ବାର୍‌ରେ ବିଳମ୍ବିତ ରାତିରେ ଗଣ୍ଡଗୋଳ ଘଟଣା : ମ୍ୟାନେଜରଙ୍କ ସମେତ ୧୦ ଗିରଫ

ବାର୍‌ରେ ବିଳମ୍ବିତ ରାତିରେ ଗଣ୍ଡଗୋଳ ଘଟଣା

ଭୁବନେଶ୍ଵର: ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଭେନସ୍ ବାରରେ ବିଳମ୍ବିତ ରାତିରେ ଗଣ୍ଡଗୋଳ ଘଟଣାରେ ୧୦ଜଣଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ପୁଲିସ। ବିଳମ୍ବିତ ରାତିରେ ଗଣ୍ଡଗୋଳ ସମୟର ଭିଡିଓ ସମ୍ନାକୁ ଆସିବା ପରେ ଆକ୍ସନ ମୋଡରେ କମିସନରେଟ ପୁଲିସ। ଏହି ୧୦ଜଣଙ୍କ ମଧ୍ୟରେ ବାର୍ ମ୍ୟାନେଜର, କର୍ମଚାରୀ ଓ ବାଉଁସର ଥିବା ପୁଲିସ କହିଛି। ଏହି ଘଟଣା ସମ୍ପର୍କରେ ଅବକାରୀ ବିଭାଗକୁ ଅବଗତ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଯେଉଁମାନେ ଅଧରାତି ପର୍ଯ୍ୟନ୍ତ ବାର୍ ଖୋଲୁଛନ୍ତି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି ସେମାନେ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କମିସନରେଟ୍ ପୁଲିସ। ଆବଶ୍ୟକ ସ୍ଥଳେ ବାର ଲାଇସେନ୍ସ ହେବ ରଦ୍ଦ ବୋଲି ଚନ୍ଦ୍ରଶେଖରପୁର ଥାନା ଆଇଆଇସି ପ୍ରକାଶ ମାଝୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ଗୋଟିଏ ଦିନରେ ୫ଟି ବନ୍ଦେ ଭାରତ ଟ୍ରେନର ଉଦଘାଟନ କରିବେ ମୋଦୀ

Wed Jun 14 , 2023
ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଭାରତୀୟ ରେଳ ଦେଶରେ ଏକାସାଙ୍ଗରେ ୫ଟି ବନ୍ଦେ ଭାରତ ଟ୍ରେନର ଉଦଘାଟନ କରିବାକୁ ନିଷ୍ପତ୍ତି ନେଇଛି। ଏହି ୫ଟି ବନ୍ଦେ ଭାରତ ଟ୍ରେନର ରୁଟ୍ ସ୍ଥିର କରାଯାଇଛି ଏବଂ ଉଦଘାଟନ ତାରିଖ ମଧ୍ୟ ଚୂଡ଼ାନ୍ତ ହୋଇଛି। ରେଳ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ମେ ୨୬ ରେ ପ୍ରଧାନମନ୍ତ୍ରୀ ୫ଟି ବନ୍ଦେ ଭାରତ ପତାକା ଉଦଘାଟନ କରିବେ। ଗୋଟିଏ ସ୍ଥାନରେ ନିଜେ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହିବେ […]
ବନ୍ଦେ ଭାରତ ଟ୍ରେନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial