ବିଜେପି ନେତାଙ୍କ ହତ୍ୟା ଘଟଣାରେ୧୫ଜଣ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଥିରୁବନ୍ତପୁରମ୍‌: କେରଳରେ ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ସମ୍ପାଦକଙ୍କୁ ହତ୍ୟା କରିଥିବା ଘଟଣାରେ ୧୫ଜଣ ପିଏଫଆଇ କର୍ମକର୍ତ୍ତା ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ୧୫ଜଣଙ୍କୁ ଗତ ଶନିବାର କୋର୍ଟ ମୃତ୍ୟୁ ଦଣ୍ଡାଦେଶର ଶୁଣାଣି କରିଛନ୍ତି। ଏସମସ୍ତ ଦୋଷୀ ନିଷିଦ୍ଧ ସଂଗଠନ ପିଏଫଆଇ (ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ)ଏବଂ ଏହାର ରାଜନୈତିକ ୱିଙ୍ଗ୍ ଏସଡିପିଆଇର ସଦସ୍ୟ ଥିବା ଜଣାପଡ଼ିଛି। ୨୦୨୧ ଡିସେମ୍ବର ୧୯ ତାରିଖରେ ବିଜେପି ନେତା ରଞ୍ଜିତ ଶ୍ରୀନିବାସଙ୍କୁ ଆଠଜଣ ହତ୍ୟା କରିଥିବା ବେଳେ ଅନ୍ୟ କିଛିଜଣ ଏହି ଅପରାଧିକ ଘଟଣାରେ ସାମିଲ ଥିବା ପୁଲିସ ତଦନ୍ତରୁ ଜଣାପଡ଼ିଥିଲା। ଏହାପରେ ମୋଟ ୧୫ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟରେ ହାଜର ହେବାପରେ ବିଚାରାପତି ସମସ୍ତ ସାକ୍ଷୀ ଓ ପ୍ରମାଣକୁ ଦେଖିବା ପରେ ଏହି ହତ୍ୟା ଘଟଣାରେ ୧୫ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥି‌ଲେ।
ଗତଶନିବାର ମାଭେଲିକ୍କର ଜିଲ୍ଲା କୋର୍ଟ ବିଜେପି ନେତା ରଞ୍ଜିତ ଶ୍ରୀନିବାସଙ୍କ ହତ୍ୟା ଘଟଣାର ଶୁଣାଣି କରି ଦୋଷୀ ସାବ୍ୟସ୍ତ ହୋଇଥିବା ୧୫ଜଣ ପିଏଫଆଇ କର୍ମକର୍ତ୍ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଆଲ୍ଲାପୁଜାଠାରେ ବିଜେପି ନେତା ରଞ୍ଜିତ ଶ୍ରୀନିବାସ ଘରେ ଥିଲେ। ଏହି ସମୟରେ କେହି କିଛି ବୁଝିବା ପୂର୍ବରୁ କିଛିଲୋକ ଶ୍ରୀନିବାସଙ୍କ ଘରେ ପଶି ମାରଣାସ୍ତ୍ରରେ ହାଣି ତାଙ୍କୁ ହତ୍ୟା କରିଥିଲେ। ଏହି ସମୟରେ ତାଙ୍କ ମାଆ ଓ ପତ୍ନୀ ଘରେ ଉପସ୍ଥିତ ଥିଲେ। ମାଆ ଓ ପତ୍ନୀ ଶ୍ରୀନିବାସଙ୍କ ହତ୍ୟାକୁ ଆଖି ସାମ୍ନାରେ ଦେଖି ସ୍ତବ୍ଧ ହୋଇଯାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ହେଁ କେହି କିଛି କହି ପାରୁ ନଥିଲେ। କେବଳ ଗୋଟିଏ କୋଣରେ ବସି କାନ୍ଦୁଥିଲେ। ପାଖକୁ ଯିଏ ଯାଉଥିଲେ ଭୟ କରୁଥିଲେ। ତେବେ କୋର୍ଟଙ୍କ ଏଭଳି ଆଦେଶ ପରେ ପୁଅ ସହିତ ଆମର ଆତ୍ମାକୁ ଶାନ୍ତି ମିଳିଛି ବୋଲି ‌ଶ୍ରୀନିବାସଙ୍କ ପରିବାର ସଦସ୍ୟ କହିଛନ୍ତି।

Share Now:

Kalinga News Beuro

Next Post

ବେଆଇନ ହୋର୍ଡିଂ ଉଚ୍ଛେଦ ପାରୁନି ନା ଚାହୁନି ବିଏମ୍‌ସି ?

Tue Jan 30 , 2024
ଭୁବନେଶ୍ୱର : ବ୍ୟକ୍ତିଗତ ଜାଗାରେ ବିଜ୍ଞାପନ ବା ହୋର୍ଡିଂ ଲଗାଇଲେ ବିଏମ୍‌ସିକୁ ଧାର୍ଯ୍ୟ ଦେୟ ଦେବାକୁ ପଡ଼ିବ। କେତୋଟି ହାତ ଗଣତି ସଂସ୍ଥାଙ୍କୁ ଛାଡ଼ିଦେଲେ କେହି ବିଏମ୍‌ସିକୁ ଜଣାଉ ନାହାନ୍ତି। ଘରମାଲିକ ଛାତ ଉପରେ ଲଗାଇ ମୋଟା ଅଙ୍କର ରାଜସ୍ବ ଆଦାୟ କରୁଥିବା ବେଳେ ବିଏମ୍‌ସି ୧୦୦ କୋଟିରୁ ଊର୍ଦ୍ଧ୍ବ ରାଜସ୍ୱ ହରାଇ ସାରିଲାଣି। ବିନା ପଞ୍ଜୀକରଣରେ ହୋର୍ଡିଂକୁ ଉଚ୍ଛେଦ କରିଦିଆଯିବ ବୋଲି ବିଏମ୍‌ସି କେବଳ ଚେତାବନୀ ଦେଉଛି। ଗତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial