ଗ୍ୟାସ୍‌ ଟାଙ୍କି ଫାଟି ପୋଡ଼ିଗଲା ଦୋକାନ : ଅଳ୍ପକେ ବର୍ତ୍ତିଲେ ଲୋକେ

ଦଶରଥପୁର: ଗ୍ୟାସ୍‌ ଟାଙ୍କି ଫାଟି ପୋଡି ଗଲା ମିଠା ଦୋକାନ। ଅଳ୍ପକେ ବର୍ତ୍ତିଲେ ଦୋକାନୀ। ଏହିଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ନିଜାମପୁର ପଞ୍ଚାୟତ ଅଫିସ ନିକଟରେ। ସୂଚନା ଅନୁସାରେ ଆଜି ସକାଳ ସମୟରେ ଅଭିରାମ ସାହୁ ମିଠା ପ୍ରସ୍ତୁତି କରିବା ବେଳେ କୌଣସି କାରଣରୁ ଗ୍ୟାସ୍‌ ଲିକେଜ ହୋଇ ହଠାତ ଟାଙ୍କି ବିସ୍ଫୋରଣ ହୋଇଥିଲା। ଫଳରେ ଦୋକାନ ଘରର ଛପର ଉଡ଼ି ଯିବା ସହ ଦୋକାନରେ ଥିବା ମୂଲ୍ୟବାନ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ଭଲ ଭାବରେ ଜଣାଶୁଣା ମିଠା ଦୋକାନ ଭାବେ ପରିଚିତ। ପ୍ରଥମା ଅଷ୍ଟମୀ ଥିବାରୁ ଗ୍ରାହକଙ୍କ ପାଇଁ ଶହ ଶହ ମିଠା ପ୍ରସ୍ତୁତ ହୋଇ ରହିଥିଲା। କିନ୍ତୁ ନିଆଁର ଆଁରେ ସବୁ ପୋଡ଼ି ନଷ୍ଟ ହୋଇଯାଇଛି। ଏହି ସମୟରେ ଦୋକାନୀ ଜଣଙ୍କ ନିଜ ଜୀବନ ବଞ୍ଚାଇବାକୁ ଯାଇ ଦୌଡ଼ି ପଳାଇ ଆସିଥିଲେ। ଦୋକାନରେ ଥିବା କିଛି ନଗଦ ଟଙ୍କା ଏବଂ ମୂଲ୍ୟବାନ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ଦଶରଥପୁର ଦମକଳ ବାହିନୀ ଏବଂ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ନିଆଁକୁ ଆୟତ୍ତ କରାଯାଇଥିଲା।

Share Now:

Kalinga News Beuro

Next Post

ରବୀନ୍ଦ୍ର ମଣ୍ଡପରେ ୫ରୁ ନାଟକୋତ୍ସବ : ମଞ୍ଚ କହିବ ମହାପୁରୁଷ ଓ ମହୀୟସୀଙ୍କ ଗାଥା

Mon Dec 4 , 2023
ଭୁବନେଶ୍ୱର: ଜନ୍ମମାଟିର ଉନ୍ନତି ପାଇଁ ସେମାନଙ୍କ ଅବଦାନ ଥିଲା ଅତୁଳନୀୟ। ଆଜୀବନ ତ୍ୟାଗମନ୍ତ୍ରରେ ଦୀକ୍ଷିତ ହୋଇ କିଏ ଦୀନଦରିଦ୍ରଙ୍କ ବନ୍ଧୁ ସାଜିଥିଲେ ତ ଆଉ କିଏ ସମାଜ ସଂସ୍କାର ପାଇଁ ବ୍ରତୀ ହୋଇ ତତ୍କାଳୀନ ରକ୍ଷଣଶୀଳ ସମାଜ ବ୍ୟବସ୍ଥାର ବେଡ଼ିରୁ ନିଜକୁ ମୁକୁଳାଇଥିଲେ। ନାରୀ ଶିକ୍ଷା ଓ ନାରୀ ସ୍ୱାଧୀନତା ପାଇଁ ଘରର ଏରୁଣ୍ଡି ବନ୍ଧ ଡେଇଁ ସଂଗ୍ରାମ କରିଥିଲେ। ସେହିଭଳି ସେମାନେ ନିଜର ଶାଣିତ ଲେଖନୀ ମୁନରେ ଜାଳି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial