ପୁରୀ ଗଣଦୁଷ୍କର୍ମ ମାମଲାରେ ଗିରଫ ଦୁଇ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେବ ପୁଲିସ

ପୁରୀ: ପୁରୀ ପୁଲିସ କ୍ୱାର୍ଟସ୍‌ରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ପୁଲିସ ଦୁଇ ଅଭିଯୁକ୍ତକୁ ଗିରଫ କରିଥିଲା। ଦୁଇ ଅଭିଯୁକ୍ତ ବହିଷ୍କୃତ ପୁଲିସ କର୍ମଚାରୀ ଜିତେନ୍ଦ୍ର ସେଠୀ ଓ ରାଜେଶ ସେଠୀଙ୍କୁ ପୁଲିସ ୭ଦିନିଆ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି। ପୁଲିସ ପୀଡିତାଙ୍କ ବୟାନ ରେକର୍ଡ କରିବା ସହିତ ଡାକ୍ତରୀମାଇନା ବି କରାଯାଇଛି।
ଏଥିସହିତ ଦୁଷ୍କର୍ମକାରୀ ନାବାଳିକାଙ୍କୁ ନିମାପଡ଼ା ବସ୍‌ଷ୍ଟାଣ୍ଡରୁ ଯେଉଁ କାରରେ ନେଇ ଯାଇଥିଲେ ସେହି କାରକୁ ପୁଲିସ ଖୋଜିବାରେ ଲାଗିଛି। ତେବେ ଏହି ଦୁଷ୍କର୍ମଘଟଣାରେ ସମ୍ପୃକ୍ତ ଥିବା ୨ଅଭିଯୁକ୍ତଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ପୁରୀ ଏସ୍‌ପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ତେବେ ଏହି ଘଟଣାରେ ଗିରଫ ହୋଇଥିବା ଜିତେନ୍ଦ୍ର ସେଠୀକୁ ପୂର୍ବରୁ ବରିଷ୍ଠ କର୍ମଚାରୀଙ୍କୁ ଖରାପ ବ୍ୟବହାର କରିବା ଓ ନିଶା ସେବନ କରି ଡିୟୁଟିକୁ ଆସିବା ଅଭିଯୋଗରେ ବର୍ଷେ ତଳୁ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିଲା। ପୀଡିତାଙ୍କ କହିବାନୁସାରେ, ୪ ଜଣ ଦୁର୍ବୃତ୍ତ ଲିଫ୍‌ଟ ଦେବା ବାହାନାରେ ତାଙ୍କୁ କାକଟପୁରରେ ଛାଡ଼ି ଦେବାକୁ କହି ନିମାପଡ଼ା ବସଷ୍ଟାଣ୍ଡରୁ ଏକ କାରରେ ଉଠାଇ ନେଇଥିଲେ। ଏହି ୪ ଜଣ ଦୁର୍ବୃତ୍ତ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରିଥିଲେ ବୋଲି ପୀଡ଼ିତା ଅଭିଯୋଗ କରିଥିଲେ।

Share Now:

Kalinga News Beuro

Leave a Reply

Next Post

ନବୀନ ନିବାସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବିଜେପି ମହିଳା କର୍ମୀଙ୍କୁ ଅଟକ ରଖିଲା ପୁଲିସ

Wed Dec 4 , 2019
ଭୁବନେଶ୍ୱର: ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନାକୁ ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି ମହିଳା ମୋର୍ଚ୍ଚା । ପୁରୀରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବାକୁ ନବୀନ ନିବାସ ଅଭିମୁଖେ ବାହାରିଥିଲେ ମହିଳା ମୋର୍ଚ୍ଚା । ନବୀନ ନିବାସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସେମାନଙ୍କୁ ଅଟକ ରଖିଥିଲା । ଫଳରେ ପୁଲିସ ଓ ବିଜେପି ମହିଳା ମୋର୍ଚ୍ଚା ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial