଙ୍କ ଦ୍ୱାରା ଧାର୍ଯ୍ୟ ବେଲ-ବଣ୍ଡ୍ ଓ ଅନ୍ୟ ସର୍ତ୍ତାବଳୀ ପୂରଣ କରିବାରେ ବିଫଳ ହେବାରୁ ସେମାନେ ଜାମିନରେ ଜେଲରୁ ମୁକୁଳି ପାରି ନଥିବା ଘଟଣାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଜାମିନ ସର୍ତ୍ତ ପୂରଣ ନ କରି ପାରି ଜେଲରେ ଥିବା ବନ୍ଦୀଙ୍କ ମୁକ୍ତି ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଉଛି ସେ ନେଇ ହାଇକୋର୍ଟ ଜବାବ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial